Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲାର ଶ୍ରେଷ୍ଠ ବିଦ୍ୟାଳୟ ପୁରସ୍କାର ପାଇବ ତିଶଳପୁର ଉ.ପ୍ରା. ବିଦ୍ୟାଳୟ

ଭଦ୍ରକ ଜିଲ୍ଲାର ଶ୍ରେଷ୍ଠ ବିଦ୍ୟାଳୟ ପୁରସ୍କାର ପାଇବ ତିଶଳପୁର ଉ.ପ୍ରା. ବିଦ୍ୟାଳୟ

4

ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଭୁବନେଶ୍ୱର, ଓଡ଼ିଶାର ସଦ୍ୟ ପ୍ରକାଶିତ ଶ୍ରେଷ୍ଠ ବିଦ୍ୟାଳୟ ଏବଂ ଶ୍ରେଷ୍ଠ ଆଲୁମିନି କମିଟି ପୁରସ୍କାର ଘୋଷଣା କରାଯାଇଛି । ଏଥିରେ ଭଦ୍ରକ ଜିଲ୍ଲା ତଥା ଭଦ୍ରକ ବ୍ଲକ ଅନ୍ତର୍ଗତ ତିଶଳପୁର ସରକାରୀ ଉ.ପ୍ରା. ବିଦ୍ୟାଳୟ ୨୦୨୪-୨୦୨୫ ବର୍ଷ ପାଇଁ ଜିଲ୍ଲାର ଶ୍ରେଷ୍ଠ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ୨୦୨୫-୨୬ ବର୍ଷ ପାଇଁ ଜିଲ୍ଲାର ଶ୍ରେଷ୍ଠ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତଥା ଶ୍ରେଷ୍ଠ ଆଲୁମିନି କମିଟି ରୂପେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛି । ସେପ୍େଟମ୍ବର ମାସ ଆସନ୍ତା ୦୫ ତାରିଖ, ଗୁରୁଦିବସ ଅବସରରେ ଲୋକସେବା ଭବନ, ଭୁବନେଶ୍ୱର, ଓଡ଼ିଶାରେ ଆୟୋଜିତ ହେବାକୁ ଥିବା “ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ମହୋତ୍ସବରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଝୁରନବାଳା ଖୁଂଟିଆ ଏବଂ ଆଲୁମିନି କମିଟିର ସଭାପତି ଶ୍ରୀଯୁକ୍ତ ସୁଦର୍ଶନ ଲେଙ୍କା ଉକ୍ତ ପୁରସ୍କାରକୁ ଗ୍ରହଣ କରିବେ। ଏଥିପାଇଁ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ-ସଦସ୍ୟା, ଗ୍ରାମବାସୀ ତଥା ନିକଟସ୍ଥ ଅଂଚଳର ବୁଦ୍ଧିଜୀବୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି। ଏହି ଅବସରରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ଝୁରନବାଳା ଖୁଂଟିଆ, ବର୍ତମାନର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ଶୁକ୍ଳ, ଆଲୁମିନି କମିଟିର ସଭାପତି ସୁଦର୍ଶନ ଲେଙ୍କା, ପୂର୍ବତନ ବିଦ୍ୟାଳୟ କମିଟିର ସଭାପତି ଗୌରୀବଲ୍ଲଭ ପାଢ଼ୀ ଓ ବର୍ତମାନର ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଦୀପ କୁମାର ଦାସ, ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ସି.ଆର.ସି.ସି ଜୟନ୍ତ କୁମାର ଜେନା, ଭଦ୍ରକ ବ୍ଲକ ଶିକ୍ଷାଧିକାରୀ ଚକ୍ରଧର ମଲ୍ଲିକ ବିଦ୍ୟାଳୟର ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । କ୍ରମାଗତ ଭାବେ ୨୦୨୩-୨୪, ୨୦୨୪-୨୫, ୨୦୨୫-୨୬ ବର୍ଷ ପାଇଁ ରାଜ୍ୟର ଶ୍ରେଷ୍ଠ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୂପେ ଭଦ୍ରକ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଥିବାରୁ ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ ବିଦ୍ୟାଳୟକୁ ଭୂୟସୀ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.