ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଗରପଡା କୃଷ୍ଣ ଚରଣ ବିଦ୍ୟାମନ୍ଦିର ପଡିଆରେ ଜୋନ ସ୍ତରୀୟ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଛି । ଏଥିରେ ୩୯ ଗୋଟି ସ୍କୁଲର ୩୮୧ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଉଚ୍ଚ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭଲି, ଖୋ-ଖୋ, କବାଡି, ବ୍ୟାଡମିଟଂନ, ଚେସ, ଫୁଟବଲ୍, ଯୋଗ ଆଦି ପ୍ରତିଯୋଗିତା କରାଯାଇଥିଲା । ଜୋନ କ୍ରୀଡା ସମ୍ପାଦକ ସୁବୋଧ କୁମାର ପାତ୍ରଙ୍କ ତତ୍ୱାବଧାନରେ ଶାରିରୀକ ଶିକ୍ଷା ଶିକ୍ଷକ ଧିରେନ୍ଦ୍ର ଷଡଙ୍ଗୀ, ଉମାକାନ୍ତ ଜେନା, ଉପମନ୍ୟୁ ଖୁଟିିଂଆ, ବଳଭଦ୍ର କିଙ୍କର ଜେନା, ନିରଞ୍ଜନ ଜେନା, ସଙ୍ଗୀତା କୁମାରୀ ବେହେରା, ବିଦ୍ୟୁତ୍ଲତା ଦାସ ପ୍ରମୁଖ କ୍ରୀଡାକୁ ପରିଚାଳନା କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶରତ କୁମାର ଜେନା,ପରିଚାଳନା କମିଟି ସଭାପତି ମନୋଜ ବେହେରା ପ୍ରାରମ୍ଭରେ କ୍ରୀଡା ପତାକା ଉତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ । ମିନତୀ ସାହୁ, ମନୋଜ କୁମାର ବେହେରା, ମମତା ରାଣୀ ମଲ୍ଲିକ, ରଞ୍ଜିତା ନାୟକ , ଧନେଶ୍ୱର ଜେନା, ଗୋକୁଳାନନ୍ଦ ବେହେରା, ତୁରାମ ସିଂ, ନାରାୟଣ ରାଉତ, ସୁବୋଧ କୁମାର ପାତ୍ର, ଶାନ୍ତିଲତା ଜେନା, ସଞ୍ଜୟ କେତନ ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।







