ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) – ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରଚଳିତ ବିରଜା ପଞ୍ଜିକା ଅନୁଯାୟୀ ଶ୍ରାବଣ ମାସର ୨ସୋମ୍ୱାରରେ ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ରାଜ୍ୟ ସମେତ ପଡ଼ୋଶୀ ରାଜ୍ୟରୁ ୪୦ହଜାରରୁ ଉର୍ଦ୍ଧ କାଉଡ଼ିଆ ଭକ୍ତଙ୍କ ଭିଡ଼ ଲାଗିଥିଲା ପୀଠରେ । ଆଗନ୍ତୁକ କାଉଡ଼ିଆମାନଙ୍କର ଭିଡକୁ ଦୃଷ୍ଟିରେ ରଖି ର୍ୱି୍ୱାର ମଧ୍ୟରାତ୍ରରୁ ବାବାଙ୍କ ପାଖରେ ଆରମ୍ଭ ହୋଇଥିଲା ଜଳଲାଗି। ବାବାଙ୍କୁ ଜଳାଭିଷେକ ନିମନ୍ତେ ପ୍ରସ୍ତୁତ ସ୍ୱତନ୍ତ୍ର ବ୍ୟାରିକେଡ଼ରେ କାଉଡ଼ିଆମାନେ ଧାଡ଼ିରେ ଯାଇ ସୋମବାର ମଧ୍ୟାହ୍ନ ଯାଏଁ ଜଳଲାଗି କରିଥିଲେ। ଭକ୍ତଙ୍କର ବୋଲବମ୍ ହରହର ବମ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା ସମଗ୍ର ପୀଠ। ଆଗନ୍ତୁକ କାଉଡ଼ିଆ ଭକ୍ତଙ୍କ ଆଗମନକୁ ନେଇ ପୀଠରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସ୍ଥଳପଥ ଓ ଜଳପଥରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସେହିପରି ଲଗାଣ ବର୍ଷା ଓ ସମୁଦ୍ର ଜୁଆର ଢ଼େଉରେ ବୈତରଣୀ ଓ ସାଳନ୍ଦୀ ନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ କାଉଡିଆଙ୍କ ସୁରକ୍ଷିତ ନଦୀ ପାର ପାଇଁ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପଇଁତରା ମାରିଥିଲେ। ତାହାସହ ରବିବାର ସଂଧ୍ୟା ୭ଟାରୁ ସୋମବାର ସକାଳ ୫ଟା ଯାଏଁ ନଦୀ ଘାଟରେ ଯାତ୍ରୀ ପରିବହନ ବନ୍ଦ ରହିଥିଲା। ଅନ୍ୟପଟେ ବାବାଙ୍କ ପାଖରେ ଶୃଙ୍ଖଳିତ ଜଳଲାଗି ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ଼ ବ୍ୟବସ୍ଥା ସହିତ ମନ୍ଦିର ଭିତରେ ଓ ବାହାରେ ଉଜ୍ୱଳ ଆଲୋକ ବ୍ୟବସ୍ଥା ଓ ସଶସ୍ତ୍ର ପୁଲିସ ମୃତୟନ ରହିଥିଲେ। ପୀଠରେ ଭଦ୍ରକ ଏସପି ମନୋଜ ରାଉତଙ୍କ ସହ ଗୁଇନ୍ଦା ବିଭାଗର ଅତିରିକ୍ତ ଏସପି ଅଂଶୁମାନ ଦ୍ୱିବେଦୀ ସମସ୍ତ କାର୍ଯ୍ୟ ଉପରେ ନଜର ରଖିଥି୍ୱା ବେଳେ ଜିଲା ପ୍ରଶାସନିକ ଅଧିକାରୀ , ମନ୍ଦିର ଟ୍ରଷ୍ଟେ୍ୱାର୍ଡ ଟ୍ରଷ୍ଟି କିମ୍ବା କୌଣସି ମ୍ୟାଜିଷ୍ଟ୍ରେଟ ଉପସ୍ଥିତ ନଥିବାରୁ ସେବାୟତଙ୍କ ପକ୍ଷରୁ ଅସନ୍ତୋଷ ଦେଖାଦେଇଥିଲା। ଏପରିକି ବୈତରଣୀ ଓ ସାଳନ୍ଦୀ ନଦୀ ଲଗାଣ ବର୍ଷା ଯୋଗୁଁ ନଦୀର ଜଳ ଉଛୁଳା ରହିଥିବା ବେଳେ ହିଂସ୍ର କୁମ୍ଭୀର ଥିବାରୁ କାଉଡିଆ ଭକ୍ତ କିପରି ସୁଚାର ରୂପେ ପାରି ହୋଇ ପୀଠକୁ ଆସିବେ ପୁଲିସ ପକ୍ଷରୁ କଡ଼ା ନଜର ରଖାଯାଇଥିଲା। ସ୍ଥଳପଥ ଓ ଜଳପଥରେ ଖାଲିପାଦରେ ଚାଲିଚାଲି ପୀଠକୁ ଏତେ ସଂଖ୍ୟକ କାଉଡ଼ିଆଙ୍କ ଆଗମନ ହୋଇଥିଲେ ମଧ୍ୟ ପୀଠକୁ ସଂଯୋଗ କରୁଥିବା ମଠଡିହ ବାଙ୍କମୁଆ କୁଳେଇପଦା ରାସ୍ତା, ଧାନଖଣିଆ-ଆରଡି ରାସ୍ତା, ଆରଡି ଫାଣ୍ଡି ଠାରୁ ସନ୍ତରା ରାସ୍ତା, ଶିବ ପ୍ଲାଜା ରାସ୍ତାରେ ବଡ଼ବଡ଼ ଖାଲଖମା ରହିଥିବାରୁ ନାନା ପ୍ରକାରର ଅସୁବିଧାରେ ସମ୍ମୁଖିନ ହୋଇଥିଲେ କାଉଡ଼ିଆ ଭକ୍ତ। ଏହି ରାସ୍ତା ଗୁଡିକର ଶ୍ରାବଣୀ ପୂର୍ବରୁ ମରାମତି କରିବା ପାଇଁ ଜିଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକରେ ଆଲୋଚନା ହୋଇଥିଲେ ମଧ୍ୟ ତାହା କାଗଜ କଲମରେ ସୀମିତ ହୋଇ ରହିଯାଇଛି। ଏପଟେ କିପରି ବାବାଙ୍କ ନୀତି କାନ୍ତି ଓ ଜଳଲାଗି ପରିଚାଳନା କରାଯିବ ସେଥିପାଇଁ କୌଣସି ଅଧିକାରୀଙ୍କୁ ଦେଖିବାକୁ ମିଳିନଥିଲା ମନ୍ଦିର ପରିସର ଓ ପୀଠରେ। ଯାହାକୁ ନେଇ ତିବ୍ର ଅସନ୍ତୋଷ ଦେଖାଦେଇଥିଲା ଆଗନ୍ତୁକ ଭକ୍ତଙ୍କ ମଧ୍ୟରେ।
Home ଜିଲ୍ଲା ପରିକ୍ରମା ଶ୍ରାବଣମାସର ୨ୟ ସୋମବାରରେ ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ୪୦ହଜାର କାଉଡ଼ିଆ ଭକ୍ତ,ଖାଲଖମା ରାସ୍ତାରେ ଚାଲିଚାଲି...







