ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ, କଟକଙ୍କ ପ୍ରଦତ୍ତ କାର୍ଯକ୍ରମ ଅନୁସାରେ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଲଲାଟେନ୍ଦୁ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଜିଳ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକଙ୍କ ଦ୍ୱାରା ଜିଲ୍ଲା କାରାଗାରରେ ଅନ୍ତେବାସୀ ମାନଙ୍କୁ ଘରୋଇ ତାର ସଂଯୋଗୀକରଣ ସମ୍ପର୍କିତ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ବନ୍ଦୀ ଜୀବନରୁ ମୁକ୍ତ ହେବା ପରେ ନିଜେ କିଭଳି ସ୍ୱାବାଲମ୍ବୀ ହୋଇ ପାରିବେ ସେଥି ନିମିତ୍ତ ସଚେତନତା କରାଯାଇଥିଲା। ଜିଲ୍ଲା ଆଇନ୍?ସେବା ପ୍ରାଧିକରଣର ସଚିବ ଶ୍ରୀ ପୁଣ୍ୟଶ୍ଲୋକ ରଥ, ଜିଲ୍ଲା କାରାଗାର, ଭଦ୍ରକ, ଅଧୀକ୍ଷକ ଭଦ୍ରକ ବିକାଶ ସେଠୀ, ଜିଲ୍ଲା ଦକ୍ଷତା ଓ ବିକାଶ ନିଯୋଜନ ଅଧିକାରୀ, ଭଦ୍ରକ ଅନିତା ନାୟକ, ପ୍ରଶିକ୍ଷକ ପଙ୍କଜ ଦାସ ଏବଂ ଯୁବ ପରାମର୍ଶଦାତା ଭିନିତ ଶେଖର, ଏଲ ଏ ଡିସି ମୁଖ୍ୟ ନାରାୟଣ ପ୍ରସାଦ ବେହେରା, ସହାୟକ ତାପସ କୁମାର ମହାନ୍ତି ଭଦ୍ରକ ପ୍ରମୁଖ ଉପସ୍ଥିତ ଥିଲେ। ଏଥି ସହିତ କାରାଗାରର ଅନ୍ତେବାସୀ ମାନଙ୍କୁ ଆଇନଗତ ସହାୟତାର ଅଧିକାର ଏବଂ ଆଇନଗତ ସହାୟତା ପାଇଁ ଆବେଦନ କରିବାର ପ୍ରକ୍ରିୟା, ବିଚାରର ପର୍ଯ୍ୟାୟ ଏବଂ ବିଚାରର ବିଭିନ୍ନ ପର୍ଯ୍ୟାୟରେ ଅଭିଯୁକ୍ତଙ୍କ ଅଧିକାର ତଥା ମହମ୍ମଦ ଅହମ୍ମଦ ଖାନ-ବିପକ୍ଷ -ଶାହ ବାନୋ ବେଗମ କେସରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ସମ୍ବନ୍ଧରେ ମଧ୍ୟ ସଚେତନତା କରାଇ ଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମୀ ଗଣ ଏହି ସଚେତନତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Home ଜିଲ୍ଲା ପରିକ୍ରମା ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା କାରାଗାରରେ ଅନ୍ତେବାସୀ ମାନଙ୍କୁ ଧନ୍ଦା ମୂଳକ ପ୍ରଶିକ୍ଷଣ ପ୍ରଦାନ








