Home ଜିଲ୍ଲା ପରିକ୍ରମା ଅସୁରାଳି ଜୋନସ୍ତରୀୟ ବିଦ୍ୟାଳୟ କ୍ରୀଡ଼ା

ଅସୁରାଳି ଜୋନସ୍ତରୀୟ ବିଦ୍ୟାଳୟ କ୍ରୀଡ଼ା

8

ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅସୁରାଳି ଜୋନସ୍ତରୀୟ ବିଦ୍ୟାଳୟ ସମୂହର କ୍ରୀଡ଼ା ପ୍ରତିଯୋଗିତା କଲ୍ୟାଣୀ ହାଇସ୍କୁଲ ପଡ଼ିଆରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି।ଧାମନଗର ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ସେକ ନିଜାମୁଦ୍ଧିନ ମୁଖ୍ୟ ଅତିଥି ରୂପେ କ୍ରୀଡା ପତାକା ଉତୋଳନ କରିଥିଲେ।ଜୋନ କ୍ରୀଡ଼ା ସଙ୍ଗଠନର ସଭାପତି ଲୁଣିଆ ସହଯୋଗ ହାଇସ୍କୁଲର ପ୍ରଧାନ ଶିକ୍ଷକ ନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଉଦଘାଟନ ଉତ୍ସବ ଆୟୋଜିତ ହୋଇଥିଲା।ବରିଷ୍ଠ ଶିକ୍ଷାବିତ ରୋଟାରିଆନ ପ୍ରଣବ କୁମାର ସାହୁ,ଧାମନଗର ପ୍ରେସ କ୍ଲବର ପ୍ରାକ୍ତନ ସଭାପତି ସାମ୍ବାଦିକ ବୈକୁଣ୍ଠ ନାଥ ସାହୁ,ଶହୀଦ ନଗର ପିଏମଶ୍ରୀ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ପ୍ରିୟତମା ପାଣିଗ୍ରାହୀ,କଲ୍ୟାଣୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ବଳରାମ ପାଲ,ପ୍ରଧାନ ଶିକ୍ଷକ ରାଜ୍ କିଶୋର ପଣ୍ଡା,ଉମାଶଙ୍କର ଜେନା ପ୍ରମୁଖ ଅତିଥି ରୂପେ ଯୋଗଦେଇ କ୍ରୀଡା କ୍ଷେତ୍ରରେ ପାରଦର୍ଶିତା ବିଦ୍ୟାର୍ଥୀଙ୍କୁ ଏକ ସୁନ୍ଦର ଭବିଷ୍ୟତ ଆଣି ଦେଇଥାଏ ବୋଲି ମତବ୍ୟକ୍ତ କରିଥିଲେ।ଧାମନଗର ବ୍ଲକ କ୍ରୀଡା ସମ୍ପାଦକ ମାନସ କୁମାର ନାୟକ ସଂଯୋଜନା କରିଥିଲେ ଏବଂ ଜୋନ ସମ୍ପାଦକ ରବି ନାରାୟଣ ସାହୁ ଆଭିମୁଖ୍ୟ ପ୍ରଦାନ କରିଥିଲେ।ଶିକ୍ଷକ ଅଜୟ ସାମଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅସୁରାଳି ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ପାତ୍ର ଧନ୍ୟବାଦ ଦେଇଥିଲେ।ଏକଦିବାସୀୟ କ୍ରୀଡ଼ାରେ ୧୪ ଓ ୧୭ ବର୍ଷରୁ କମ ବର୍ଗରେ ମୋଟ ୨୮୬ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରି ଚେସ ଖୋକ ବ୍ୟାଡମିଣ୍ଟନ ଭଲିବଲ ଫୁଟବଲ ଯୋଗ ହ୍ୟାଣ୍ଡବଲ କବାଡି ଆଦି ଖେଳରେ ସେମାନଙ୍କ ନୌପୁଣ୍ୟତା ପ୍ରଦର୍ଶନ କରିଥିଲେ।ଶୈଳବାଳା ନାଥ,ରଜନୀ ମହାଳିକ,ସ୍ମିତାଞ୍ଜଳି ମଲ୍ଲିକ,ସ୍ୱର୍ଣ୍ଣଲତା ବେହେରା,ଚନ୍ଦନ ଉପାଧ୍ୟାୟ,ଗୌରୀଶଙ୍କର ମିଶ୍ର,ରଞ୍ଜନ ରାଉତ,ଭବେନ୍ଦ୍ର ଦଳାଇ ପ୍ରମୁଖ କ୍ରୀଡ଼ା ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.