Home ଜିଲ୍ଲା ପରିକ୍ରମା ଚାନ୍ଦବାଲିରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧୋତ୍ସବରେ ଶ୍ରଦ୍ଧାଞ୍ଜଳି ସଭା, ‘ଭାରତ ରତ୍ନ’ ପ୍ରଦାନ ଦାବି

ଚାନ୍ଦବାଲିରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧୋତ୍ସବରେ ଶ୍ରଦ୍ଧାଞ୍ଜଳି ସଭା, ‘ଭାରତ ରତ୍ନ’ ପ୍ରଦାନ ଦାବି

1

ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ପାଠକ ମଂଚ ପରିବାର ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧୋତ୍ସବ ଅବସରରେ ବରିଷ୍ଠ ନାଗରିକ ପରିଷଦ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।ସାମ୍ବାଦିକ ନିତ୍ୟ ପ୍ରକାଶ ବେହେରାଙ୍କ ପରିଚାଳନାରେ ଆୟୋଜିତ ଏହି ସଭାରେ ଶିକ୍ଷାବିତ୍ ଅମୂଲ୍ୟ କୁମାର ରାଉତ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ବିଡିଓ ସଞ୍ଜୀବ କୁମାର ମହାପାତ୍ର, ମୁଖ୍ୟ ବକ୍ତା ଭାବେ ଚାନ୍ଦବାଲି ଓକିଲ ସଂଘର ସଭାପତି ଉପେନ୍ଦ୍ର କୁମାର ରାଉଳ, ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ପ୍ରଫୁଲ୍ଲ କୁମାର ଦାସ ଓ ବଣିକ ସଂଘର ସଭାପତି ଗୋପିରାମ ଅଗ୍ରୱାଲ ଯୋଗଦେଇ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଆଦର୍ଶ, ସମାଜସେବା, ଶିକ୍ଷା, ସାମ୍ବାଦିକତା ଏବଂ ଜାତି ଗଠନରେ ତାଙ୍କର ଅବିସ୍ମରଣୀୟ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।ଏହି ଅବସରରେ ଯୋଗ ଦେଇଥିବା ଅତିଥିମାନେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ।ସେହିପରି, ୨୦୦୮ ମସିହାରୁ ନିୟମିତ ଭାବେ ‘ସମାଜ’ ଖବରକାଗଜ ପାଠ କରିବା ସହ ପୁରୁଣା ସଂଖ୍ୟାଗୁଡ଼ିକୁ ସଂରକ୍ଷଣ କରିଆସୁଥିବା ଚାନ୍ଦବାଲିର ଜିତେନ୍ଦ୍ର ଦାସଙ୍କୁ ‘ଶ୍ରେଷ୍ଠ ସମାଜ ପାଠକ’ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାରେ ଚାନ୍ଦବାଲିର ବୁଦ୍ଧିଜୀବୀ, ଶିକ୍ଷାବିତ୍‌, ସମାଜସେବୀ, ସାମ୍ବାଦିକ, ଆଇନଜୀବୀ ଓ ପାଠକ ମଂଚର ସଦସ୍ୟମାନେ ଯୋଗଦେଇ ଉତ୍କଳମଣିଙ୍କ ଜୀବନାଦର୍ଶକୁ ଅନୁସରଣ କରି ସମାଜସେବା ଓ ମାନବକଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିବାକୁ ଆହ୍ୱାନ ଜଣାଇଥିଲେ।ଏହି ଅବସରରେ ଉପସ୍ଥିତ ସମସ୍ତେ ମତ ପ୍ରକାଶ କରିଥିଲେ ଯେ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୦୦ତମ ଶ୍ରାଦ୍ଧ ବାର୍ଷିକୀକୁ ଚାନ୍ଦବାଲି ବ୍ଲକରେ ଧୂମଧାମରେ ପାଳନ କରାଯିବା ସହ ବର୍ଷବ୍ୟାପୀ ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ ସ୍ମୃତିଚାରଣ କାର୍ଯ୍ୟକ୍ରମ ଆୟୋଜନ କରାଯିବା ଉଚିତ।ଅନ୍ୟମାନଙ୍କ ମଧ୍ୟରେ ପ୍ରସାନ୍ତ ଦାସ, ସୁଶାନ୍ତ ବିଶ୍ୱାଳ, ମାଧବାନନ୍ଦ ଓଝା, ବିରେନ ସାହୁ, ତ୍ରିଲୋଚନ ଦାସ, ଦିଲ୍ଲୀପ ରାଉତ, ସୌଦାମିନୀ ଜେନା, ବିଶ୍ୱନାଥ ସୁତାର, ବିଳାଶ ନାୟକ, ଶାନ୍ତିଭୂଷଣ ବିଶ୍ୱାଳ, ଅଶୋକ ଦାସ, ବେଚଲର କିଷାନ ପାତ୍ର ଓ ଅଭୟ ବଳ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଚାନ୍ଦବାଲି ପାଠକ ମଂଚର ସଦସ୍ୟ ଅଭୟ ସାମଲ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.