Home ଜିଲ୍ଲା ପରିକ୍ରମା ତିହିଡ଼ି ପୋଲିସ ସାଜିଲା ଉଦାହରଣ,ବନ୍ୟା ବିପନ୍ନଙ୍କୁ ବାଂଟିଲା ଶୁଖିଲା ଖାଦ୍ୟ

ତିହିଡ଼ି ପୋଲିସ ସାଜିଲା ଉଦାହରଣ,ବନ୍ୟା ବିପନ୍ନଙ୍କୁ ବାଂଟିଲା ଶୁଖିଲା ଖାଦ୍ୟ

3

ଭଦ୍ରକ, ୨ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ଥାନା ପୋଲିସ ବନ୍ୟା ବିପନ୍ନମାନଙ୍କୁ ଶୁଖିଲା ଖାଦ୍ୟ ବଂଟନ କରିବା ସହିତ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି। ବନ୍ୟା ପୀଡ଼ିତ ମାନଙ୍କ ନିକଟରେ ପହଂଚି ସେମାନଙ୍କ ଦୁର୍ଦ୍ଧଶା ସମ୍ପର୍କରେ ପଚାରି ବୁଝିବା ସହିତ ନିଜକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରି ମାନବିକତାର ପରିଚୟ ଦେଇଛି ତିହିଡି ପୋଲିସ। ବିପନ୍ନମାନେ ପାଣିଘେରରେରହି ଦୁର୍ଦ୍ଧଶା ଭୋଗୁଥିବା ବେଳେ ପୋଲିସ ସେମାନଙ୍କ ନିକଟରେ ଖାଦ୍ୟ ପହଂଚାଇବା ସଙ୍ଗେସଙ୍ଗେ ସେମାନଙ୍କୁ ଉଦ୍ଧାରକରି ଉଚ୍ଚ ସ୍ଥାନରେ ଟାଇଥାନକରି ମଣିଷ ପାଣିଆର ପରିଚୟ ଦେଇଛି।ତିହିଡି ଥାନା ମହିଳା ଆଇଆଇସି ଲୋପାମୁଦ୍ରା ନାୟକଙ୍କ ନେତୃତ୍ୱରେ ପୋଲିସ ଅଧିକାରୀ ଓ କର୍ମଚାରୀ ଏପରି ବିବେକାନୁମୋଦିତ କାର୍ଯ୍ୟକରି ସାଧାରଣରେ ପ୍ରିୟଭାଜନ ହୋଇପାରିଛନ୍ତି।ପୋଲିସ ସୟା ପଂଚାୟତ ଅଧିନ ମାଧପୁର ମାଝୀସାହି ଓ ବାରୋ ପଂଚାୟତର ମହାଦେବ ସାହିର ବିପନ୍ନଙ୍କ ନିକଟରେ ପହଂଚି ଶୁଖିଲାଖାଦ୍ୟ ବଂଟନ କରିଥିଲେ। ଏହାପରେବି ପୋଲିସ ସାହସିକତାର ସହିତ ନିଜ ଜୀବନକୁ ବିପନ୍ନକରି ଆଇଆଇସି ଲୋପାମୁଦ୍ରା ନାୟକଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ବନ୍ୟା ବିପନ୍ନ ମାନଙ୍କ ନିକଟରେ ପହଁଚି ସେମାନଙ୍କ ମନରେ ସାହସ ସଞ୍ଚାରକରିଛନ୍ତି। ଆଦୌ ଭୟଭୀତ ନହୋଇ ମନୋବଳ ଦୃଢ଼ କରିବା ସହ ଉଚ୍ଚ ସ୍ଥାନକୁ ଯିବାକୁ ବିପନ୍ନ ମାନଙ୍କୁ ପରାମର୍ଶ ଦେଇଛନ୍ତି। ବନ୍ୟା ପ୍ଲାବିତ ବାରୋ ପଂଚାୟତର କେତକ ତଳିଆ ଅଂଚଳରୁ ୩୦ ଜଣ ବିପନ୍ନଙ୍କୁ ଉଦ୍ଧାରକରି ବାରୋ ହାଇସ୍କୁଲରେ ଥଇଥାନ କରିଥିବା ଜଣାପଡ଼ିଛି। ବନ୍ୟାକୁ ଖାତିରି ନକରି ମନରେ ସାହସବାନ୍ଧି ବିପନ୍ନଙ୍କୁ ସହାୟତା କରି ନିଜର କାର୍ଯ୍ୟ ସହିତ ପୋଲିସ ସମାଜିକ ଗୁରୁଦାୟିତ୍ୱ ନିଭାଇ ସାଧାରଣରେ ପ୍ରଶଂସିତ ହୋଇଥିବା ଜଣାଯାଇଛି। ଏହି ଉଦ୍ଧାର ଓ ବଂଟନ କାର୍ଯ୍ୟକ୍ରମରେ ଆଇଆଇସି ନାୟକଙ୍କ ସମେତ ଏସଆଇ ପ୍ରକାଶ ନାୟକ,ଏଏସଆଇ କୁମୁଦିନୀ ବେହେରା , ଲକ୍ଷ୍ମଣ ମାରାଣ୍ଡି ଓ ମାନସ ଶତପଥୀଙ୍କ ସହିତ ଅନ୍ୟ ପୋଲିସ କର୍ମଚାରି ସାମିଲ ହୋଇଥିଲେ।ରବିବାର ପୋଲିସ ବାରୋ ହାଇସ୍କୁଲ ବିପନ୍ନଙ୍କ ଆଶ୍ରୟ ସ୍ଥଳରେ ପହଂଚି ଶୁଖିଲା ଖାଦ୍ୟ ବଂଟନ କରିଛନ୍ତି। ଆଶ୍ରୟ କେନ୍ଦ୍ରରେ ରହୁଥିବା ରାଧା ନଗର,ବଳିଆର ପୁର,କଲ୍ୟାଣ ନଗର ଓ ହାଟଡିହ ବିପନ୍ନ ମାନଙ୍କୁ ଚୁଡା,ଗୁଡ଼, ବିସ୍କୁଟ ଓ କଦଳୀ ଇତ୍ୟାଦି ବଂଟନ କରିଥିଲେ। ଆଇଆଇସି ଲୋପାମୁଦ୍ରା ନାୟକଙ୍କ ତତ୍ୱାବଧାନରେ ଏସଆଇ ଦୀପ୍ତି ମଞ୍ଜରୀ ବଡ଼ଜେନା ଓ ରୋଜେନ ମୁର୍ମୁ ପ୍ରମୁଖ ଶୁଖିଲାଖାଦ୍ୟ ବଂଟନ କରିଥିଲେ।ପିଇଓ ସୁକାନ୍ତି ବାରିକ,ଗ୍ରାମବାସୀ ଭାଗିରଥି ଦାସ,ସମ୍ବିତ ସାହୁ,ସୁଶାନ୍ତ ମଳିକ,ପ୍ରଶାନ୍ତ ପତି, ଜ୍ଞାନପ୍ରକାଶ ନାୟକ ପ୍ରମୁଖ ବଂଟନ କାର୍ଯ୍ୟରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.