Home ଜିଲ୍ଲା ପରିକ୍ରମା ଧାମନଗର କଲେଜ ପକ୍ଷରୁ ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମର ଉଦ୍‌ଯାପନୀ ଦିବସ

ଧାମନଗର କଲେଜ ପକ୍ଷରୁ ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମର ଉଦ୍‌ଯାପନୀ ଦିବସ

5

ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର କଲେଜର ‘ଶକ୍ତିଶ୍ରୀ ଏମପାୱାରମେଂଟ ସେଲ୍‌’ ଆନୁକୂଲ୍ୟରେ ଦୋବଲ ପଂଚାୟତ କଲ୍ୟାଣ ମଣ୍ଡପ ଠାରେ ୫ ଦିନିଆ ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମର ଉଦ୍‌ଯାପନୀ ଦିବସ ଅନୁଷ୍ଠିତ ହୋଇଯାଇଛି।ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷା ଯୋଗାଇବା, ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ଏବଂ ସମାଜରେ ଆତ୍ମନିର୍ଭର ଶୀଳତା ଓ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ଉଦ୍‌ଯାପନୀ ଦିବସରେ କଲେଜର ଅଧ୍ୟକ୍ଷ ଅଜୟ କୁମାର ବେଜ୍ ସଭାପତିତ୍ୱ ଆସିୟାନାର ସଚିବ ସୋଫିଆ ସେକ୍ ମୂଖ୍ୟ ବକ୍ତା, ଦୋବଲ ପଂଚାୟତର ସରପଂଚ ଅଶୋକ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ସ୍ଥାନୀୟ ଅଂଚଳର ମହିଳାମାନେ ଏବଂ ସି.ଆରପି. ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।ଏଥିରେ ଛାତ୍ରୀ ମାନଙ୍କ ମଧ୍ୟ ରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଟିତ ହୋଇ ଥିଲା। କାର୍ଯ୍ୟକ୍ରମ ର ସଂଯୋଜିକା ଅମୀତା ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଅଧ୍ୟାପିକା ବିଶ୍ୱଜିତା ବାରିକ ଅତିଥି ଙ୍କ ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ଅଧ୍ୟାପିକା ସ୍ମରଣିକା ପ୍ରଧାନ,ଗୀତାଞ୍ଜଳି ଦେବତା, ବାସ୍ତବିକା ଦାସ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।ପ୍ରତିଯୋଗିତା ଙ୍କୁ ଅତିଥି ମାନପତ୍ର ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.