Home ଜିଲ୍ଲା ପରିକ୍ରମା ବନ୍ୟାପରେ ଗେଙ୍ଗୁଟି ନଦୀବନ୍ଧ ଧସିଲା, ଆତଙ୍କିତ ଗ୍ରାମବାସୀ

ବନ୍ୟାପରେ ଗେଙ୍ଗୁଟି ନଦୀବନ୍ଧ ଧସିଲା, ଆତଙ୍କିତ ଗ୍ରାମବାସୀ

4
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ରେ ଯେପରି ଭୟଙ୍କର ବନ୍ୟା ସୃଷ୍ଟି ହୋଇଥିଲା ତାହା ଅବର୍ଣ୍ଣନୀୟ। ତେବେ ବନ୍ୟା ଛାଡ଼ିବା ପରେ ଧିରେ ଧୀରେ ସ୍ଥିତି ସୁଧୁରୁ ଥିବା ବେଳେ ଏବେ ବେ ଲୋକଙ୍କ ଅବସ୍ଥା ସୁଧୁରି ନାହିଁ। ଦଳାଙ୍ଗ ପଂଚାୟତର ଜାହାଙ୍ଗୀର ଭୋଇସାହି ନିକଟରେ ଗେଙ୍ଗୁଟି ନଦୀର ବାମପାର୍ଶ୍ୱ ବନ୍ଧର ପ୍ରାୟ ୫୦ ମିଟର ରେ ନଦୀ ଭିତରକୁ ବୁଧବାର ଦିନ ଧସିଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହି ବନ୍ଧ ଉପରେ ଥିବା ନାଲିଗୋଡ଼ି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଲୋକ ଓ ବିଭିନ୍ନ ଯାନବାହନ ଯାତାୟାତ କରୁଛନ୍ତି। ବନ୍ଧ ଧସିବା ପରେ ବର୍ତମାନ ଅବଶିଷ୍ଟ ସଂକୀର୍ଣ୍ଣ ଅଂଶ ଦେଇ ବିପଦସଙ୍କୁଳ ଭାବେ ଯାତାୟାତ ଚାଲିଥିବା ବେଳେ ଅବଶିଷ୍ଟ ମାଟି ମଧ୍ୟ ଧୀରେ ଧୀରେ ଖସୁଥିବା ଦେଖାଯାଉଛି। ଆଗାମୀ ଦିନରେ ସାମାନ୍ୟ ବର୍ଷା କିମ୍ବା ନଦୀରେ ଜଳସ୍ତର ବୃଦ୍ଧି ହେଲେ ଦୁର୍ବଳ ବନ୍ଧଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇପାରେ। ଏଭଳି ସ୍ଥିତିରେ ଗ୍ରାମର ଶତାଧିକ ପରିବାର ପ୍ରଭାବିତ ହେବା ସହ ବ୍ୟାପକ କ୍ଷୟକ୍ଷତି ଘଟିପାରେ। ଏନେଇ ତୁରନ୍ତ ବନ୍ଧର ମରାମତି ଓ ସୁଦୃଢ଼ୀକରଣ କରିବା ପାଇଁ ଜଳସମ୍ପଦ ବିଭାଗ ନିକଟରେ ଦାବି କରିଛନ୍ତି। ଏନେଇ ଆଜି ଭଦ୍ରକ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଟୁନିବାଳା ବିଶ୍ୱାଳ, ଧାମନଗର ପଂଚାୟତ ସମିତିର ପୂର୍ବତମ ଅଧକ୍ଷ ଆଶୋକ ନାୟକ,ବିଜେଡି ବ୍ଲକ ସଭାପତି ପ୍ରତାପ ସାମଲ,ସୁଶାନ୍ତ ରାଉତ। ସନ୍ଦୀପ ଶେଖର ସ୍ୱାଇଁ, ବିରଜା ରାଉତ୍‌, ଓ ସ୍ଥାନିୟ ସରପଂଚ ରଞ୍ଜିତ ଜେନା। ପ୍ରମୁଖ ପରିଦର୍ଶନ କରିଥିଲେ। ତେବେ ତୁରନ୍ତ ଉକ୍ତ ସ୍ଥାନରେ ଯୁଦ୍ଧକାଳୀନ ଭିତିରେ ମରାମତି କରା ଯିବ ,ପାଣି ଛାଡିବା ପରେ ଅନେକ ସ୍ଥାନରେ ଏପରି ପରିସ୍ଥିତି ସୃଷ୍ଟି ହୁଏ କୌଣସି ଭୟ କରିବାର ନାହିଁ ବୋଲି ଜଳସେଚନ ବିଭାଗର ଏସଡିଓ ଶମ୍ଭୁନାଥ ମଲିକ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.