Home ଜିଲ୍ଲା ପରିକ୍ରମା ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା: ଉପୁଡ଼ିଲା ଗଛ

ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା: ଉପୁଡ଼ିଲା ଗଛ

3

ଭଦ୍ରକ, ୧୭ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଗତ ଦୁଇ ଦିନ ଧରି ଲଘୁଚାପଜନିତ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବର୍ଷା ଜଳ ନିଷ୍କାସନ ହୋଇନପାରି ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି। ଲଗାଣ ବର୍ଷା ଯୋଗୁଁ ମଞ୍ଜୁରୀରୋଡ଼ ବଜାର ନିକଟରେ ଜନୈକ ବ୍ୟକ୍ତିଙ୍କ ଘର ଉପରେ ଗୁରୁବାର ସନ୍ଧ୍ୟାରେ ଗଛ ଉପୁଡ଼ି ପଡ଼ିଥିଲା। ଖବର ପାଇ ଭଣ୍ଡାରିପୋଖରୀ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ବର୍ଷାରେ ପହଂଚି ଗଛ କାଟି ସଫା କରିବା ସହ ଘରକୁ ବିପଦମୁକ୍ତ କରିଥିଲେ। ବଡ଼ କଂଟାପଡା ଗ୍ରାମରେ ନାରାୟଣ ପେରେଇଙ୍କ ଘର ଜଳବନ୍ଦୀ ହୋଇଛି। ଜନୈକ ପଡୋଶୀ ସରକାରୀ ଜମି ଜବରଦଖଲ କରି ରଖିଥିବାରୁ ଜଳ ନିଷ୍କାସନ ହୋଇ ନପାରି ସମସ୍ୟା ଉପୁଜିଥିବାରୁ ଅଭିଯୋଗ ପରେ ପୁଲିସ ଘଟଣା ସ୍ଥଳ ଅନୁଧ୍ୟାନ କରିଛନ୍ତି। ନୀଳାଦ୍ରି ପାତାଳ ସିଂ ଗ୍ରାମରେ ମଧ୍ୟ ଜଳ ନିଷ୍କାସନ ହୋଇ ନପାରି ଗ୍ରାମ ରାସ୍ତାରେ ପାଣି ଜମିଥିଲା। ପାଣି ଜମି ରହିବା ଫଳରେ ଅନେକ ସ୍ଥାନରେ ଧାନ ତଳି ନଷ୍ଟ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏସମ୍ପର୍କରେ କୃଷି ବିଭାଗ ପକ୍ଷରୁ ସଠିକ ଆକଳନ ହୋଇ ନଥିବା ବେଳେ ପନିପରିବା ଚାଷ ମଧ୍ୟ କେତେକାଂଶରେ ପ୍ରଭାବିତ ହୋଇଛି। ବର୍ଷା ଛାଡ଼ିବା ପରେ ଓ ପାଣି କମିବା ପରେ କ୍ଷତି ବିଷୟରେ ଜଣାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.