Home ଜିଲ୍ଲା ପରିକ୍ରମା ଧାମରା ବନ୍ଦର ଅନୁପ୍ରବେଶକାରୀଙ୍କ ଜାଗିରି ନୁହେଁ, ପ୍ରଶାସନିକ ଉଦାସିନତାରୁ ବଢ଼ୁଛି ଆଚଂଳିକ ଅର୍ଥନୈତିକ ବୈଷମ୍ୟତା

ଧାମରା ବନ୍ଦର ଅନୁପ୍ରବେଶକାରୀଙ୍କ ଜାଗିରି ନୁହେଁ, ପ୍ରଶାସନିକ ଉଦାସିନତାରୁ ବଢ଼ୁଛି ଆଚଂଳିକ ଅର୍ଥନୈତିକ ବୈଷମ୍ୟତା

4

ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) – ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି। ଏହି ନ୍ୟାୟରେ ଗତକାଲି ରବିବାର ଅତୀତର ପୃଷ୍ଟଭୁମିରେ କୌଣସି ଅସ୍ଥିତ୍ୱ ନଥିବା ବନ୍ଦର ନଗରୀ ଧାମରା ଅଚଂଳର ‘ଧାମରା ଟ୍ରକ ଓ ଟିପର ଆସୋସିଏସନ’ ଓ ‘କଳିଙ୍ଗ ଆସୋସିଏସନ’ ନାମରେ ୨ଟି ସଂଗଠନ ଭଦ୍ରକ ଜିଲ୍ଲାର ଦ୍ୱିତୀୟ ସର୍ବ ପୁରାତନ ‘ଭଦ୍ରକ ଜିଲ୍ଲା ଟିପର(ଡମ୍ପର) ଓନର୍ସ ଆସୋସିଏସନ ବିରୋଧରେ ବହୁ ଅବାସ୍ତବ ତଥ୍ୟ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଉପସ୍ଥାପନ କରିଛନ୍ତି। ସିଧାସଳଖ ଏହି ଦୁଇ ତଥାକଥିତ ସଂଘର କର୍ମକର୍ତା ଜିଲ୍ଲାର ଦ୍ୱିତୀୟ ସର୍ବ ପୁରାତନ ‘ଭଦ୍ରକ ଡିଷ୍ଟ୍ରିକ୍ଟ ଟିପର ଡମ୍ପର ଆସୋସିଏସନ’ ସଭାପତି ଶୁଭେନ୍ଦୁ ରାୟ ମହାପାତ୍ରଙ୍କ ବିରୋଧରେ ମନଗଢ଼ା ଅଭିଯୋଗ ଆଣିଛନ୍ତି। ଏନେଇ ଆସୋସିଏସନର ସଭାପତି ଶ୍ରୀ ରାୟ ମହାପାତ୍ର ଉକ୍ତ ଦୁଇ ସଂଗଠନର ସମସ୍ତ ଅଭିଯୋଗର ସ୍ପଷ୍ଟିକରଣ ରଖିଛନ୍ତି। ଶ୍ରୀ ରାୟ ମହାପାତ୍ର ଏକ ପ୍ରେସ ବାର୍ତାରେ କହିଛନ୍ତିଯେ ମଦର ଆସୋସିଏସନର ମାନେ ବୁଝି ନଥିବା ଓ ୨୦୨୬ ମସିହା ଏପ୍ରିଲ ମାସରେ ହଜାର ହଜାର ଟନ କୋଇଲା ଚୋରି ଅଭିଯୋଗ ପରେ ଡିପିସିଏଲ ସିଇଓ ଙ୍କ ଦ୍ୱାରା ଏସପିଙ୍କ ନିକଟରେ ଅଭିଯୋଗରେ ଛନ୍ଦି ହୋଇଥିବା ଏହି ଦୁଇ ସଂଗଠନର କର୍ମକର୍ତା ଜାଣି ରଖିବା ଉଚିତ ଚରମ୍ପା ଟ୍ରକ ଆସୋସିଏସନ ପରେ ଭଦ୍ରକ ଜିଲ୍ଲା ଟିପର ଡମ୍ପର ଓନର୍ସ ଆସୋସିଏସନ ଜିଲ୍ଲାର ଦ୍ୱିତୀୟ ସର୍ବ ପୁରାତନ ସଂଘ। ସେମାନେ ମନେ ରଖିବା ଉଚିତଯେ; ଧାମରା ବନ୍ଦର କେବଳ ୮ଟି ପଂଚାୟତବାସୀଙ୍କ ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ ନୁହେଁ କିମ୍ବା ଏହା ସେମାନଙ୍କ ଜାଗିରି ନୁହେଁ। କାରଣ ଜିଲ୍ଲାରେ ୨୧୮ ପଂଚାୟତ ରହିଛି। ବନ୍ଦରର ୮୦ ପ୍ରତିଶତ ବ୍ୟବସାୟ ଓ ରୋଜଗାରକୁ ଏହି ୮ ପଂଚାୟତବାସୀ କାହିଁକି ନିଜ କବ୍ଚାରେ ରଖିବେ। ଏସମସ୍ତ କାରଣକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାରୁ ଗତ ୨୦୨୫ ଅକ୍ଟୋବର ମାସ ୧୧ ତାରିଖ ବନ୍ଦରର ସିଇଓ ଦେବେନ୍ଦ୍ର ଠକ୍କର ଓ ଭଦ୍ରକ ଉପ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏକ ବୈଠକରେ ସମସ୍ତ ଆସୋସିଏସନର କର୍ମକର୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ର୍ର୍ରହଣ କରିଥିଲେ। ଏଥିରେ ସମସ୍ତ ଆସୋସିଏସନର ଗାଡ଼ିର ବିବରଣୀ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜମା କରିବାକୁ ନିର୍ଦେଶ ଦେଇଥିଲେ। ତେବେ ଜିଲ୍ଲାରେ ୩ ହଜାରରୁ ଅଧିକ ଟ୍ରକ ଟିପର ଥିବାବେଳେ ଏହି ଦୁଇ ଆସୋସିଏସନର ୧୦୦ରୁ ୧୫୦ ମାଲିକଙ୍କ ୧୫ଶହ ଗାଡ଼ି ସମଗ୍ର ପରିବାହନ ବ୍ୟବସ୍ଥାକୁ କରାୟତ କରି ବସିଛି। ଅପରପକ୍ଷେ ଏହି ଦୁଇ ସଂଗଠନ ନିଜ ସ୍ୱାର୍ଥକୁ ଚରିତାର୍ଥ କରିବାକୁ ରାଜନୀତି ଆରମ୍ଭ କରିଦେଇଛନ୍ତି। ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଛନ୍ତିଯେ; ଏହି ଦୁଇ ସଂଘର ୮୦ ପ୍ରତିଶତ ସଦସ୍ୟ ଏଠିକାର ମୂଳ ବାସିନ୍ଦା ନୁହନ୍ତି। ବୃହତ ଶିଳ୍ପ ପ୍ରତିଷ୍ଠା ସମୟରେ ସ୍ଥାନୀୟ ଲୋକଙ୍କ ପାଇଁ ସୁଯୋଗ ରହିବାର ନିୟମ ରହିଛି। ଜଣେ ଆମେରିକାରେ ବସବାସ କଲେ ତାକୁ ପ୍ରବାସୀ ଭାରତୀୟ କୁହାଯିବ। କିନ୍ତୁ ଆମେରିକାନ କୁହାଯିବ ନାହିଁ। ଅଭିଯୋଗ ଉପରେ ଶ୍ରୀ ରାୟମହାପାତ୍ର କହିଛନ୍ତିଯେ; ତାଙ୍କ ନାମରେ କୌଣସି କାମ ବନ୍ଦର କର୍ତୃପକ୍ଷ ଦେଇ ନାହାନ୍ତି। ତେଣୁ କଳା ତାଲିକାଭୂକ୍ତ ହେବାର ପ୍ରଶ୍ନ ଉଠୁ ନାହିଁ। ବରଂ ଆନ୍ତର୍ଜାତିକ ପରିବେଶ ସଂସ୍ଥା ଗ୍ରିନ ପିସ ଇଣ୍ଡିଆ ୨୦୦୬ରେ ବନ୍ଦରକୁ ବିରୋଧ କରିବା ସମୟରେ ଜିଲ୍ଲା ବିକାଶ ପରିଷଦର ସଭାପତି ଭାବେ ସେ ଭଦ୍ରକ ଓ ଭୁବନେଶ୍ୱରେ ଆନ୍ଦୋଳନ କରି ଏହି ଷ଼ଯନ୍ତ୍ରକୁ ଭଣ୍ଡୁର କରିଥିଲେ। କୋଲକତା ପୋର୍ଟ ଟ୍ରଷ୍ଟ ଏହି ବନ୍ଦର ଉପରେ ନିଜର ମାଲିକାନା ସତ୍ୱ ଜାହିିର କରିବାକୁ ଉଦ୍ୟମ କରିବା ସମୟରେ ଏହି ଷଡ଼ଯନ୍ତ୍ରକୁ ବି ବିକାଶ ପରିଷଦ ନେତୃତ୍ୱରେ ବିଫଳ କରାଯାଇଥିଲା। ୨୦୧୭ ମସିହାରେ ଏକ ଆକସ୍ମିକ ଦୁର୍ଘଟଣାକୁ ଆଧାର କରି ୮ ପଂଚାୟତବାସୀ ବନ୍ଦର ପରିସରରେ ଲଙ୍କା କାଣ୍ଡ ଭିଆଇଥିଲେ। କିନ୍ତୁ ବିକାଶ ପରିଷଦ ଏଥିରେ ହସ୍ତକ୍ଷେପ କରି ଜିଲ୍ଲାପାଳଙ୍କ ଜରିଆରେ ସମସ୍ତ ସମସ୍ୟା ସମାଧାନର ଉଦ୍ୟମ କରିବା ସହ ସମସ୍ତ ପକ୍ଷଙ୍କ ମଧ୍ୟରେ ସମନ୍ୱୟ ସ୍ଥାପନ କରିଥିଲା। ଯାହାର ସମସ୍ତ ଓଡ଼ିଆ ଓ ଇଂରାଜୀ ଖବରକାଗଜରେ ପ୍ରକାଶିତ କ୍ଲିପିଂ ଅହମ୍ମଦାବଦ ସ୍ଥିତ ଆଦାନୀ ମୁଖ୍ୟ କାର୍ଯ୍ୟାଳୟକୁ ବନ୍ଦର କର୍ତୃପକ୍ଷ ପଠାଇଥିଲେ। ସେହିପରି ବନ୍ଦରକୁ ସ୍ପେଶାଲ ଇନୋନୋମିକ ଜୋନ(ଏସିଜେଡ) ପରିସରଭୁକ୍ତ କରିବାକୁ ମଧ୍ୟ ପରିଷଦ ୁଭୟ ଭଦ୍ରକ ସ ଭୁବନେଶ୍ୱର ଠାରେ ଆନ୍ଦୋଳନ କରିଥିଲା। ଅନୁରୂପ ୨୦୦୬ ମସିହାରେ ବନ୍ଦର ନିର୍ମାଣ ସମୟରେ ପରିବହନର ସବୁଠାରୁ ବଡ଼ ନିର୍ମାଣକାରୀ ସଂସ୍ଥା ଭାବେ ଏଲ ଏଣ୍ଡ ଟି ଭଦ୍ରକ ଟିପର ସଂଘକୁ ଆଗ୍ରିଗେଟ ଓ ବୋଲଡର କାର୍ଯ୍ୟ ଦେଇଥିଲା। ୨୦୦୭ ମସିହାରୁ ୨୦୧୧ ପର୍ଯ୍ୟନ୍ତ ସଂଘ ଏହାକୁ ସୂଚାରୁରୂପେ ତୁଲାଇଥିଲା। ଏହା ଦ୍ୱାରା ଟିପର ସଂଘର ବିଶ୍ୱସନୀୟତା ପ୍ରମାଣିତ। ତେଣୁ ଏବେର ତଥାକଥିତ ସଂଘମାନେ ନିଜ ସ୍ୱାର୍ଥ ପାଇଁ ଦ୍ୱିତୀୟ ସର୍ବ ପୁରାତନ ସଂଘ ଉପରେ ଅଭିଯୋଗ ଆଣିବା ବନ୍ଦ କରିବା ଉଚିତ। ଜିଲ୍ଲାବାସୀଙ୍କ ସ୍ୱାର୍ଥ ପାଇଁ ଆମେ ଚେଷ୍ଟିତ ଥିବାବେଳେ ନିଜ ସ୍ୱାର୍ଥ ହାନୀ ଆଶଙ୍କାରେ ଜର୍ଜରିତ ଏହି ଦୁଇ ସଂଗଠନ ଅବାସ୍ତବ ଅଭିଯୋଗ ରଖୁଛନ୍ତି। ଏେବେି ଆମ ସଂଗଠନର ଧାରଣା ଓ ଅନଶନ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମନାରେ ଚାଲିଛି। ବ୍ୟାଙ୍କରୁ ଋଣ କରି ପରିଶୋଧ କରିପାରୁନଥିବା ଶତାଧିକ ଟ୍ରକ, ଟିପର ମାଲିକଙ୍କ ଯଥୋଚିତ ଦାବି ପୂରଣ ପାଇଁ ଏହା ଜାରି ରହିବ। ତେଣୁ ପ୍ରଶାସନ ବାସ୍ତବ ସ୍ଥିତି ଅନୁଧ୍ୟାନ କରି ଜିଲ୍ଲାର ସମସ୍ତ ଋଣ ଭାରରେ ବୁଡ଼ିଥିବା ଟ୍ରକ ଟିପର ମାଲିକଙ୍କ ସ୍ୱାର୍ଥ ପ୍ରତି ଯତ୍ନବାନ ହେବାକୁ ଶ୍ରୀ ରାୟମହାପାତ୍ର ଓ ସଂଘର ସଂପାଦକ ଜ୍ୟୋତିପ୍ରକାଶ ମହାନ୍ତିଙ୍କ ସମେତ ଅନଶନରେ ବସିଥିବା ବିଶ୍ୱକର୍ମା ଟ୍ରକ ମାଲିକ ସଂଘର ପ୍ରଫୁଲ୍ଲ ପଅଷ୍ଟି, ଚନ୍ଦନ ନାୟକ, ରଥିଆ ବାରିକ, ସୁଶାନ୍ତ ନାୟକ, ରଜତ ପତି, ଭଦ୍ରକ ଜିଲ୍ଲା ବିକାଶ ପରିଷଦର ବଳରାମ ପରିଡ଼ା, ଅମୀୟ ନାୟକ, ସେକ୍ ରିଜାଉଳ୍ଲା ମୁସ୍ତାଫା, ରାଜୀବ ନାୟକ, ନଳିନୀ ପତ୍ରୀ, ରିୟାଜ ଖାଁ ପ୍ରମୁଖ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.