ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) — ଭଦ୍ରକ ଜିଲ୍ଲା ବେତାଳିଗାଁ ପାଳସାହି ଠାରେ ଥିବା ବାବାମଣି ଡିଗ୍ରୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ବିଜୟ କୁମାର ଦାଶଙ୍କୁ ରାଷ୍ଟ୍ର ନିର୍ମାଣ ଓ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଫକୀରମୋହନ ବିଶ୍ୱବିଦ୍ୟାଳୟର ୨୮ତମ ପ୍ରତିଷ୍ଠା ଦିବସ ଅବସରରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଓ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିବା ନୀଳଗିରିର ବିଧାୟକ ଶ୍ରୀ ସନ୍ତୋଷ ଖଟୁଆଙ୍କ ଦ୍ୱାରା ୨୦୨୫-୨୬ ବର୍ଷ ପାଇଁ ବିଶ୍ୱବିଦ୍ୟାଳୟ ସ୍ତରୀୟ ଶ୍ରେଷ୍ଠ କାର୍ଯ୍ୟକ୍ରମ ଅଧିକାରୀ ରୂପେ ସମ୍ମାନିତ କରାଯାଇଛି। ଏହି ପ୍ରତିଷ୍ଠା ଦିବସ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ବଳରାମ ପ୍ରେମ ନାରାୟଣ ଓ କୁଳସଚିବ କୁକୁମିନା ଦାସ, ପିଜି କାଉନସିଲ ଚେୟାରମେନ ପ୍ରଫେସର ସନ୍ତୋଷ ଅଗ୍ରୱାଲ, ପ୍ରଫେସର ସୋମା ଚାନ୍ଦ, ଡ.ଲକ୍ଷ୍ମୀକାନ୍ତ ତ୍ରିପାଠୀ ଆଦି ସମ୍ମାନନୀୟ ଅତିଥି ଭାବେ ଉପସ୍ଥିତ ଥିଲେ। ଶ୍ରୀ ଦାଶ ଉକ୍ତ ସମ୍ମାନ ପାଇବା ପରେ ଫକୀରମୋହନ ବିଶ୍ୱବିଦ୍ୟାଳୟ ର ଜାତୀୟ ସେବା ଯୋଜନା ପରିବାର ଓ ବାବାମଣି ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନଙ୍କୁ କୃତଜ୍ଞତା ଛାତ୍ରଛାତ୍ରୀମାନଙ୍କୁ ସମାଜ ସେବା କ୍ଷେତ୍ରରେ ସେମାନଙ୍କର ସହଯୋଗ ପାଇଁ ଧନ୍ୟବାଦ ଜ୍ଞାପନ କରିଛନ୍ତି।








