Home ଜିଲ୍ଲା ପରିକ୍ରମା ବନ୍ୟା ଅଂଚଳ ପରିଦର୍ଶନରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

ବନ୍ୟା ଅଂଚଳ ପରିଦର୍ଶନରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

4

ଭଦ୍ରକ, ୩ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ରେ ବନ୍ୟା ର ପ୍ରକୋପ କମିଛି। ଏହି ପରିପ୍ରେକ୍ଷୀରେ ରେ ଚାନ୍ଦବାଲି ଅଂଚଳ ରେ ବୈତରଣୀ ଏବଂ ସାଳନ୍ଦୀ ନଦୀରେ ବନ୍ୟା ପରିସ୍ଥିତି ରେ ସୁଧାର ଆସିଥିବା ବେଳେ ଆଜିବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଚାନ୍ଦବାଲି ଗସ୍ତରେ ଆସି ବିଭିନ୍ନ ବନ୍ୟା ଅଂଚଳ ବୁଲି ଦେଖିଥିଲେ। ଚାନ୍ଦବାଲି ବ୍ଲକ ଖେରଙ୍ଗ,ମାଧପୁର ପଂଚାୟତରେ ଥିବା ଗାଁ ଗଣ୍ଡାରେ ଆଖପାଖ ବହୁ ବନ୍ୟା ଅଂଚଳ ବୁଲି ବନ୍ୟା ବିପନ୍ନ ମାନଙ୍କୁ ଭେଟି ଥିଲେ । ବନ୍ୟା ଘେରରେ ଥିବା ବିପନ୍ନଙ୍କ ସହିତ କଥା ହୋଇ ଥିଲେ। ଚାଷୀଙ୍କ ଦୁଃଖ କେମିତି ଦୂର ହେବ ସେ ବିଷୟରେସେ ଚାଷୀ ଏବଂ ଅଂଚଳ ଜନତା ଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା ଏବଂ ପର୍ଯ୍ୟାଲୋଚନା କରିଥିଲେ।ରାସ୍ତା ଘାଟ ମରାମତି, ପାନୀୟ ଜଳ ସମସ୍ୟା, ମେଡିକାଲ ସୁବିଧା ତୁରନ୍ତ ଯୋଗାଇ ଦେବା ସହିତ ଚାଷୀ ମାନଙ୍କୁ ଶୀଘ୍ର କ୍ଷତି ପୂରଣ ଯୋଗାଇ ଦିଆଯିବ ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ। ଆଜି ତାଙ୍କ ସହ ଭଦ୍ରକ ବିଧାୟକ ସୀତାଂଶୁ ମହାପାତ୍ର, ଭଦ୍ରକ ବିଜେପି ଜିଲ୍ଲା ସଭାପତି ଭଗବାନ ପଣ୍ଡା, ଯୁବ ନେତା ଇଂ ପ୍ରୟା କାନ୍ତି ସାମଲ ପ୍ରମୁଖ ସମସ୍ତ ଅଂଚଳ ବୁଲି ବନ୍ୟା ପ୍ରପୀଡ଼ିତ ସହ ମତ ବିନିମୟ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.