Home ଜିଲ୍ଲା ପରିକ୍ରମା ଧାମନଗରରେ ପ୍ରଳୟଙ୍କରୀ ବନ୍ୟା,ବ୍ୟାପକ କ୍ଷୟକ୍ଷତି ଓ ଦୁର୍ଦ୍ଦଶାର ବନ୍ୟା ବିପନ୍ନ, ବନ୍ୟାରେ ଧୋଇଗଲା କଂକ୍ରିଟ ରାସ୍ତା

ଧାମନଗରରେ ପ୍ରଳୟଙ୍କରୀ ବନ୍ୟା,ବ୍ୟାପକ କ୍ଷୟକ୍ଷତି ଓ ଦୁର୍ଦ୍ଦଶାର ବନ୍ୟା ବିପନ୍ନ, ବନ୍ୟାରେ ଧୋଇଗଲା କଂକ୍ରିଟ ରାସ୍ତା

10

ଭଦ୍ରକ, ୨ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ପ୍ରଳୟଙ୍କରୀ ବନ୍ୟାର ପାଂଚ ଦିନ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ଧାମନଗର ବ୍ଲକର ବିଭିନ୍ନ ଅଂଚଳରେ ଏବେବି ଲୋକମାନେ ଦୁର୍ଦ୍ଦଶା ଭୋଗୁଛନ୍ତି। ବିଶେଷକରି ଧାମନଗର ବ୍ଲକ ଅନ୍ତର୍ଗତ ରଇପୁର ଗ୍ରାମ ପଂଚାୟତର ବାଙ୍କସାହି ଏବଂ ଆରନସାହି ର ଲୋକମାନେ ଏବେ ମଧ୍ୟ ଜଳବନ୍ଦୀ ଅବସ୍ଥାରେ ରହି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ବନ୍ୟା ଜଳ କମିଥିଲେ ହେଁ ତଳିଆ ଅଂଚଳରେ ଲୋକମାନେ ନାନାଦି ହଇରାଣ ହେଉଛନ୍ତି। ଚାଷ ଜମିରୁ ବନ୍ୟା ପାଣି ସମ୍ପୂର୍ଣ୍ଣ ଶୁଖି ନଥିବାରୁ ରୁଆ ଧାନ ଓ ଧାନ ତଳି ପଚି ନଷ୍ଟ ହୋଇଗଲାଣି, ଯାହାକି ଚାଷୀକୁଳକୁ ଗଭୀର ଚିନ୍ତାରେ ପକାଇଛି। ଏହି ବନ୍ୟାରେ ରାସ୍ତାଘାଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଅନେକ ସ୍ଥାନରେ ରାସ୍ତାରେ ବଡ଼ ବଡ଼ ଘାଇ ସୃଷ୍ଟି ହୋଇ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ସବୁଠାରୁ ବଡକଥା ହେଲା ରାସ୍ତା ର ସୁରକ୍ଷା ଦୃଷ୍ଟି ରୁ କଂକ୍ରିଟ ରାସ୍ତା ନିର୍ମାଣ କରା ଯାଉଥିବା ବେଳେ ତାହା ଏତେ ନିମ୍ନ ମାନର କାର୍ଯ୍ୟ ହେଉଚି ଯେ ତାହା ବନ୍ୟାଜଳ ରେ ଭାସି ଯାଉଛି।ଏପରି ଘଟଣା ଧାମନଗର ବ୍ଲକ କରଦା ପଂଚାୟତ ରେ ଦେଖିବାକୁ ମିଳିଛି।କରଦା – ସୃଜାଣସିଂହପୁର ପ୍ରଧାନମନ୍ତ୍ରୀ ସଡକ ଯୋଜନା ରାସ୍ତା ର ଭାଟିଆ ପୋଲ ନିକଟ ରାସ୍ତାରେ ପ୍ରାୟ ୪୦ ଫୁଟ ରେ କଂକ୍ରିଟ ରାସ୍ତା ନଷ୍ଟ ହୋଇ ଥିବାର ଦେଖିବାକୁ ମିଳିଛି। ବନ୍ୟା ଜଳ ରେ ନିର୍ମାଣ ହୋଇ ଥିବା କଂକ୍ରିଟ ଭାସି ଯାଇଛି।କିଛି ମାସ ପୂର୍ବେ ଉକ୍ତ ରାସ୍ତା ମରାମତି କରାଯାଇ ଥିବାବେଳେ ଏବେ ବନ୍ୟାରେ ଉକ୍ତ ରାସ୍ତା ଭାସି ଯିବାରୁ ଲୋକମାନେ ଯାତାୟାତ ରେ ଲୋକ ମାନେ ହଇରାଣ ହେଉଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.