Home ଜିଲ୍ଲା ପରିକ୍ରମା ତ୍ରିରଙ୍ଗା ପତାକା ପ୍ରସ୍ତୁତରେ ପୌରଂଚଳ ମହିଳା ମହାସଂଘକୁ ଅଣଦେଖା, ବିଡିଓ ଅଫିସ୍ ଘେରିଲ ମହିଳାମାନେ

ତ୍ରିରଙ୍ଗା ପତାକା ପ୍ରସ୍ତୁତରେ ପୌରଂଚଳ ମହିଳା ମହାସଂଘକୁ ଅଣଦେଖା, ବିଡିଓ ଅଫିସ୍ ଘେରିଲ ମହିଳାମାନେ

5

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା ଘରେ ଘରେ ତ୍ରିରଙ୍ଗା ଅଭିଯାନକୁ ସଫଳ କରିବା ପାଇଁ ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ୬୦ ଲକ୍ଷ ତ୍ରିରଙ୍ଗା ପତାକା ସମସ୍ତ ଜିଲାରେ ବଂଟନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପରିପ୍ରେକ୍ଷୀରେ ଭଦ୍ରକ ସହରାଂଚଳ ମହିଳା ମହାସଂଘକୁ ତ୍ରିରଙ୍ଗା ପତାକା ପ୍ରସ୍ତୁତରେ ବାଦ୍ ଦିଆଯାଇଥିବା ନେଇ ବହୁ ମହିଳା ଭଦ୍ରକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଥିଲେ। ନିଜ ଜିଦ୍‌ରେ ଅଟଳ ଥିଲେ ପତାକା ନେଇ ଯିବୁ, ନହେଲେ ଉଠିବୁ ନାହିଁ। ଏମାନଙ୍କ ଅଭିଯୋଗ ହେଲା ଭଦ୍ରକ ପୌରପାଳିକାର ଏହି ମହାସଂଘକୁ ସବୁ କାର୍ଯ୍ୟକ୍ରମରେ ପ୍ରଶାସନ ସାମିଲ କରୁଥିବାବେଳେ ତ୍ରିରଙ୍ଗା ପତାକା ପ୍ରସ୍ତୁତ କ୍ଷେତ୍ରରେ ଅଣଦେଖା କରାଯାଉଛି। ଗତ ୨୦୨୩ ମସିହାରୁ ଆଜିଯାଏଁ ମହିଳା ସଂଘ ପକ୍ଷରୁ ଏନେଇ ବିଡିଓ,ମିଶନ ଶକ୍ତି କର୍ତୃପକ୍ଷ ଓ ଜିଲାପାଳଙ୍କୁ ଭେଟିଆସୁଥିଲେ ମଧ୍ୟ ସୁଫଳ ମିଳୁନାହିଁ। ପ୍ରଶାସନ ପକ୍ଷରୁ କୁହାଯାଉଛି ତ୍ରିରଙ୍ଗା ପତାକା ପ୍ରସ୍ତୁତ କାର୍ଯ୍ୟ ଗ୍ରାମାଂଚଳର ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ପାଇଁ, ପୌରାଂଚଳ ପାଇଁ ନୁହେଁ। ଦୀର୍ଘସମୟ ଧାରଣାରେ ବସିବା ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆସିବା ପରେ ସେମାନଙ୍କ ସହ ଆଲୋଚନା କରିଥିଲେ। ଏବଂ ପତାକା ପ୍ରସ୍ତୁତି ପାଇଁ ସେମାନଙ୍କୁ ସାମିଲ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଧାରଣାରୁ ମହିଳାମାନେ ଓହରି ଯାଇଥିଲେ। ଏହି ଧାରଣାରେ ମହାସଂଘର ସଭାନେତ୍ରୀ ଜୟନ୍ତୀ ବିଶ୍ୱାଳ, ଆବାହକ ଉର୍ମିଳା ପଣ୍ଡା, ମଧୁସ୍ମିତା ପୃଷ୍ଟି, ଗୀତାଞ୍ଜଳି ନାୟକ, ମଂଜୁଲତା ଦାସ, କୁମୁଦୁନୀ ବିଶ୍ୱାଳ, ସଂଜୁଲତା ମହାକୁଡ ପ୍ରମୁଖ ବହୁ ମହିଳା ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.