Home ଜିଲ୍ଲା ପରିକ୍ରମା ବନ୍ୟା ସ୍ଥିତି ସମୀକ୍ଷା କଲେ ବିଧାୟକ ସଂଜୀବ ମଲ୍ଲିକ

ବନ୍ୟା ସ୍ଥିତି ସମୀକ୍ଷା କଲେ ବିଧାୟକ ସଂଜୀବ ମଲ୍ଲିକ

5

ଭଦ୍ରକ, ୧୪ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀରେ ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି । ଫୁଲୁଛି ବୈତରଣୀ ନଦୀ। ବଢୁଛି ଜଳ ସ୍ତର । ଆଖୁଆପଦା ଆନିକଟ ଠାରେ ବିପଦ ସଂକେତ ଟପିଛି ବନ୍ୟା ଜଳ । ଏଭଳି ପରିସ୍ଥିତିରେ ଆଜି ଭଣ୍ଡାରିପୋଖରୀ ପଂଚାୟତ ସମିତି କାର୍ଯ୍ୟାଳୟରେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ । ଏହି ସମୀକ୍ଷା କାଳରେ ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭଣ୍ଡାରିପୋଖରୀ,ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଙ୍କ ସମେତ ତହସିଲଦାର ଭଣ୍ଡାରିପୋଖରୀ ଉପସ୍ଥିତ ଥିଲେ । ସ୍ଥିତି ଅନୁଧ୍ୟାନ କରି ସାଧାରଣ ଜନତାଙ୍କ ପାଖରେ ଶୁଖିଲା ଖାଦ୍ୟ,ଆବଶ୍ୟକୀୟ ସାମଗ୍ରୀ,ମେଡ଼ିସିନ୍‌( ଓ.ଆରଏସ୍‌) ପହଁଚାଇବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଧାୟକ ଶ୍ରୀ ମଲ୍ଲିକ। ବିଧାୟକ ଶ୍ରୀ ମଲ୍ଲିକ ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ଗ୍ରାମ ପଂଚାୟତ ର ବନସ୍ତା ଠାରେ ଦୁର୍ବଳ ନଦୀବନ୍ଧ ଧସିବାର ଆଶଙ୍କା ଥିବାରୁ ସ୍ଥିତି ଅନୁଧ୍ୟାନ କରିବା ସହିତ ସାଧାରଣ ଜନତାଙ୍କ ଧନଜୀବନର ସୁରକ୍ଷାକୁ ନଜରରେ ରଖି ତୁରନ୍ତ ତାହାର ମରାମତି କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.