Home ଜିଲ୍ଲା ପରିକ୍ରମା ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ଓ ଶ୍ରଦ୍ଧାଞ୍ଜଳୀ ସଭା,ସମାଜର ମଙ୍ଗଳକାରୀ ମଣିଷ ସଦା ସ୍ମରଣୀୟ ହୋଇରହିଥାନ୍ତି

ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ଓ ଶ୍ରଦ୍ଧାଞ୍ଜଳୀ ସଭା,ସମାଜର ମଙ୍ଗଳକାରୀ ମଣିଷ ସଦା ସ୍ମରଣୀୟ ହୋଇରହିଥାନ୍ତି

5

ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କୋହ୍ଲ ପଞ୍ଚାୟତ ଅଧିନ ମୂଷାଙ୍ଗ ଗ୍ରାମର ବିଶିଷ୍ଠ ଶିକ୍ଷାବିତ ନିତ୍ୟାନନ୍ଦ ପାଣିଗ୍ରାହୀ ଓ ତାଙ୍କ ପତ୍ନୀ ସୁଗୃହିଣୀ ସ୍ୱର୍ଗତା ଅନ୍ନପୂର୍ଣ୍ଣା ପାଣିଗ୍ରାହୀଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ଓ ଶ୍ରଦ୍ଧାଞ୍ଜଳୀସଭା କୋହ୍ଲ ବଜାର ନିକଟ ବାସଭବନ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଧାନଶିକ୍ଷକ ବିଶ୍ୱନାଥ ପଣ୍ଡା ସଭାରେ ସଞ୍ଚାଳନରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ସାହିତ୍ୟିକ ଭଗବାନ ଚନ୍ଦ୍ର ନାୟକ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ଭାଗିରଥି ଆଚାର୍ଯ୍ୟ, ସମ୍ନାନିତ ଅତିଥି ଭାବେ ପ୍ରାବନ୍ଧିକ ବିଭୂତି ଭୂଷଣ ସେନାପତି, ପୂର୍ବତନ ସରପଞ୍ଚ ମୀନକେତନ ସେନାପତି ଯୋଗଦେଇ ସମସ୍ତେ ମର୍ତ୍ତ୍ୟମଣ୍ଡଳରୁ ବିଦାୟନିଅନ୍ତି। ମାତ୍ର ସମାଜର ମଙ୍ଗଳକାରି ମଣିଷ ସଦା ସର୍ବଦା ସ୍ମରଣୀୟ ହୋଇ ରହିଥାନ୍ତି ବୋଲି କହିଥିବାବେଳେ ସ୍ୱର୍ଗତ ପାଣିଗ୍ରାହୀଙ୍କ ବହୁମୂଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ କ୍ଷ ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ସାହିତ୍ୟିକ ପି. ହୃଷିକେଶ, ଦାମୋଦର ସେନାପତି, ଶିକ୍ଷାବିତ ଦେବେନ୍ଦ୍ର ସାମଲ, ପ୍ରବଚିକା ବିଶ୍ୱମୈତ୍ରୀ ନାୟକ, ପୂର୍ବତନ ସରପଞ୍ଚ ପ୍ରଦୀପ ସାହୁ, କବି ରବି କୁମାର ମହାନ୍ତି, ଆଶୁତୋଷ କାରଣ, କୃପାସିନ୍ଧୁ ମହାନ୍ତି, ଗୟାଧର ନାୟକ, ସୁବାସ ଚନ୍ଦ୍ର ଦାଶ, ପ୍ରଶାନ୍ତ ବାରିକ ପ୍ରମୁଖ ଶ୍ରଦ୍ଧାଞ୍ଜଳୀ ବକ୍ତବ୍ୟ ପ୍ରଦାନ କରିଥିଲେ କ୍ଷ ପ୍ରାରମ୍ଭରେ ଅତିଥିମାନେ ସ୍ୱର୍ଗତ ପାଣିଗ୍ରାହୀ ଓ ତାଙ୍କ ପତ୍ନୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ କ୍ଷ ସ୍ୱର୍ଗତ ପାଣିଗ୍ରାହୀଙ୍କ ସୁପୁତ୍ର ଅବସରପ୍ରାପ୍ତ ସେନା କର୍ମଚାରୀ ସୁଧୀରଞ୍ଜନ ପାଣିଗ୍ରାହୀ କୃତଜ୍ଞତା ଜ୍ଞାପନ କରିଥିଲେ କ୍ଷ ପରିବାର ପକ୍ଷରୁ ସୁବାସିନୀ ପାଣିଗ୍ରାହୀ, ଅପୂର୍ବ ପାଣିଗ୍ରାହୀ, ସୌମ୍ୟରଞ୍ଜନ ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ କ୍ଷଏହି କାର୍ଯ୍ୟକ୍ରରେ ବହୁ ଶିକ୍ଷାବିତ ଓ ବୁଦ୍ଧିଜୀବୀ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.