Home ଜିଲ୍ଲା ପରିକ୍ରମା ଦାମୋଦର ସଂସ୍କୃତ ମହାବିଦ୍ୟାଳୟରେ ଆତ୍ମରକ୍ଷା କୌଶଳ ତାଲିମ ପ୍ରଶିକ୍ଷଣ ଉଦ୍‌ଯାପିତ

ଦାମୋଦର ସଂସ୍କୃତ ମହାବିଦ୍ୟାଳୟରେ ଆତ୍ମରକ୍ଷା କୌଶଳ ତାଲିମ ପ୍ରଶିକ୍ଷଣ ଉଦ୍‌ଯାପିତ

6

ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରୁଣାବଜାରସ୍ଥିତ ଦାମୋଦର ସଂସ୍କୃତ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଆତ୍ମରକ୍ଷା କୌଶଳ ତାଲିମ ପ୍ରଶିକ୍ଷଣ ଅଧ୍ୟକ୍ଷ ଡ଼ଃ ନିତ୍ୟାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଉଦଯାପନୀ ସମାରୋହରେ ସମାଜସେବୀ ତଥା ତ୍ୟାଗଭୂମିର ପ୍ରତିଷ୍ଠାତା ଅଜୟ ନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଆତ୍ମରକ୍ଷା କୌଶଳ ତାଲିମ ଦ୍ୱାରା ଛାତ୍ରଛାତ୍ରୀମାନେ ନିଜକୁ ରକ୍ଷା କରିବା ସଙ୍ଗେ ସଙ୍ଗେ ସମାଜକୁ ସଶକ୍ତ କରିବାରେ ସକ୍ଷମ ହେବେ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଡଃ. କୃପାସିନ୍ଧୁ ନାୟକ, ସମ୍ମାନିତ ଅତିଥି ନାରାୟଣ ପ୍ରସାଦ ପାଢ଼ୀ, ଅକ୍ଷୟ କୁମାର ପାଣିଗ୍ରାହୀ ଓ ମଞ୍ଜୁଲତା ମହାପାତ୍ର ପ୍ରମୁଖ ଯୋଗଦାନ କରି ଆତ୍ମରକ୍ଷା କୌଶଳ ଶିକ୍ଷାଦ୍ୱାରା ମାନସିକ ବୃଦ୍ଧି ହେବା ସଂଗେ ସଂଗେ ସମାଜକୁ ସୁଧାରିବାରେ ସକ୍ଷମ ହେବ ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ୧୭ ରୁ ୨୩ ପର୍ଯ୍ୟନ୍ତ ଚାଲିଥିବା କାର୍ଯ୍ୟକ୍ରମର ପ୍ରଶିକ୍ଷିକା ମନେରେମା ରାଉତ ଓ ସଂଯୋଜିକା ପ୍ରଭାତୀ ନାୟକ ଛଅ ଦିନର ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ନୋଡାଲ ଅଫିସର ଅଧ୍ୟାପକ ଶୁକଦେବ ପଣ୍ଡା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିବା ବେଳେ ଅଧ୍ୟାପକ ସ୍ୱର୍ଣ୍ଣଲତା ପାକଳ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସଭାକୁ ମଧୁସୁଦନ ତ୍ରିପାଠୀ, ରଘୁନାଥ ନାୟକ, ଗୌରାଙ୍ଗ ଦାସ ଓ ଆଶୁତୋଷ ସିଂହ ସଭାପରିଚାଳନା କରିଥିଲେ । ମୁଖ୍ୟ ଅତିଥିଙ୍କ ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.