Home ଜିଲ୍ଲା ପରିକ୍ରମା ଅସ୍ତଳରେ ଶ୍ରୀ ଶ୍ରୀ ଯୋଗେଶ୍ୱର ମହାଦେବଙ୍କ ନୂତନ ଶିବ ମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଚାରିଦିନ...

ଅସ୍ତଳରେ ଶ୍ରୀ ଶ୍ରୀ ଯୋଗେଶ୍ୱର ମହାଦେବଙ୍କ ନୂତନ ଶିବ ମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଚାରିଦିନ ବ୍ୟାପୀ ପାଳିତ

3

ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହର ନରିପୁର (ଅସ୍ତଳ) ଗ୍ରାମର କ୍ଷମାସାଗର ମଠ ପରିସରରେ ଦେବ ଦେବ ମହାଦେବଙ୍କ ନୂତନ ନାମରେ ଶ୍ରୀ ଶ୍ରୀ ଯୋଗେଶ୍ୱର ମହାଦେବଙ୍କ ଶିବ ମନ୍ଦିର, ଶିବ ଲିଙ୍ଗ ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଚାରିଦିନ ବ୍ୟାପୀ ଧାର୍ମିକ ନୀତିକାନ୍ତି ସହ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ଅଧିବାସ, ଅଙ୍କୁରାରୋପଣ, ମହିଳା କଳସ ଶୋଭାଯାତ୍ରା, ବିଗ୍ରହ ପରିଭ୍ରମଣ, ଯଜ୍ଞ, ଶିଖର ସ୍ନାନ, ଦେବତା ଓ ମନ୍ଦିର ପ୍ରତିଷ୍ଠା, ପୀଠରେ ବିଗ୍ରହ ସ୍ଥାପନ, ପୂର୍ଣ୍ଣାହୂତି ସହ ମହାରୁଦ୍ରାଭିଷେକ ଅନୁଷ୍ଠିତ ହୋଇଯାଇଛି। ସୂଚନାଯୋଗ୍ୟ, ଯୁବ ସମାଜସେବୀ ଚନ୍ଦନ ଶାହା ନାମକ ଜୈନକ ବ୍ୟକ୍ତି ଆଗ୍ରହ କରିବାରୁ ମୟୂରଭଞ୍ଜ ଜିଲ୍ଲାର ଖିଚିଙ୍ଗରୁ ମହାଦେବଙ୍କ ଲିଙ୍ଗ, ବୃଷଭ, ନନ୍ଦୀ ଭୃଙ୍ଗୀ, ମାତା ପାର୍ବତୀ, ଶ୍ରୀ ଗଣେଶ, କାର୍ତିକ, ନବଗ୍ରହ, ମହାପ୍ରଭୁଙ୍କ ନାଗ କାରିଗରୀ ମୂର୍ତି ଅଣାଯାଇ ପ୍ରତିଷ୍ଠା କରାଯାଇଥିଲା। ପୂଜା ପାଠରେ ପଣ୍ଡିତ ଚନ୍ଦ୍ରଶେଖର ଉପାଧ୍ୟାୟ (କାଳିଆ ନନା), ପଣ୍ଡିତ ଚିନ୍ମୟ ଉଦ୍‌ଗାତା, ପଣ୍ଡିତ ଅଭିମନ୍ୟୁ ଶନି ବିଗ୍ରହ, ପଣ୍ଡିତ ଜୟଦେବ ନନ୍ଦ, ପଣ୍ଡିତ ସତ୍ୟଶିବ ପାଣିଗ୍ରାହୀ, ପଣ୍ଡିତ ପ୍ରକାଶ ସେନାପତି ଓ ପଣ୍ଡିତ ଶୁଭଦାକାନ୍ତ ପଣ୍ଡା ପ୍ରମୁଖ ଚାରିଦିନ ବ୍ୟାପୀ ପୂଜା ପାଠ କରିଥିଲେ। ଗ୍ରାମର କାଉନ୍‌ସିଲର ଗୀତାଞ୍ଜଳି ଦାସ, ପୂର୍ବତନ କାଉନସିଲର ଗଜେନ୍ଦ୍ର ପଣ୍ଡା, ସମାଜସେବୀ ସୂର୍ଯ୍ୟ କୁମାର ଦାସ, ପ୍ରଦୀପ ସାହୁ, ଅନନ୍ତ ଚରଣ ପଣ୍ଡା, ନୃସିଂହ ପଣ୍ଡାଙ୍କ ସମେତ ସମସ୍ତ ଗ୍ରାମବାସୀ, ଆଇନଜୀବୀ, ସାମ୍ବାଦିକ, ଡାକ୍ତର ଓ ବହୁ ଶୁଭେଚ୍ଛୁ ସହଯୋଗ କରିଥିଲେ। ଚାରିଦିନ ବ୍ୟାପୀ ପୂଜା କାର୍ଯ୍ୟକ୍ରମରେ ଶହ ଶହ ଶ୍ରଦ୍ଧାଳୁ ଯୋଗ ଦେଇ ଭକ୍ତି ନୈବେଦ୍ୟ ଅର୍ପଣ କରିଥିବାବେଳେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.