Home ଜିଲ୍ଲା ପରିକ୍ରମା ସିପିଆଇ(ଏମ) ପକ୍ଷରୁ ଚାନ୍ଦବାଲିର ବିଭିନ୍ନ ସ୍ଥାନରେ ରିଲିଫ ବଂଟନ

ସିପିଆଇ(ଏମ) ପକ୍ଷରୁ ଚାନ୍ଦବାଲିର ବିଭିନ୍ନ ସ୍ଥାନରେ ରିଲିଫ ବଂଟନ

6

ଭଦ୍ରକ, ୨ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଚଳିତ ବନ୍ୟାରେ କ୍ଷତିଗ୍ରସ୍ତ ବିଭିନ୍ନ ପଂଚାୟତ ଯଥା ଘଟପୁର, ମାଧପୁର, ଆରଡି, ନାନ୍ଦପୁର, ସୁନ୍ଦରପୁର ଆଦି ପଂଚାୟତରେ ବନ୍ୟାକ୍ଳୀଷ୍ଟ ପରିବାର ଗୁଡିକୁ ଶୁଖିଲା ଖାଦ୍ୟ ଏବଂ ବସ୍ତ୍ର ବଂଟନ କରାଯିବା ସହ ବନ୍ୟା ଘେରରେ ଭୋକରେ ରହିଥିବା ପରିବାର ଗୁଡିକୁ ରନ୍ଧା ଖାଦ୍ୟ ଯୋଗାଇ ଦେବା,ମାସକ ପାଇଁ ଶୁଖିଲା ଖାଦ୍ୟ ଯୋଗାଇ ଦେବା, ଗୋଖାଦ୍ୟ ଯୋଗାଇଦେବା,ମାଟି ଘର ହରାଇଥିବା ସମସ୍ତ ପରିବାରକୁ ପକ୍କା ଘର ତୁରନ୍ତ ଯୋଗାଇ ଦେବା, କ୍ଷତିଗ୍ରସ୍ତ ସମସ୍ତ ଚାଷୀଙ୍କୁ ଏକର ପିଛା ୨୫୦୦୦ ଟଙ୍କା କ୍ଷତିପୂରଣ ଯୋଗାଇ ଦେବା, ଗୋରୁ ଗାଈ, ଛେଳି ମେଣ୍ଢା ହରାଇଥିବା ପରିବାର ଗୁଡିକୁ ପର୍ଯ୍ୟାପ୍ତ କ୍ଷତିପୂରଣ, ବନ୍ୟା ଜଳଯୋଗୁ ମାଟି କାନ୍ଥ ପଡି ଆହତ ହୋଇଥିବା ପରିବାର ଗୁଡିକୁ ପାଂଚ ଲକ୍ଷ ଟଙ୍କା କ୍ଷତିପୂରଣ, ରିଲିଫ ଯୋଗାଣରେ ରାଜନୈତିକ ପାତର ଅନ୍ତର ବଂଦ କରିବା ଆଦି ସିପିଆଇଏମ ପକ୍ଷରୁ ଦାବି କରାଯାଇଛି । ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ପ୍ରାୟ ୪୦୦ ପରିବାରକୁ ସିପିଆଇ(ଏମ)ର ନେତୃବୃନ୍ଦ ଏକ ଡଙ୍ଗାରେ ଯାଇ ଭେଟି ରିଲିଫ ସାମଗ୍ରୀ ବଂଟନ କରିଛନ୍ତି । ଏହି ପ୍ରତିନିଧି ଦଳରେ ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ଆଇନଜୀବି ବିକାଶ ନାଥ, ବରିଷ୍ଠ ନେତା ବ୍ରହ୍ମାନନ୍ଦ ପରିଡା, ଯୁବ ନେତା ବାବୁଲାଲ ସାହୁ, ଯୁବ ସମାଜସେବୀ ରାଜେନ୍ଦ୍ର ପାଣି, ଯୁବନେତା ବିବେକାନନ୍ଦ ଦାସ, ରାମଚନ୍ଦ୍ର ବିଶ୍ୱାଳ,ସନାତନ ବିଶ୍ୱାଳ ପ୍ରମୁଖ ସାମିଲ ଥିଲେ । ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ରିଲିଫ ବଂଟନ ସହିତ ଜନସାଧାରଣଙ୍କୁ ସୁରକ୍ଷା ଦେବାରେ ଡବଲ୍ ଇଞ୍ଜିନ୍ ସରକାର ସଂପୂର୍ଣ୍ଣ ବିଫଳ ବୋଲି ସିପିଆଇ(ଏମ) ନେତା ବିକାଶ ନାଥ ତୀବ୍ର ସମାଲୋଚନା କରିବା ସହ ଓଡିଶାର ଅଧେ ଜିଲ୍ଲା ବନ୍ୟା ଜଳରେ ଭାସୁଥିବା ବେଳେ ଓଡିଶାର ବିଜେପି ରାଜ୍ୟ ସଭାପତି ଙ୍କ ସମେତ ରାଜ୍ୟ ନେତା ମାନେ ଦିଲ୍ଲୀରେ ମଜାମସ୍ତି କରିବା ଘଟଣାକୁ ତୀବ୍ର ନିନ୍ଦା କରିଥିଲେ । ବନ୍ୟା ପରିସ୍ଥିତିର ସଠିକ୍ ସରକାରୀ ଆକଳନ ହୋଇ ଚାଷୀ ଓ ସାଧାରଣ ଜନତା ଙ୍କୁ ଉପଯୁକ୍ତ କ୍ଷତିପୂରଣ ନମିଳିଲେ ସିପିଆଇ(ଏମ) ପକ୍ଷରୁ ଅଗଷ୍ଟ, ୧୦ ରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ସିପିଆଇ(ଏମ) ଯୁବନେତା ବିକାଶ ନାଥ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.