Home ଜିଲ୍ଲା ପରିକ୍ରମା ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାକୁ ଆୟୁଷ୍ମାନ ଯୋଜନାରେ ପରିବର୍ତନ କରାନଯିବା ପାଇଁ ଓଡ଼ିଶା ସାମ୍ବାଦିକ ସଂଘର...

ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାକୁ ଆୟୁଷ୍ମାନ ଯୋଜନାରେ ପରିବର୍ତନ କରାନଯିବା ପାଇଁ ଓଡ଼ିଶା ସାମ୍ବାଦିକ ସଂଘର ଦାବି

3

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାର ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ଆୟୁଷ୍ମାନ ଯୋଜନା ଅନ୍ତର୍ଭୁକ୍ତ କରିବାକୁ ଯାଉଥିବାରୁ ଏହା କରାନଯିବା ପାଇଁ ଆଜି ଓଡ଼ିଶା ସାମ୍ବାଦିକ ସଂଘ ର ରାଜ୍ୟ କମିଟି ର ନିର୍ଦେଶ ଆନୁଯାୟୀ ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ସଂଘ ର ଭଦ୍ରକ ଜିଲ୍ଲା ସଭାପତି ଜ୍ଞାନ ପ୍ରକାଶ ପାଣିଙ୍କ ନେତୃତ୍ୱରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଖକୁ ପ୍ରେରଣ କରାଯାଇଛି । ଏହାଛଡ଼ା ସ୍ୱାସ୍ଥ୍ୟ ବୀମା ର ଅର୍ଥରାଶିକୁ ବୃଦ୍ଧି କରାଯିବା ପାଇଁ ମଧ୍ୟ ଦାବି କରାଯାଇଛି । ଏହି ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ସଭାପତି ଙ୍କ ସମେତ ସମ୍ପାଦକ ଉଦ୍ଧବ ଚରଣ ମିଶ୍ର, ବରିଷ୍ଟ ସଭ୍ୟ ବରିଷ୍ଟ ସାମ୍ବାଦିକ ବୈଲୋଚନ ସାହୁ, ଲକ୍ଷ୍ମୀକାନ୍ତ ନାଥ, ପ୍ରତାପ କୁମାର ପାଢ଼ୀ, ପ୍ରଭାତ ବିଜୟ, ଉଦୟ କୁମାର ଜେନା,ସତ୍ୟାନନ୍ଦ ରାଉତ, ସୂର୍ଯ୍ୟଦୟ ବିଶ୍ୱାଳ,ତପନ କୁମାର ବାରିକ,ଗୌତମ କୁମାର ଦେ,ମୋହନ ମହାକୁଡ଼, ରଞ୍ଜନ କୁମାର ମଲ୍ଲିକ,ଶ୍ୟାମ ସୁନ୍ଦର ଜେନା, ପ୍ରଶାନ୍ତ କୁମାର ଦାସ,ସୁବାସ ଚନ୍ଦ୍ର ସନ୍ଦୀବିଗ୍ରହ,କାଲିପଦ ରାୟ, ପ୍ରମୋଦ ରାଉତ, ସେକ ସହିଦ ପ୍ରମୁଖ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.