Home ଜିଲ୍ଲା ପରିକ୍ରମା ଧାମନଗର ଅବକାରୀ ବିଭାଗ ଦ୍ୱାରା ବ୍ରାଉନ ସୁଗାର (ହିରୋଇନ୍‌) ଜବତ; ଜଣେ ଗିରଫ

ଧାମନଗର ଅବକାରୀ ବିଭାଗ ଦ୍ୱାରା ବ୍ରାଉନ ସୁଗାର (ହିରୋଇନ୍‌) ଜବତ; ଜଣେ ଗିରଫ

9

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଅଂଚଳରୁ ଅବକାରୀ ପୋଲିସ ଏକ ମାମଲାରେ ନିଶାଦ୍ରବ୍ୟ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାଇ, ଧାମନଗର ସ୍ଥିତ ବିଜୁ ପଟ୍ଟନାୟକ ଛକ ନିକଟରେ ଆଜି ସକାଳ ୯:୩୦ ସମୟରେ ଅବକାରୀ ପୋଲିସ ପକ୍ଷରୁ ଏକ ଚଢ଼ଉ କରାଯାଇଥିଲା। ଏହି ଚଢ଼ଉ ସମୟରେ ଏକ ମାମଲା ନମ୍ବର- ୧୨୮/୨୬-୨୭ କରାଯାଇ ଅଭିଯୁକ୍ତ ଏସ୍‌.କେ. ସଦାମ ହୋସେନ ଙ୍କ ନିକଟରୁ ମୋଟ ୪୬ ଗ୍ରାମ ଓଜନର ବ୍ରାଉନସୁଗାର (ହିରୋଇନ୍‌) ଜବତ କରାଯାଇଛି। ଅଭିଯୁକ୍ତଙ୍କୁ କାବୁ କରିବା ସହ ଏନେଇ ଅଧିକ ତନ୍ଦନ୍ତ ଜାରି ରଖିଛି। ଅଂଚଳରେ ନିଶା କାରବାର ବିରୋଧରେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ସାଧାରଣରେ ପ୍ରଶଂସା କରାଯାଇଛି। ଜବତ ବେଳେ ଏକ ବାଇକି ଜବତ କରା ଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.