Home ଜିଲ୍ଲା ପରିକ୍ରମା ଅଜଣା ଗାଡି ଧକ୍କାରେ ଶ୍ରମିକର ମୃତ୍ୟୁ

ଅଜଣା ଗାଡି ଧକ୍କାରେ ଶ୍ରମିକର ମୃତ୍ୟୁ

2

ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଏକ ଅଜଣା ଗାଡି ଧକ୍କାରେ ଜଣେ ଶ୍ରମିକର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଗଳାବନ୍ଧ ଗ୍ରାମର ପୂର୍ଣ୍ଣଚନ୍ଦ୍ର ନାଇକଙ୍କର ପୁତ୍ର ବସନ୍ତ (୩୫) ଭଦ୍ରକକୁ କାମ କରିବାକୁ ଗତକାଲି ଘରୁ ଆସିଥିଲା। ଆଜି ସେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଗେଲପୁର ପଂଚାୟତରେ ଥିବା ନୂଆ ସର୍କିଟ ହାଉସ ସମ୍ମୁଖ ୧୬ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରୁଥିବା ବେଳେ ବାଲେଶ୍ୱର ପଟୁ କଟକ ଆଡକୁ ଯାଉଥିବା କୌଣସି ଅଜଣା ଯାନ ଧକ୍କା ଦେଇ ପଳାଇ ଯାଇଥିଲା। ସେତେବେଳେ ଦୁର୍ଘଟଣା ସ୍ଥଳରେ କେହି ନ ଥିଲେ। ଫଳରେ କିଛି ସମୟ ପରେ ସ୍ଥାନୀୟ ଲୋକେ ତାକୁ ଦେଖି ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ମାତ୍ର ଆମ୍ବୁଲାନ୍ସ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ପ୍ରଥମେ ପୋଲିସ ତାକୁ ଅଜଣା ବ୍ୟକ୍ତି ବୋଲି କହିଥିଲେ ମଧ୍ୟ ପରେ ଠିକଣା ପାଇ ଖବର ଦେବା ପରେ ତାର ପିତା ଆସି ଶବ ଚି଼ହ୍ନଟ କରି ବ୍ୟବଚ୍ଛେଦ କରାଇ ଘରକୁ ନେଇଛନ୍ତି। ଏହି ଘଟଣାରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.