Home ଜିଲ୍ଲା ପରିକ୍ରମା ସୁଧୁରୁଛି ବନ୍ୟା ପରିସ୍ଥିତି, ବାଇକରେ ଯାଇ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବୁଝିଲେ ନୂତନ ଜିଲାପାଳ, ୧୦୨ରୁ...

ସୁଧୁରୁଛି ବନ୍ୟା ପରିସ୍ଥିତି, ବାଇକରେ ଯାଇ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବୁଝିଲେ ନୂତନ ଜିଲାପାଳ, ୧୦୨ରୁ ୭୨ ଆଶ୍ରୟ କେନ୍ଦ୍ରରେ ରନ୍ଧା ଖାଦ୍ୟ

5

ଭଦ୍ରକ, ୨ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଧୀରେ ଧୀରେ ସୁଧୁରୁଥିବା ଜଣାଯାଇଛି। ତେବେ ଉପର ମୁଣ୍ଡରୁ ପାଣି କାମୁଥିବା ବେଳେ ତଳିଆ ପଂଚାୟତରେ ପାଣି ବଢୁଛି।ଯେଉଁଥିପାଇଁ ବାରସର ଓ ଗୋବିନ୍ଦପୁର ପଂଚାୟତର ବହୁ ଗ୍ରାମ ଏବେବି ପାଣି ଘେରରେ ରହିଥିବା ଜଣାଯାଇଛି । ଏହି ପରିପ୍ରେକ୍ଷୀରେ ରବିବାର ଜିଲାପାଳ ସୋମେଶ ଉପାଧ୍ୟାୟ ଏକ ବାଇକରେଯାଇ ବାରସର ପଂଚାୟତ ଅଧିନ କେଳାସାହିର ବିପନ୍ନ ମାନଙ୍କ ଦୁର୍ଦ୍ଧଶା ସମ୍ପର୍କରେ ପଚାରି ବୁଝିଥିବା ବେଳେ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହାଛଡ଼ା ସେ ବିପନ୍ନମାନଙ୍କୁ ଦିଆ ଯାଉଥିବା ରନ୍ଧାଖାଦ୍ୟର ମାନ ଯାଂଚ କରିଥିଲେ । ରିଲିଫ ବଂଟନ ଓ ଉଦ୍ଧାର କାର୍ଯ୍ୟର ସେ ତଦାରଖ କରିଥିଲେ । ଜିଲାପାଳଙ୍କ ସହିତ ବିଡ଼ିଓ ନିରଞ୍ଜନ ବାରିକ, ସହକାରୀ ଯନ୍ତ୍ରୀ ଭୀଷ୍ମଦେବ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଳୟଙ୍କରୀ ବନ୍ୟା ପାଇଁ ବ୍ଲକର ବିଭିନ୍ନ ପଂଚାୟତରେ ମୋଟ ୧୦୨ଟି ଆଶ୍ରୟ କେନ୍ଦ୍ରରେ ବିପନ୍ନମାନଙ୍କୁ ଥଇଥାନ କରାଯାଇଥିଲା । ସେମାନଙ୍କ ପାଇଁ ଗୋଟିଏ ଓଳି ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା । ତନ୍ମଧ୍ୟରୁ ଏବେ ୭୨ କେନ୍ଦ୍ରରେ ରନ୍ଧାଖାଦ୍ୟ ଦିଆଯାଉଛି। ସାଳନ୍ଦୀ ନଦୀର ବନ୍ୟା ପ୍ରଭାବିତ ବାରୋ, ବିଲଣା, ବୋଡ଼କ ଓ ତଳଗୋପବିନ୍ଧା ପ୍ରମୁଖ ପଂଚାୟତରେ ବନ୍ୟା ସ୍ଥିତିର ପରିବର୍ତନ ଘଟି ପାଣି ଧୀରେ ଧୀରେ ହ୍ରାସ ପାଇଥିବା ବିଡ଼ିଓ ବାରିକ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.