Home ଜିଲ୍ଲା ପରିକ୍ରମା ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତି କାର୍ଯ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତି କାର୍ଯ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

7

ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତି, ଭଦ୍ରକ ଆଜକୁ ୨୬ବର୍ଷ ଧରି ପଞ୍ଜିକୃତ ହୋଇ ଭଦ୍ରକ ସମେତ ଅନ୍ୟ ଜିଲ୍ଲାମାନଙ୍କରେ ଶ୍ରୀ ଜଗନ୍ନାଥଙ୍କ ତଥ୍ୟ, ଦର୍ଶନ, ଗୁଣ, ଗାରିମା ପ୍ରଚାର ପ୍ରସାର କରି ଆସୁଛି । ଏଥି ପାଇଁ ଭଦ୍ରକ ସହରାଞ୍ଚଳରେ ସମିତିର ଏକ କାର୍ଯ୍ୟାଳୟ ନିମନ୍ତେ ୨/୪ ଡ଼ିସିମିଲ ଜମି ପ୍ରଦାନ କରିବା ପାଇଁ ଆଜକୁ ୧୦/୧୨ବର୍ଷ ଧରି ଜିଲ୍ଲା ପ୍ରଶାସନକୁ ଆବେଦନ କର ିଆସୁଥିଲେ ହେଁ ତାହା ଅଦ୍ୟାପି ସମ୍ଭବ ହୋଇ ପାରିନାହିଁ । ପୁରୀ ଶ୍ରୀମନ୍ଦିର ଚତୁପାଶ୍ୱର୍ ସଂପ୍ରସାରଣ ନିମନ୍ତେ ରାଜ୍ୟ ସରକାରଙ୍କ ରାଜକୋଷରୁ ବ୍ୟୟ କରାଯାଇଥିଲା । ପଶ୍ଚିମବଙ୍ଗ ସରକାର ରାଜ୍ୟ ସରକାରଙ୍କ ରାଜକୋଷରୁ ଦିଘା ଠାରେ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ କରାଗଲା । ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । କିନ୍ତୁ ଶ୍ରୀ ଜଗନ୍ନାଥଙ୍କ ଗୁଣ, ଗାରିମା ଓ ମାନବୀୟ ଲୀଳାକୁ ପ୍ରଚାର ପ୍ରସାର କରିବାରେ ଯେଉଁ ସଂସ୍ଥା ଆଗେଇ ଚାଲିଛି ଓ ଉଦ୍ୟମ ଅବ୍ୟାହତ ରଖି ଏକ ସୁସ୍ଥ ସମାଜ ଗଠନ କରାଯିବା ନିମନ୍ତେ ବ୍ୟାପକ ଜନସଚେତନତା ସୃଷ୍ଟି କରି ଆସୁଥିବା ଉକ୍ତ ସଂସ୍ଥାର ଏକ କାର୍ଯ୍ୟାଳୟ ନିମନ୍ତେ ୨/୪ ଡ଼ିସିମିଲି ଜମି ଯୋଗାଇ ଦିଆନଯିବା ସମିତିର ସଦସ୍ୟ ସଦସ୍ୟାମାନଙ୍କୁ ବ୍ୟଥିତ କରିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଦର୍ଶନ କରି ତାହାର ସବୁମନ୍ତେ ଉନ୍ନତି କରିବା ନିମନ୍ତେ ଉଦ୍ୟମ କରି ଆସୁଥିବା ପ୍ରଶଂସନୀୟ ପଦକ୍ଷେପ । ଏସବୁ ଦୃଷ୍ଟିରୁ ପ୍ରଚାର ସମିତି ପକ୍ଷରୁ ଏକ ଦାବୀ ପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅବଗତି ଓ ଆବଶ୍ୟକ ପଦକ୍ଷେପ ନିମନ୍ତେ ପଠାଇ ଦିଆଯାଇଥିବା ସମିତିର ସଂପାଦକ ସେବକ ଶରତ କୁମାର ସାହୁ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.