Home ଜିଲ୍ଲା ପରିକ୍ରମା ଧାମନଗରରେ ଚାଲିଛି ଜବରଦଖଲ ଉଚ୍ଛେଦ, ଶ୍ୟାମପୁରରେ ମୁକ୍ତ ହେଲା ସରକାରୀ ଜମି

ଧାମନଗରରେ ଚାଲିଛି ଜବରଦଖଲ ଉଚ୍ଛେଦ, ଶ୍ୟାମପୁରରେ ମୁକ୍ତ ହେଲା ସରକାରୀ ଜମି

2

ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଅଂଚଳରେ ଦିନକୁ ଦିନ ବୃଦ୍ଧି ପାଉଥିବା ଜବରଦଖଲ ସମସ୍ୟା ଉପରେ ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଜନଗହଳି ବୃଦ୍ଧି ଏବଂ ଟ୍ରାଫିକ ସମସ୍ୟା ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବାରୁ ଜନସାଧାରଣଙ୍କ ଅଭିଯୋଗକୁ ଭିତି କରି ଧାମନଗର ତହସିଲ ପ୍ରଶାସନ ପକ୍ଷରୁ ଉଚ୍ଛେଦ ଅଭିଯାନ ଆରମ୍ଭ କରାଯାଇଛି।ଏହି କ୍ରମରେ, ସୋମବାର ଦିନ ଧାମନଗର ଏନଏସି ଅନ୍ତର୍ଗତ ଶ୍ୟାମପୁର ଅଞ୍ଚଳରେ ଏକ ବଡ଼ ଧରଣର ଉଚ୍ଛେଦ କାର୍ଯ୍ୟ ଅନୁଷ୍ଠିତ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଶ୍ୟାମପୁର ମୌଜାର ପ୍ଲଟ ନମ୍ବର ୧୪୨୮ରେ ରହିଥିବା ଜବରଦଖଲକୁ ଏନଏସି କର୍ମଚାରୀ ଓ ଡୋଜର ସହାୟତାରେ ଭଙ୍ଗାଯାଇ ଜମିକୁ ମୁକ୍ତ କରାଯାଇଛି।ଏହି ଉଚ୍ଛେଦ ପ୍ରକ୍ରିୟା ସମୟରେ ଅତିରିକ୍ତ ତହସିଲଦାର ପଲ୍ଲୀ ଭାରତ ମହାଳିକ ଙ୍କ ସମେତ ଧାମନଗର ଥାନା ଅଧିକାରୀ ଶୁଭ୍ରଜିତ ଦାସ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନାୟକ, ସୁପରଭାଇଜର ଗିରିଶ ଚନ୍ଦ୍ର ନାୟକ ଏବଂ ରାଜସ୍ୱ ନିରୀକ୍ଷକ ବିକ୍ରମ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ଉଚ୍ଛେଦ କାର୍ଯ୍ୟର ତଦାରଖ କରିଥିଲେ। ଅଂଚଳବାସୀଙ୍କ ମତରେ, ଏଭଳି ଜବରଦଖଲ ଉଚ୍ଛେଦ ଦ୍ୱାରା ଆଗାମୀ ଦିନରେ ସହରର ବିକାଶମୂଳକ କାର୍ଯ୍ୟ ସହଜ ହେବ ଏବଂ ରାସ୍ତା ସମସ୍ୟାରୁ ମଧ୍ୟ ଜନସାଧାରଣ ମୁକ୍ତି ପାଇବେ। ପ୍ରଶାସନର ଏହି ପଦକ୍ଷେପକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.