Home ଜିଲ୍ଲା ପରିକ୍ରମା ଧାନକୁଟା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ମନମାନୀ, ପରିଚାଳନା କମିଟି ଗଠନକୁ ନାପସନ୍ଦ କରିବା ସହ ବିଭିନ୍ନ...

ଧାନକୁଟା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ମନମାନୀ, ପରିଚାଳନା କମିଟି ଗଠନକୁ ନାପସନ୍ଦ କରିବା ସହ ବିଭିନ୍ନ ଅନିୟମିତତାକୁ ନେଇ ଗ୍ରାମବାସୀଙ୍କ ବିକ୍ଷୋଭ

8

ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ ଧାନକୁଟା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ଆଚାର ବ୍ୟବହାର ଏବଂ ବିଭିନ୍ନ ଅନିୟମିତତା କାର୍ଯ୍ୟକୁ ନେଇ ଧାନକୁଟା ଗ୍ରାମବାସୀ ବିରୋଧ କରିଛନ୍ତି।ପ୍ରାପ୍ତ ଖବର ଅନୁଯାଇ ଏହି ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟି ଗଠନ କରିବାକୁ ଗ୍ରାମବାସୀ ମାନେ ପ୍ରସ୍ତୁତ ଥିବା ବେଳେ ସଂପୃକ୍ତ ପ୍ରଧାନ ଶିକ୍ଷୟତ୍ରୀ ଶୁଭଦର୍ଶନୀ ବଳ ଦୀର୍ଘ ୧ ମାସ ବିତିଯାଇଥିଲେ ମଧ୍ୟ ଏହି ପରିଚାଳନା କମିଟି ଗଠନ କରାଇ ଦେଉ ନାହାନ୍ତି। କେତେବେଳେ ବ୍ଲକ ଶିକ୍ଷାଧିକାରୀ ପୁଣି କେତେବେଳେ ସଂପୃକ୍ତ ସିଆରସିସି ଏହି କମିଟି ଗଠନ କରିବାକୁ ମନା କରିଛନ୍ତି ବୋଲି ସଂପୃକ୍ତ ପ୍ରଧାନ ଶିକ୍ଷୟତ୍ରୀ ନିଜର ପ୍ରତିକ୍ରିୟା ରଖିଥିବା ବେଳେ ସଂପୃକ୍ତ ବ୍ଲକ ଶିକ୍ଷାଧିକାରୀ ଏବଂ ଏହି କ୍ଲଷ୍ଟର ସିଆରସିସି ଏଭଳି ପ୍ରତିକ୍ରିୟାକୁ ନାପସନ୍ଦ କରିବା ସହ ସେମାନେ ଏପରି ମତବ୍ୟକ୍ତ କରି ନାହାନ୍ତି ବୋଲି କହିଛନ୍ତି। ସେହିପରି ବିଦ୍ୟାଳୟରେ ଥିବା ଏକ ନଳକୂପ ରେ ମୋଟର ଲଗାଇବା ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ୨୫ହଜାର ଟଙ୍କା ଆସିଥିବା ବେଳେ ସଂପୃକ୍ତ ପ୍ରଧାନ ଶିକ୍ଷୟତ୍ରୀ ଏହି କାର୍ଯ୍ୟ ଠିକ ଭାବେ କରିନାହାନ୍ତି ଏବଂ ଏହି କାର୍ଯ୍ୟର ସଠିକ ଭାବେ ତଦନ୍ତ କରିବାକୁ ଗ୍ରାମବାସୀ ଦାବୀ ଜଣାଇଛନ୍ତି। ଆଜି ଏହି ଗ୍ରାମବାସୀ ବିଦ୍ୟାଳୟରେ ପହଂଚି ବିଦ୍ୟାଳୟ ପରିଚାଳନା କମିଟି ଗଠନ କରିବାକୁ ଆସିଛନ୍ତି ବୋଲି ନିଜର ଦାବୀ ରଖିଥିବା ବେଳେ ସଂପୃକ୍ତ ପ୍ରଧାନ ଶିକ୍ଷୟତ୍ରୀ ନିଜର କାର୍ଯ୍ୟ ଅଛି ବୋଲି କହି ବିଦ୍ୟାଳୟ ଛାଡି ଚାଲିଯାଇଥିଲେ ବୋଲି ଗ୍ରାମବାସୀ ମାନେ ଅଭିଯୋଗ ଆଣିଛନ୍ତି। ଏହି ବିଦ୍ୟାଳୟରେ ସମୁଦାୟ ୪୨ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀ ସବୁ ସମୟରେ ଉପସ୍ଥିତ ନ ରହିବା ଗ୍ରାମବାସୀଙ୍କୁ ଆଶ୍ଚର୍ଯ୍ୟରେ ପକାଇଛି। ତୁରନ୍ତ ସଂପୃକ୍ତ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ଏଠାରୁ ଅନ୍ୟତ୍ର ବଦଳି କର ନଗଲେ ଗ୍ରାମବାସୀ ମାନେ ରାଜରାସ୍ତାକୁ ଓହ୍ଲାଇବା ସହ ବିଦ୍ୟାଳୟ ଆଗରେ ଧାରଣା ଦେବେ ବୋଲି ନିଜର ପ୍ରତିକ୍ରିୟା ରଖିଛନ୍ତି। ଏହି ସମସ୍ତ ଅଭିଯୋଗ ବିଷୟରେ ବ୍ଲକ ଶିକ୍ଷାଧିକାରୀ ଶୁଭେନ୍ଦୁ ମହାରାଜଙ୍କୁ ପଚାରିବାରୁ ସେ ଏହି ଅନିୟମିତା ବିଷୟରେ ଅବଗତ ଅଛନ୍ତି ଏବଂ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ତୁରନ୍ତ ଏହି ସମସ୍ତ ବିଷୟରେ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଥିଲେ। ଆଜି ଧାନକୁଟା ଗ୍ରାମର ବିଜୟ ଦାସ, ବଳରାମ ପଣ୍ଡିତ , ବୈକୁଣ୍ଠ ସେଠୀ, ମନୋରଞ୍ଜନ ବେହେରା, ଲକ୍ଷ୍ମୀପ୍ରିୟା ପଣ୍ଡିତ, ଜଗବନ୍ଧୁ ଦାସ, ଅନୁସୟା ମାହୁନ୍ତ , ସନାତନ ଜେନା, ଭାଗିରଥି ସେଠୀ , ସୁଭଦ୍ରା ଦାସ, ମାତାରାଣୀ ଦାସ, କନକଲତା ବେହେରା,ଆରତୀ ପରିଡା ପ୍ରମୁଖ ବିଦ୍ୟାଳୟ ପରିସରରେ ଉପସ୍ଥିତ ରହିବା ସହ ତୁରନ୍ତ ସଂପୃକ୍ତ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅନ୍ୟତ୍ର ବଦଳି କରବା ସହ ବିଦ୍ୟାଳୟ ପରିଚାଳନା କମିଟି ଗଠନ କରିବାକୁ ଦାବୀ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.