ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପଳିକିରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୁଧବାର ପୂର୍ବାହ୍ନରେ ଛାତ୍ର ଛାତ୍ରୀଙ୍କ ପିତା ମାତାଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ସର୍ବସମ୍ମତ କ୍ରମେ ଶାନ୍ତି ଶୃଙ୍ଖଳାର ସହ ୧୫ ଜଣ ସଭ୍ୟ ସଭ୍ୟାଙ୍କୁ ନେଇ କମିଟି ଗଠନ ହୋଇଥିଲା। ଗୁରୁବାର ଅପରାହ୍ନରେ ଶିକ୍ଷା କମିଟି ସଭ୍ୟ ସଭ୍ୟାଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ସୁଧାକର ମାଝୀ ସର୍ବସମ୍ମତି କ୍ରମେ ଦ୍ୱିତୀୟ ଥର ପାଇଁ ସଭାପତି ହୋଇଥିବା ବେଳେ ପାର୍ବତୀ ଯେନା ଉପ ସଭାନେତ୍ରୀ ହୋଇଥିଲେ। କମିଟିରେ ସଭ୍ୟା ଭାବେ ଝରଣା ସ୍ୱାଇଁ, ରଞ୍ଜିତା ସାହୁ, ହୀରାଲତା ମାଝୀ, ମାମିନା ସ୍ୱାଇଁ, ଗାୟତ୍ରୀ ବାରିକ, ରାଜଲକ୍ଷ୍ମୀ ସାହୁ, ଶାନ୍ତିଲତା ଦାଶ ଓ ସଭ୍ୟ ଭାବେ ବାପୁନ ଚମ୍ପିଆ, ମଦନ ମୋହନ ସାହୁ, ପ୍ରଭାତ ଯେନା, ଦିଲ୍ଲୀପ ପତି, ରତ୍ନାକର ବେହେରା, ସୁବ୍ରତ କୁମାର ନନ୍ଦ ପ୍ରମୁଖ ଚୟନ ହୋଇଥିଲେ। ଏଥି ସହିତ ସରକାରୀ ନିୟମ ଅନୁସାରେ ସମ୍ପୃକ୍ତ ୱାର୍ଡ଼ର ୱାର୍ଡ଼ ମେମ୍ବର ଗୌରାଙ୍ଗ ଦାଶ,ଅଙ୍ଗନବାଡ଼ି କର୍ମୀ ଚିନ୍ମୟୀ ପଣ୍ତା, ଆଶା କର୍ମୀ ମାନସୀ ଯେନା ଓ ଶିକ୍ଷକ ପ୍ରତିନିଧି ଭାବେ ସୋହାଗୀ ହେମ୍ବ୍ରମ ମନୋନୀତ ହୋଇଥିଲେ। ଏହି କମିଟିରେ ପ୍ରଧାନ ଶିକ୍ଷକ ନିରାକାର ରାଉତ ସମ୍ପାଦକ ଭାବେ କାର୍ଯ୍ୟ କରିବେ। ସିଆରସିସି ମୋଜାଫର ହୋସେନ ଓ ଅନନ୍ତ କେଶରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ସିଂହ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ। ସମସ୍ତ ସଭ୍ୟସଭ୍ୟାଙ୍କୁ ଶପଥ ପାଠ କରାଯିବା ସହ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେହିପରି ଗତ ୨୦ ତାରିଖରେ ମହେନ୍ଦ୍ର ନୋଡାଲ ଓ ୨୨ ତାରିଖରେ ଧାମନଗର ବାଳିକା ଉଚ୍ଚ ବିଦ୍ୟାଳୟ ପରିଚାଲନା କମିଟି ଗଠିତ ହୋଇଯାଇଛି।








