Home ଜିଲ୍ଲା ପରିକ୍ରମା ଚଡଦିଆ ପ୍ରାଥମିକ ବିଦ୍ୟାଳୟ,ଏବେବି ଶୈଶବ ପାଣି ଘେରରେ, ବିଡିଓ କହିଲେ ଦେଖୁଛି, ଅତିରିକ୍ତ ବ୍ଲକ ଶିକ୍ଷାଧିକାରିଣୀ...

ଚଡଦିଆ ପ୍ରାଥମିକ ବିଦ୍ୟାଳୟ,ଏବେବି ଶୈଶବ ପାଣି ଘେରରେ, ବିଡିଓ କହିଲେ ଦେଖୁଛି, ଅତିରିକ୍ତ ବ୍ଲକ ଶିକ୍ଷାଧିକାରିଣୀ କହିଲେ ବୁଝୁଛି

2

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ ଶିକ୍ଷା ବ୍ୟବସ୍ଥାରେ ବିକଳ ଚିତ୍ର । ସଭିଏ ପଢନ୍ତୁ ସଭିଏ ବଢନ୍ତୁ ବୋଲି ନାରା ଦେଉଥିବା ସରକାର ଆଜି ପର୍ଯ୍ୟନ୍ତ ଶୈଶବରୁ ଆସି ବିଦ୍ୟାଳୟରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଏକ ସୁସ୍ଥ ପରିବେଶ ଯୋଗାଇ ଦେବାରେ ନାଁ ଧରୁ ନାହାନ୍ତି। ବନ୍ୟା ର ନାଁ ନେଇ ବ୍ଲକ ପ୍ରଶାସନିକ ଅଧିକାରୀ ଚୁପ ରହୁଥିବା ବେଳେ ଶିକ୍ଷାଧିକାରିଣୀ କଣ ହୋଇଛି ଦେଖିବା କହି କଥା ଟାଳି ଦେଉଛନ୍ତି। ଏଭଳି ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି ଚଡଦିଆ ପଂଚାୟତ ଚଡଦିଆ ପ୍ରାଥମିକ ବିଦ୍ୟାଳୟରେ। ଏହି ବିଦ୍ୟାଳୟଟିରେ ଶିଶୁ ବାଟିକାରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀରେ ୨ଶହ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ମାତ୍ର ଏହି ବିଦ୍ୟାଳୟ ଆଗରେ ବର୍ଷର ସବୁ ସମୟରେ ପାଣି ଭର୍ତି ହୋଇ ରହୁଥିବା ବେଳେ ଏହି ପାଣିରେ ପୋକ , ମଶା, ମାଛି ମାନେ ନିଜ ନିଜର ବଂଶ ବିସ୍ତାର କରି ଚାଲିଛନ୍ତି। ଏପରିକି ସବୁ ସମୟରେ ଶୈଶବ ରୁ ନିଜର ଜୀବନ ଆରମ୍ଭ କରୁଥିବା ବିଦ୍ୟାର୍ଥି ଏହି ପାଣିରେ ପାଦ ନ ବୁଡାଇଲେ ବିଦ୍ୟାଳୟକୁ ଯାତାୟତ ହୋଇ ପାରେ ନାହିଁ। ଫଳରେ ବହୁ ଛାତ୍ରଛାତ୍ରୀ ଚର୍ମ ରୋଗରେ ପିଡୀତ ହୋଇ ପଡୁଥିବା ବେଳେ ବହୁ ଛାତ୍ରଛାତ୍ରୀ ଙ୍କ କୋମଳ ପାଦରେ ଚର୍ମ ଉଠିଯାଉଥିବା ନେଇ ଅଭିଯୋଗ ମାନ ହୋଇଛି। ଅନ୍ୟ ପକ୍ଷରେ ଏହି ବିଦ୍ୟାଳୟ ପରିସରରେ ପଂଚାୟତ ତରଫରୁ ଏକ ଗୃହ ନିର୍ମାଣ କରାଯାଉଥିବା ବେଳେ ଗୃହ ନିର୍ମାଣ କରିବାକୁ ଅନୁଦାନ ଥିବା ବେଳେ ପାଣି ନିଷ୍କାସନ ପାଇଁ ଅର୍ଥ ବାଧକ ସାଜିଛି ବୋଲି ସଂପୃକ୍ତ ସରପଂଚଙ୍କ ପ୍ରତିନିଧି ମତବ୍ୟକ୍ତ କରିଛନ୍ତି। ସେହିପରି କାହିଁକି ବର୍ଷସାରା ପାଣି ନିଷ୍କାସନ ହୋଇ ପାରୁନାହିଁ ବୋଲି ଚାନ୍ଦବାଲି ବଡିଓ ସଞ୍ଜିବ ମହାପାତ୍ରଙ୍କୁ ପଚାରିବାରୁ ସେ ଏହି ବିଷୟରେ ସଂପୃକ୍ତ କନିଷ୍ଠଯନ୍ତ୍ରୀ ବିଶ୍ୱଜିତ ଦାସଙ୍କୁ ଅଙ୍ଗୁଳି ନିର୍ଦେଶ କରିଥିଲେ। କନିଷ୍ଠଯନ୍ତ୍ରୀ ବିଶ୍ୱଜିତ ଦାସ ଏହି ବିଷୟରେ କିଛି ଜାଣି ନାହାନ୍ତି ବୋଲି କହି କଥା ଏଡାଇଯାଇଥିବା ବେଳେ ହଉ ଦେଖିବା ରେ କଥା ରଖିଦେଇଥିଲେ। ସେହି ପରି ଚାନ୍ଦବାଲି ବ୍ଲକ ଶିକ୍ଷାଧିକାରୀ ଙ୍କ ଦାୟିତ୍ୱରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରିଣୀ ଅନିତା ମିଶ୍ର ଥିବା ବେଳେ ସେ ଚିରାଚରିତ ଭାବେ ଦେଖୁଛି ବୋଲି ମତ ରଖିଥିଲେ। ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗରେ ପ୍ରତି ବ୍ଲକରେ ଜଣେ କନିଷ୍ଠଯନ୍ତ୍ରୀ ନିଯୁକ୍ତି ପାଇଥିବା ବେଳେ ସେ ଏହି ବିଷୟରେ ଅବଗତ ହୋଇ ପାରିଲେ ନାହିଁ ଅଥଚ ସଂପୃକ୍ତ କନିଷ୍ଠଯନ୍ତ୍ରୀ ବିଶ୍ୱଜିତ ଦାସ ସେହି ପରିସରରେ ଅନ୍ୟ ଏକ ଗୃହର ନକ୍ସା ଦେବାକୁ ଗଲେ ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି। ବିଦ୍ୟାଳୟ ପରିସରରେ ମଇଳା ପାଣି ଜମି ରହିବା ସହ ପାଠ ପଢିବାକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ଉପସ୍ଥାପନା କମୁଥିବା ବେଳେ କାହିଁକି ବିଦ୍ୟାଳୟ ସଂପୃକ୍ତ ପ୍ରଧାନ ଶିକ୍ଷକ ଶିକ୍ଷା ବିଭାଗକୁ ଅଥବା ବିଡିଓଙ୍କୁ ଏହି ବିଷୟରେ ଅବଗତ କରାଇଲେ ନାହିଁ ତାହା ମଧ୍ୟ ତଦନ୍ତ ସାପେକ୍ଷ ହୋଇ ପଡିଛି ଅଭିଭାବକ ମାନେ ମତ ପୋଷଣ କରିଛନ୍ତି। ତୁରନ୍ତ ଜିଲ୍ଲାପାଳ ଏଥିପ୍ରତି ଧ୍ୟାନ ଦେବା ସହ ଶୈଶବଙ୍କ ପ୍ରତି ଅବିଚାର କରୁଥିବା ପଂଚାୟତର ଅଧିକାରୀ, କନିଷ୍ଠଯନ୍ତ୍ରୀ ଏବଂ ଶିକ୍ଷାଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.