Home ଜିଲ୍ଲା ପରିକ୍ରମା ଧାମନଗର ମହାବିଦ୍ୟାଳୟରେ ‘ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର’ର କର୍ମଶାଳା

ଧାମନଗର ମହାବିଦ୍ୟାଳୟରେ ‘ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର’ର କର୍ମଶାଳା

4

ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ମହାବିଦ୍ୟାଳୟ ପରିସରରେ ‘ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର’ ଆନୁକୂଲ୍ୟରେ ସ୍ୱତନ୍ତ୍ର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜୟ କୁମାର ବେଜ ସଭାପତିତ୍ୱ କରି ଛାତ୍ରୀମାନଙ୍କୁ ସ୍ୱାବଲମ୍ବୀ ହେବା ସହ ନାରୀ ସଶକ୍ତିକରଣ ଓ ନାରୀ ନେତୃତ୍ୱର ଆବଶ୍ୟକତା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଭାରତୀୟ ସେନାର ଅବସରପ୍ରାପ୍ତ ସୁବେଦାର ମ ଗୀରିଶ କୁମାର ସଡଙ୍ଗୀ ।ଭର୍ଚୁଆଲ ମାଧ୍ୟମରେ ଛାତ୍ରୀମାନଙ୍କୁ ସମ୍ବୋଧନ କରି କହିଥିଲେ ଯେ, ଆଜିର ସମୟରେ ଲିଡରସିପ (ନେତୃତ୍ୱ) ଏବଂ କମ୍ୟୁନିକେସନ ଦକ୍ଷତା ଛାତ୍ରୀମାନଙ୍କ ଭବିଷ୍ୟତ ପାଇଁ ଅତ୍ୟନ୍ତ ଜରୁରୀ। ତାଙ୍କର ପ୍ରେରଣାଦାୟୀ ବକ୍ତବ୍ୟ ଉପସ୍ଥିତ ସମସ୍ତ ଛାତ୍ରୀଙ୍କୁ ନୂତନ ଦିଗଦର୍ଶନ ଦେଇଥିଲା।କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥନୀତି ବିଭାଗର ଅଧ୍ୟାପିକା ତଥା ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ରର ସଂଯୋଜିକା ଅମିତା ଦାସ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ଦର୍ଶନ ଶାସ୍ତ୍ରର ଅଧ୍ୟାପିକା କଲ୍ୟାଣୀ ଦାସ ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ। ପରିଶେଷରେ, ଶତାଧିକ ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବେଳେ ଭର୍ଚୁଆଲ ମାଧ୍ୟମରେ ବକ୍ତାଙ୍କ ବାର୍ତାକୁ ଗଭୀର ଶ୍ରଦ୍ଧାର ସହ ଶ୍ରବଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.