Home ଜିଲ୍ଲା ପରିକ୍ରମା ଗାଁସାଥୀଙ୍କ ଗଣଧାରଣା, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର,ଦାବି ପୂରଣ ନ ହେଲେ ୨୧ ସେପ୍ଟେମ୍ବରରେ ବିଧାନସଭା ଘେରିବ ସଂଘ

ଗାଁସାଥୀଙ୍କ ଗଣଧାରଣା, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର,ଦାବି ପୂରଣ ନ ହେଲେ ୨୧ ସେପ୍ଟେମ୍ବରରେ ବିଧାନସଭା ଘେରିବ ସଂଘ

5

ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଗାଁସାଥୀ (ମେଟ୍‌) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ପ୍ରଦେଶର ସଭାପତି ଲକ୍ଷ୍ମୀଧର ବିଶ୍ୱାଳଙ୍କ ଆହ୍ୱାନ କ୍ରମେ ୯ ଦଫା ରାଜ୍ୟ ଦାବି ଓ ୬ ଦଫା ଜିଲ୍ଲାଦାବିକୁ ନେଇ ଭଦ୍ରକ ଜିଲ୍ଲାରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଉକ୍ତ ରାଜ୍ୟ ସଂଘର ସଭାପତି ଲକ୍ଷ୍ମୀଧର ବିଶ୍ୱାଳ ଓ ଜିଲ୍ଲା ସଭାପତି ପ୍ରମୋଦ ସାମଲଙ୍କ ମିଳିତ ନେତୃତ୍ୱରେ ଶତାଧିକ ଗାଁସାଥୀ (ମେଟ୍‌) ସଭ୍ୟ/ସଭ୍ୟା ଓ ବ୍ଲକ ତଥା ଜିଲ୍ଲା ସଂଗଠକଗଣ ମିଳିତ ଭାବେ ଜିଲ୍ଲାପାଳଙ୍କ ଜରିଆରେ ମାନନୀୟ ମୁଖ୍ୟମନ୍ତ୍ରୀ, ଓଡ଼ିଶାଙ୍କ ଉଦ୍ଦେଶ୍ୟରେ ମାସିକ ୧୫ହଜାରରୁ ଊର୍ଦ୍ଧ ପ୍ରୋତ୍ସାହନ, ଫାଙ୍କାଥିବା ଜି.ଆର.ଏସ. ପଦବୀରେ ଯୋଗ୍ୟ ଗାଁସାଥୀଙ୍କୁ ସଂରକ୍ଷଣ ଭିତିରେ ମୁତୟନ, ଜବକାର୍ଡଧାରୀମାନଙ୍କୁ ସେମାନଙ୍କର ଡିମାଣ୍ଡ ଆଧାରରେ ବର୍ଷକୁ ୩୦୦ ଦିନର କାମ ଆଦି ୯ ଦଫା ଦାବିରେ ସ୍ମାରକପତ୍ର ପ୍ରଦାନ କରିଥିଲେ। ଉକ୍ତ ଦାବିକୁ ସେମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅନ୍ୟ ୭ଜଣ ସାମ୍ବିଧାନିକ ତଥା ପ୍ରଶାସନିକ ଅଧିକାରୀମାନଙ୍କ ନିକଟକୁ ପଠାଇଛନ୍ତି। ଠିକ୍ ସେହିପରି ଜିଲ୍ଲାସ୍ତରରେ ୬ ଦଫା ଦାବି ଯଥା- ଚିଠି ନଂ- ୨୪୫୦୯, ତାରିଖ ୨୯.୦୮.