Home ଜିଲ୍ଲା ପରିକ୍ରମା ଗୁଣାତ୍ମକ ବିହନ ଉତ୍ପାଦନ ପ୍ରଶିକ୍ଷଣ

ଗୁଣାତ୍ମକ ବିହନ ଉତ୍ପାଦନ ପ୍ରଶିକ୍ଷଣ

4

ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଣ୍ଡାରିପୋଖରୀ ବ୍ଳକ ଅନ୍ତର୍ଗତ ଓଳା ଗୋଷ୍ଠୀକେନ୍ଦ୍ର ପରିସରରେ ଗୁଣାତ୍ମକ ବିହନ ଉତ୍ପାଦନ ପ୍ରଶିକ୍ଷଣ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଆନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ର ଓ ଓଡିଶା ସରକାରଙ୍କ ସହାୟତାରେ ଏବଂ ବାଲିପୋଖରୀ ନେତାଜୀ ଯୁବକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ପ୍ରଶିକ୍ଷଶ ଶିବିରରେ ଜିଲ୍ଲା ମୁଖ୍ୟ କୃଷିି ଅଧିକାରୀ ଶଶିଭୂଷଣ ମହାପାତ୍ର, ଜିଲ୍ଲା କୃଷି ଅଧିକାରୀ ପ୍ରୀତିରେଖା ମହାଳିକ, ସ୍ଥାନୀୟ ବ୍ଳକ ସହକାରୀ କୃଷି ଅଧିକାରୀ ସଞ୍ଜିବ କୁମାର ମଲ୍ଲିକ, ଗ୍ରାମ୍ୟ କୃଷି କର୍ମଚାରୀ କ୍ଷୀରୋଦ ମଲ୍ଲିକ, ନେତାଜୀ ଯୁବକ ସଂଘ ସମ୍ପାଦକ ବିଶ୍ୱମ୍ଭର ସାହୁ, ସ୍ୱତନ୍ତ୍ର ଧାନ ପ୍ରଦର୍ଶନୀ ଜିଲ୍ଲା ସଂଯୋଜକ ପ୍ରତାପ ଚନ୍ଦ୍ର ମହାନ୍ତି, ପରାମର୍ଶଦାତା ଉଦିତ କୁମାର ରାଏ, କାର୍ତିକ ଖଣ୍ଡାଇ ଯୋଗଦେଇ କୃଷକମାନଙ୍କୁ ଗୁଣାତ୍ମକ ବିହନ ଉତ୍ପାଦନ ପ୍ରଣାଳୀ ସମ୍ପର୍କରେ ବୁଝାଇଥିଲେ। ଏହି ଶିବିରରେ ଆଖାପାଖର ୫୦ରୁ ଅଧିକ କୃଷକ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.