ଭଦ୍ରକ, ୨ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ମହାବନ୍ୟା ଯୋଗୁଁ ବ୍ୟାପକ କ୍ଷତି ହୋଇଥିବାବେଳେ ସବୁଆଡେ ପାଣି ଆଉ ପାଣି ଖେଳିଯାଇଛି। ବନ୍ୟାର ଭୟାବହ ସ୍ଥିତି ଏବଂ ପାଣି ଘେରରେ ବହୁ ଅଂଚଳ ଜଳବନ୍ଦୀ ହୋଇ ରହିଥିବା ଦେଖିବାକୁ ମିଳିଛି। ତେବେ ବନ୍ୟାର ବନ୍ୟାବିପନ୍ନ ଙ୍କ ନିକଟରେ ପହଂଚିଛି ଧାମନଗର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ତତ୍ପରତା ଦେଖିବାକୁ ମିଳିଛି। ବିଭିନ୍ନ ପଂଚାୟତରେ ବିପନ୍ନଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ସବୁଠାରୁ ବଡ଼ କଥା ହେଲା, ଅଧିକ ପିଇବା ପାଣି ଆବଶ୍ୟକ ପଡୁଥିବାରୁ ବିଭିନ୍ନ ପ୍ରଭାବିତ ଗ୍ରାମଗୁଡ଼ିକରେ ମେସିନ (ମୋବାଇଲ ୱାଟର ଟ୍ରିଟମେଂଟ ପ୍ଲାଂଟ) ଲଗାଇ ପାଣି ଯୋଗାଇ ଦିଆଯାଉଛି। ଗ୍ରାମବାସୀଙ୍କୁ ଶୁଦ୍ଧ ପାନୀୟ ଜଳ ବଂଟନ ପାଇଁ ବଟଲ ପାଣି ମଧ୍ୟ ଯୋଗାଇ ଦିଆଯାଉଛି। ଗ୍ରାମ୍ୟ ଜଳଯୋଗାଣ ଜିଲ୍ଲା କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦେବବ୍ରତ ପ୍ରଧାନଙ୍କ ସିଧାସଳଖ ଉପସ୍ଥିତି ଏବଂ ମାର୍ଗଦର୍ଶନରେ ବିଭିନ୍ନ ଗ୍ରାମକୁ ଏହି ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି।ବନ୍ୟା ପାଣି ଛାଡିବା ପରେ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ବିଭିନ୍ନ ଗ୍ରାମର ନଳକୂପ ଗୁଡ଼ିକୁ ମଧ୍ୟ ବିଶୋଧନ କରାଯାଉଛି, ଯାହାଦ୍ୱାରା ଲୋକମାନେ ବିଶୁଦ୍ଧ ଜଳ ପାଇପାରିବେ ଏବଂ ଜଳଜନିତ ରୋଗରୁ ସୁରକ୍ଷିତ ରହିବେ।ପ୍ରଶାସନର ଏଭଳି ତତ୍ପରତା ଓ ସମୟୋଚିତ ପଦକ୍ଷେପ ଯୋଗୁଁ ବନ୍ୟାବିପନ୍ନ ଅଂଚଳରେ ପାନୀୟ ଜଳ ସମସ୍ୟା କିଛି ମାତ୍ରାରେ ଦୂର ହୋଇପାରିଛି ଏବଂ ସାଧାରଣରେ ପ୍ରଶାସନର ଏହି କାର୍ଯ୍ୟକୁ ପ୍ରଶଂସା କରାଯାଇଛି।
Home ଜିଲ୍ଲା ପରିକ୍ରମା ଧାମନଗରରେ ମହାବନ୍ୟାର ବିପନ୍ନଙ୍କ ନିକଟରେ ଗ୍ରାମ୍ୟ ଜଳଯୋଗାଣ ବିଭାଗର ତତ୍ପରତା,ମୋବାଇଲ୍ ୱାଟର ଟ୍ରିଟମେଂଟ ପ୍ଲାଂଟ ଦ୍ୱାରା...








