Home ଜିଲ୍ଲା ପରିକ୍ରମା ନୂତନ ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ନୂତନ ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

8

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ମାଳଦା ପଂଚାୟତ ସାରସ୍ୱତ ସରକାରୀ ଉଚ୍ଚ ବିଦ୍ୟାଳୟ ଜଳହରି ଠାରେ ପ୍ରଧାନ ଶିକ୍ଷକ ଗୌରୀଶଙ୍କର ମିଶ୍ର ଙ୍କୁ ବୁଧବାର ବିଦ୍ୟାଳୟ ପରିସରରେ ସମ୍ବର୍ଦ୍ଧିତ କରାଯାଇଛି। ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରିତିକାନ୍ତ ରାଉତ ଙ୍କ ନେତୃତ୍ୱରେ ପୂର୍ବତନ କ୍ରୀଡ଼ା ଶିକ୍ଷକ ନବକିଶୋର ପରିଡ଼ା, ପୂର୍ବତନ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ମହାନ୍ତି , ସାମ୍ବାଦିକ ରାଜେନ୍ଦ୍ର ଶତପଥୀ, ବାସୁଦେବ ରାଉତ ପ୍ରମୁଖ ଯୋଗ ଉତରୀୟ ଓ ଫୁଲତୋଡ଼ା ସମ୍ବର୍ଦ୍ଧନା କରିଥିଲେ। ବିଦ୍ୟାଳୟରେ ଦିର୍ଘ ଦିନରୁ ଖାଲି ଥିବା ବିଦ୍ୟାଳୟ ପରିଚାଳନା କମିଟି ଶୃଙ୍ଖଳାର ସହିତ ଗଠନ କରିଥିବାରୁ ପ୍ରଧାନ ଶିକ୍ଷକ ଶ୍ରୀ ମିଶ୍ର ଙ୍କୁ ପ୍ରଶଂସା କରିଥିଲେ। ମଣିଷ ତିଆରି କାରଖାନା କୁ ଶୃଙ୍ଖଳାର ସହିତ ପରିଚାଳନା କରିବା ସହିତ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେବା ସହ ରାଇଟ ମ୍ୟାନ ଇନ୍ ରାଇଟ ସିଟ୍ ବୋଲି ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରିତିକାନ୍ତ ରାଉତ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.