Home ଜିଲ୍ଲା ପରିକ୍ରମା ଚାନ୍ଦବାଲିର ଜନନେତା ଦୁର୍ଯ୍ୟୋଧନ ମିଶ୍ରଙ୍କ ୧୦ମ ଶ୍ରାଦ୍ଧ ବାର୍ଷିକ, ଉଲେଖନୀୟ ଅବଦାନ ପାଇଁ ୨୦ ଜନ...

ଚାନ୍ଦବାଲିର ଜନନେତା ଦୁର୍ଯ୍ୟୋଧନ ମିଶ୍ରଙ୍କ ୧୦ମ ଶ୍ରାଦ୍ଧ ବାର୍ଷିକ, ଉଲେଖନୀୟ ଅବଦାନ ପାଇଁ ୨୦ ଜନ ସମ୍ବର୍ଦ୍ଧିତ

3

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ଗୌରବ,ମହାନ୍ ଜନ ନାୟକ ବ୍ଲକର ୫ଥର ଅଧକ୍ଷ୍ୟ ହୋଇଥିବା ଜନପ୍ରିୟ ରାଜନେତା ସ୍ୱର୍ଗତ ଦୁର୍ଯ୍ୟୋଧନ ମିଶ୍ରଙ୍କ ୧୦ମ ଶ୍ରାଦ୍ଧ ବାର୍ଷିକ ଦୁର୍ଯ୍ୟୋଧନ ମିଶ୍ର ସ୍ମୁତି ପରିଷଦ ପକ୍ଷରୁ ସ୍ଥାନୀୟ ବିଜୁସ୍ମୃତି ପରିସରରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ସଭାର ସଭାପତିତ୍ୱ କରିଥିଲେ ସ୍ମୃତି ସଂସଦର ସଭାପତି ତଥା ବ୍ଲକ ବିଜେଡି ସଭାପତି ପ୍ରତାପ ଚନ୍ଦ୍ର ଧଳ । ଆୟୋଜିତ ସ୍ମୃତି ଚାରଣ ସଭାରେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲିର ବିଧାୟକ ଡ.ବ୍ୟୋମକେଶ ରାୟ ମୁଖ୍ୟ ଅତିଥି ଓ ଚାନ୍ଦବାଲି ବିଡ଼ିଓ ସଞ୍ଜୀବ କୁମାର ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗା ଦେଇଥିଲେ। ଏହି ଅବସରରେ ସକାଳୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରୋଗୀ ଙ୍କୁ ଫଳ ବଂଟନ କରାଯାଇଥିଲା .ସ୍ୱର୍ଗତ ମିଶ୍ର ଙ୍କ ପ୍ରତିମୂର୍ତିରେ ମାଲ୍ୟାପଣ କରି ସ୍ମୁତି ଚାରଣ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା . ଅତିଥି ମାନେ ସ୍ୱର୍ଗତ ମିଶ୍ରଙ୍କ ଚାନ୍ଦବାଲି ପ୍ରତି ଅବଦାନ ବିଷୟରେ ବର୍ଣନା କରିଥିଲେ।ଏହି ଅବସରରେ ଚାନ୍ଦବାଲି ଅଂଚଳ ରେ ବିଭିନ୍ନ ଉଲେଖନୀୟ କାର୍ଯ୍ୟ ପାଇଁ ଯୁବ ସାମ୍ବାଦିକ ନିତ୍ୟ ପ୍ରକାଶ ବେହେରା, ପ୍ରଶାନ୍ତ ପାଣି , କଳାକାର ହୃଷିକେଶ ଦାସ, ସମାଜସେବୀ ଅଭୟ ସାମଲ,ଶିକ୍ଷକ ଦ୍ୱାରିକା ନାଥ ଦାଶ , କ୍ରୀଡା ସ୍ୱୟମ୍ଭୁ ପଳାଇ , କୃଷକ ପ୍ରଫୁଲ୍ଲ ଦାସ ମାନଙ୍କୁ ମାନପତ୍ର ଓ ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲାଅନ୍ୟ ମାନଙ୍କ ମଧ୍ୟରେ ଓକିଲ ସଂଘ ସଭାପତି ଉପେନ୍ଦ୍ର କୁମାର ରାଉଳ,ବରିଷ୍ଠ ବିଜେପି ନେତା ଅଜୟ ନାୟକ,କାଁହୁ ବେହେରା, ପୃର୍ଣ୍ଣ ପାଣି ,ସାହିତ୍ୟିକ ପ୍ରଫୁଲ୍ଲ କୁମାର ଦାସ,ଶିକ୍ଷାବିତ ଅମୁଲ୍ୟ ରାଉତ,ପ୍ରଭାସ ଶୁଭ ଦର୍ଶନ ମହାନ୍ତି, ରଜନୀକାନ୍ତ ମହାନ୍ତି, ତ୍ରିଲୋଚନ ଦାସ, ସତ୍ୟାନନ୍ଦ ରାଉତ,ପ୍ରଫୁଲ୍ଲ ସାହୁ, କଂଗ୍ରେସ ନେତା ଦିଗାମ୍ବର ଦାସ, ବୈଲୋଚନ ପଣ୍ଡା, ବିଶ୍ୱ କେଶରୀ ମହାନ୍ତି, ପ୍ରିନ୍ସ ରାକେଶ ନାୟକ। ଶେଷରେ ସ୍ୱରାଜ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.