Home ଜିଲ୍ଲା ପରିକ୍ରମା ବୀର ଯବାନଙ୍କୁ ଦିଆଗଲା ସ୍ୱାଗତ ସମ୍ବର୍ଦ୍ଧନା

ବୀର ଯବାନଙ୍କୁ ଦିଆଗଲା ସ୍ୱାଗତ ସମ୍ବର୍ଦ୍ଧନା

13

ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଚାରିଗାଁ ଗ୍ରାମର ଦୀର୍ଘ ୧୭ ବର୍ଷ ସ୍ଥଳ ସେନାରେ କାର୍ଯ୍ୟରତ ଥାଇ ଘରକୁ ଫେରିଥିବା ରାଜେନ୍ଦ୍ର ପଣ୍ଡାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ପାଳେଶ୍ୱରୀ ୟୁଥ୍ କ୍ଲବ ଆନୁକୂଲ୍ୟରେ ଆୟୋଜିତ ସଭାକୁ ଶିକ୍ଷାବିତ୍ ପଚାଂନନ ପୃଷ୍ଟି ମଂଚ ସଂଯୋଜନା କରିଥିବା ବେଳେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଗୋବିନ୍ଦ ଚନ୍ଦ୍ର ସାହୁ ସଭା ପରିଚାଳନା କରିଥିଲେ । ସ୍ଥାନୀୟ ସରପଚଂ ଗିତିକା ଭୋଇ, ଶିକ୍ଷାବିତ୍ ଉପେନ୍ଦ୍ର କୁମାର ବିଶ୍ୱାଳ,ପୂର୍ବତନ ସରପଚଂ ବନମାଳୀ ବେହେରା, ଚାରିଗାଁ ସମିତିସଭ୍ୟ ଧରଣୀଧର କର, ସାମ୍ବାଦିକ ହେମନ୍ତ ସିଂହ,ତ୍ପୂର୍ବତନ ସମିତିସଭ୍ୟ ରାମଚନ୍ଦ୍ର ସାହୁ ପ୍ରମୁଖ ଯବାନ ରାଜେନ୍ଦ୍ର ପଣ୍ଡା ନିଜର କର୍ମମୟ ସମୟରେ ଦେଶ ମାତୃକାର ସେବା କରି ଗାଁକୁ ଫେରିଥିବା ବେଳେ ଆମ ଅଚଂଳକୁ ଗର୍ବିତ କରିଛନ୍ତି ବୋଲି କହିଥିଲେ । ଏହି ଅବସରରେ ପାଳେଶ୍ୱରୀ ୟୁଥ୍ କ୍ଲବ, ଚାରିଗାଁ ପଚାଂୟତ, ଏବଂ ଯୋଗଗୁରୁ ଧରଣୀ ଧର କର ମାନପତ୍ର, ଉତରୀୟ ଦେଇ ସମ୍ବର୍ଦ୍ଧନା ଦେଇଥିଲେ । ପିତା ହରେକୃଷ୍ଣ ପଣ୍ଡା,ମାତା ବୀଣା ପାଣି ପଣ୍ଡା, ସହଧର୍ମିଣୀ ସବିତାରାଣୀ ପଣ୍ଡା, ଶିବ ପ୍ରସାଦ ଜେନା,ନାରାୟଣ ଚନ୍ଦ୍ର ପାତ୍ର ପ୍ରମୁଖ ମଂଚାସୀନ ଥିଲେ । ସମ୍ବର୍ଦ୍ଧନାର ଉତରରେ ରାଜେନ୍ଦ୍ର କାଶ୍ମୀର,ପଞ୍ଜାବ, ମହାରାଷ୍ଟ୍ର ସୀମାରେ କଟାଇଥିବା ଅନୁଭୂତି ବାଂଟିଥିଲେ । କ୍ଲବର ଉତମ କୁମାର ପଣ୍ଡା ଆଭିମୁଖ୍ୟ ରଖିଥିବା ବେଳେ ବର୍ଷାରାଣୀ ପଣ୍ଡା, ରଶ୍ମିରେଖା ସାହୁ, ଝିଲ୍ଲୀରାଣୀ ଜେନା ସ୍ୱାଗତ ନୃତ୍ୟ କରିଥିଲେ । ସୁବାଷ ଟୁଡୁ, ନିର୍ମଳ ସାହୁ, ଜିତେନ୍ଦ୍ର ପଣ୍ଡା, ପ୍ରଶାନ୍ତ ଦାଶ, ଅରୁଣ କୁମାର ସୂତାର, ଜଗନ କୁମାର ବେହେରା, ଅର୍ଜୁନ ଚରଣ ସେଠୀ,ଭଗବାନ ପଲେଇ, ଦୀପକ ପଣ୍ଡା, ରମେଶ କୁମାର ଜେନା, ପିଟୁଂ ସାହୁ,କୁନା ପଲେଇ, ଜୀବନ ଦାସ,ଭାବଗ୍ରାହୀ ଓଝା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପ୍ରାରମ୍ଭରେ କୁଆଁସମଢିଆ ଛକ ଠାରୁ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ ପରିକ୍ରମା କରାଯାଇଥିଲା । ବିଭିନ୍ନ ସ୍ଥାନରେ ରାଜେନ୍ଦ୍ରଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.