୨୦୨୬ଙ୍କୁ ମାନି କାର୍ଯ୍ୟ କରିବା, ଗାଁସାଥୀଙ୍କ ସଠିକ୍ ଡାଟାବେସ୍‌କୁ ରାଜ୍ୟକୁ ପଠାଇବା, ଚିଠି ଅନୁସାରେ ଗାଁସାଥୀଙ୍କୁ ସମସ୍ତ ଜିଓଟ୍ୟାଗ୍ କାର୍ଯ୍ୟରେ ଲଗାଇବା, ଗାଁସାଥୀ(ମେଟ୍‌)ଙ୍କ ବକେୟା ପ୍ରାପ୍ୟ ପ୍ରଦାନ, ପୂର୍ବପରି ଭିବିଜୀ-ରାମଜୀ ଯୋଜନାରେ ଗାଁସାଥୀ (ମେଟ୍‌)ଙ୍କ ନାମରେ କାର୍ଯ୍ୟାଦେଶ ପ୍ରଦାନ ଆଦି ଡିମାଣ୍ଡକୁ ପୂରଣ ଲାଗି ଜିଲ୍ଲା ସ୍ତରରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଏହିଯେ, ଗାଁସାଥୀଙ୍କ ମାସିକ ଦରମା ଓ ସାମାଜିକ ସୁରକ୍ଷାର ଦାବିକୁ ରାଜ୍ୟ ସରକାର ଆଗାମୀ ୭ଦିନ ମଧ୍ୟରେ ସରକାରୀ ଭାବେ ଘୋଷଣା କରିବା ଲାଗି ସଂଘ ଗଣମାଧ୍ୟମ ଓ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶାଙ୍କୁ ଆନ୍ତରିକ ନିବେଦନ ଜଣାଇଛି। ଯଦି ଏହି ଘୋଷଣା ଆଗାମୀ ୧ ସପ୍ତାହ ମଧ୍ୟରେ ସରକାର ନକରନ୍ତି, ତେବେ ବାଧ୍ୟହୋଇ ଚଳିତ ସେପ୍ଟେମ୍ବର ୨୧ ତାରିଖ ସକାଳ ୯ ଘଟିକା ସମୟରେ ଓଡ଼ିଶା ବିଧାନସଭା ଆଗରେ ଥିବା ଲୋୟର ପିଏମ୍‌ଜି ଧାରଣାସ୍ଥଳରେ ଗାଁସାଥୀ (ମେଟ୍‌) ତାଙ୍କ ପରିବାର ସଦସ୍ୟ/ସଦସ୍ୟା ଓ ଜବକାର୍ଡଧାରୀ ମିଶି ୫୦ ହଜାରରୁ ଅଧିକ ସଂଖ୍ୟାରେ ଏକ ଜୋର୍‌ଦାର ଆନ୍ଦୋଳନ କରିବା ପାଇଁ ସଂଘ ସ୍ଥିର କରିଅଛି ବୋଲି ଆଜିର ସଂଗଠକମାନେ ଗଣମାଧ୍ୟମକୁ ଜଣାଇଛନ୍ତି। ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗାଁସାଥୀ ସଂଗଠକ ପ୍ରମୋଦ ସାମଲ, ମନୋଜ ପାଢ଼ୀ, ରବିନ୍ଦ୍ର ମାଝୀ, ହରେଶ ଖୁଂଟିଆ, ମିନାରାଣୀ ଦାସ, ଗିତାଞ୍ଜଳି ମିଶ୍ର, ନିରୂପମା ମିଶ୍ର, ବିକାଶ ସାହୁ, ଅକ୍ଷୟ ଜେନା, ପ୍ରଶାନ୍ତ ସେଠୀ, ଅରୁଣ ବେହେରା, ଅନାମ ରାଉତ, ଇନ୍ଦ୍ରମଣୀ ସାହୁ, ଚିତ ଶଙ୍ଖୁଆ, ମନ୍ମଥ ବେହେରା, ନନ୍ଦ ବେହେରା, ବୈଲୋଚନ ପାତ୍ର ଓ ଅନ୍ୟ ଶତାଧିକ ଗାଁସାଥୀ (ମେଟ୍‌) ସଦସ୍ୟ/ସଦସ୍ୟା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.