Home ଜିଲ୍ଲା ପରିକ୍ରମା ଗ୍ରାମ୍ୟ ଉନ୍ନୟନ ବିଭାଗର କମିଶନର ତଥା ସଚିବଙ୍କ ସମୀକ୍ଷା, ଜନକଲ୍ୟାଣ ଯୋଜନା ଗୁଡିକର ଗୁଣବତା ସହ...

ଗ୍ରାମ୍ୟ ଉନ୍ନୟନ ବିଭାଗର କମିଶନର ତଥା ସଚିବଙ୍କ ସମୀକ୍ଷା, ଜନକଲ୍ୟାଣ ଯୋଜନା ଗୁଡିକର ଗୁଣବତା ସହ ସମୟସୀମା ମଧ୍ୟରେ ଶେଷ କରିବାକୁ ଗୁରୁତ୍ୱାରୋପ

7

ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗ୍ରାମ୍ୟ ଉନ୍ନୟନ ବିଭାଗର କମିଶନର ତଥା ସଚିବ ଯାମିନୀ ଷଡ଼ଙ୍ଗୀ, ଆଜି ଭଦ୍ରକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ବିଭିନ୍ନ ବିକାଶମୂଳକ ଯୋଜନାର ଅଗ୍ରଗତିର ସମୀକ୍ଷା କରିଥିଲେ। ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲଙ୍କ ସମେତ ନିଯୁକ୍ତି ବିଭାଗ , କୃଷି ଉଦ୍ୟାନ , ପ୍ରାଣୀ ସମ୍ପଦ ବିଭାଗ , ପୂର୍ତ ବିଭାଗ , କୃଷି, ମୃତିକା ସଂରକ୍ଷଣ, ସମବାୟ, ଶିକ୍ଷା, ଶ୍ରମ ବିଭାଗ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ , ଜିଲ୍ଲା ସମାଜ ମଙ୍ଗଳ ବିଭାଗ , ଗ୍ରାମ୍ୟ ଉନ୍ନୟନ ବିଭାଗ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ନିଜ ନିଜ ବିଭାଗର କାର୍ଯ୍ୟ ପ୍ରଗତି ଉପସ୍ଥାପନ କରିଥିଲେ। କମିଶନର ତଥା ସଚିବ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନ, ଜିଲ୍ଲାର ସାମଗ୍ରିକ ବିକାଶ, ଭିତିଭୂମି ସୁଦୃଢ଼ୀକରଣ, କୃଷି ଓ ଜୀବିକା ବିକାଶ, ଶିକ୍ଷା, ସାମାଜିକ ସୁରକ୍ଷା ଏବଂ ନଗର ଉନ୍ନୟନ ଆଦି ବିଷୟରେ ବିସ୍ତୃତ ସମୀକ୍ଷା କରିଥିଲେ। କାର୍ଯ୍ୟାନ୍ୱୟନରେ ଥିବା ସମସ୍ୟା ଓ ଚ୍ୟାଲେଞ୍ଜର ସମାଧାନ ପାଇଁ ସେ ଆବଶ୍ୟକ ପରାମର୍ଶ ଓ ଦିଗଦର୍ଶନ ଦେଇଥିଲେ। ଏହାବ୍ୟତୀତ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ସରକାରଙ୍କ ଜନକଲ୍ୟାଣମୂଳକ ଯୋଜନାଗୁଡ଼ିକର ଗୁଣାତ୍ମକ ଓ ସମୟବଦ୍ଧ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱାରୋପ କରିଥିଲେ। ଗସ୍ତ ସମୟରେ ସେ ଧାମନଗର ବ୍ଲକ ଅନ୍ତର୍ଗତ ଅର୍ଣ୍ଣପାଳ–ରାଜମୁକୁନ୍ଦପୁର ରାସ୍ତାର ୩.୮ କି.ମି. ସ୍ଥିତ ବ୍ରିଚ୍ ସ୍ଥାନ ପରିଦର୍ଶନ କରି ବନ୍ୟା କ୍ଷୟକ୍ଷତି ଏବଂ ମରାମତି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ପରେ ଅସୁରାଳୀ ଅଙ୍ଗନୱାଡି କେନ୍ଦ୍ର ଏବଂ ଦେଶବନ୍ଧୁ ନୋଡାଲ ୟୁ.ପି. ସ୍କୁଲ ପରିଦର୍ଶନ କରି ସେଠାରେ ପ୍ରଦାନ କରାଯାଉଥିବା ସେବା ଓ ଭିତିଭୂମି ସୁବିଧା ସମ୍ପର୍କରେ ସମୀକ୍ଷା କରିଥିଲେ । ଏହାପରେ ସେ ଧାମନଗର ବ୍ଲକର ଶ୍ରୀରାମପୁରରୁ ପାତ୍ରିସାହି ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ଅଗ୍ରଗତି ଯାଂଚ କରିବା ସହ ପାଲାସାହି ଗ୍ରାମପଂଚାୟତର ତୋଟାସାହିଠାରେ ଶ୍ରୀଜଗନ୍ନାଥ ସ୍ୱୟଂ ସହାୟକ ଗୋଷ୍ଠୀ ପରିଚାଳିତ ଧାନନଡ଼ା ଛତୁ ଉତ୍ପାଦନ ୟୁନିଟ୍ ପରିଦର୍ଶନ କରି ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ। ଭଦ୍ରକ ବ୍ଲକର ଇଚ୍ଛାପୁରଠାରେ ଆରତୀ ପାଲଙ୍କ ମତ୍ସ୍ୟଚାଷ ପ୍ରକଳ୍ପ ପରିଦର୍ଶନ କରିବା ସହ କେଦାରପୁର ଗ୍ରାମପଂଚାୟତର ଜିତନଗର ଓ କେଦାରପୁର ଗ୍ରାମର ବ୍ୟକ୍ତିଗତ ହିତାଧିକାରୀଙ୍କ କୃଷି ପ୍ରକଳ୍ପ ପରିଦର୍ଶନ କରିଥିଲେ । ଇଚ୍ଛାପୁର, ବ୍ରହ୍ମପୁର ଗ୍ରାମପଂଚାୟତରେ ନ୍ୟାୟମୂଲ୍ୟ ଦୋକାନ ଓ ଗ୍ରାମୀଣ ଆବାସ ଯୋଜନାର ହିତାଧିକାରୀଙ୍କ ସହ ମଧ୍ୟ ସେ ଆଲୋଚନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.