ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶକ୍ତିଶ୍ରୀ ପକ୍ଷରୁ ୬ ଦିନିଆ ବାଳିକା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଆଗରପଡା ମହାବିଦ୍ୟାଳୟ ପରିସରରେ ଉଦଘାଟିତ ହୋଇଛି । କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଶାନ୍ତନୁ କୁମାର ଜେନା ଉଦ୍ଘାଟନ କରି କହିଲେ ସଂକଟ ଜନକ ପରିସ୍ଥିତିରେ ନିଜକୁ ବଚାଂଇବା ନେଇ କୌଶଳ ଅବଲମ୍ବନ ନେଇ ପରାମର୍ଶ ଦେଇଥିଲେ । ପ୍ରଶିକ୍ଷକ ଅହଲ୍ୟା ଦାସ, ରଶ୍ମିପ୍ରଭା ଦାସ ଆତ୍ମରକ୍ଷାର ବିଭିନ୍ନ କୌଶଳ ପ୍ରଦର୍ଶନ ପୂର୍ବକ ତାଲିମ ପ୍ରଦାନ କରିଥିଲେ । ଶକ୍ତିଶ୍ରୀ ସଂଯୋଜିକା ଅଧ୍ୟାପିକା ସାବିତ୍ରୀ ମଞ୍ଜରୀ ଦାସ, ମନ୍ଦାକିନୀ ଦାସ, ଆତ୍ମସୁରକ୍ଷାର ସଂଯୋଜକ ବ୍ରଜମୋହନ ପତି, ପ୍ରାଧ୍ୟାପିକା ସନ୍ଧ୍ୟାରାଣୀ ନାୟକ, ବରିଷ୍ଠ ଅଧ୍ୟାପିକା ପ୍ରେମଲତା ଦାଶ, ଅଧ୍ୟାପକ ପ୍ରଶାନ୍ତ ନାୟକ, ହରିହର ଦାସ, ହେମନ୍ତ କୁମାର ଓଝା, ଜଗନ୍ନାଥ ଦାସ, ରବିନ୍ଦ୍ର ମୋହନ ପଣ୍ଡା,କାର୍ଯ୍ୟାଳୟ ସହାୟକ ଅଶୋକ କୁମାର ସାହୁଙ୍କ ସମେତ କର୍ମଚାରୀ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।








