ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୬ନମ୍ୱର ଜାତୀୟ ରାଜପଥର ତିଶଳପୁର ଛକ ଏବେ ପାଲଟିଛି ମରଣଯନ୍ତା। ଆଜି ସନ୍ଧ୍ୟାରେ ଏକ ଦୂରତାଗାମୀ କାର ଓଡି ୦୨ସିଏଲ ୪୨୩୬ ଆଗ ପଛ କରି ଦୁଇଟି ମୋଟର ସାଇକେଲ ଆରୋହୀଙ୍କୁ ଧକ୍କା ମାରିବା ପରେ ପୋଲକୁ ଧକ୍କା ଦେଇଥିବା ଜଣାପଡିଛି। ଗୁରୁତର ଦୁଇ ଆରୋହୀଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଭଦ୍ରକ ଡାକ୍ତର ଖାନାକୁ ପଠାଇଥିବା ଜଣାପଡିଛି। ସୂଚନାଯୋଗ୍ୟ ତିଶଳପୁର ଠାରୁ ଚରମ୍ପା ମହାବିଦ୍ୟାଳୟ ଛକ ମଧ୍ୟରେ ଦୁଇଟି ଗଳାପୋଲ କାମ ମନ୍ଥର ଗତିରେ କାମ ଚାଲୁଥିବା ବେଳେ ରାସ୍ତାର ଦୁଇ ପାଖ ଡାଇଭରସନ ରୋଡ଼ର ଅବସ୍ଥା ନ କହିବା ଭଲ। ରାସ୍ତାରେ ଏତେ ଗାଡ଼ ହୋଇ ଯାଇଛି ଯେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଥିଲେ ବି ପ୍ରଶାସନର ନୀରବତାକୁ ସ୍ଥାନୀୟ ବାସିନ୍ଦା ନାପସନ୍ଦ କରିଛନ୍ତି।








