Home ଜିଲ୍ଲା ପରିକ୍ରମା ଶିକ୍ଷାବିତ ନାରାୟଣ ଚନ୍ଦ୍ର ସାମଲକୁ ସାହିତ୍ୟ ସମ୍ମାନ

ଶିକ୍ଷାବିତ ନାରାୟଣ ଚନ୍ଦ୍ର ସାମଲକୁ ସାହିତ୍ୟ ସମ୍ମାନ

3

ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭୁବନେଶ୍ୱର ଗୀତା ଗୋବିନ୍ଦ ସଦନ ଠାରେ ଶ୍ରୀଲିପ୍ତା ପ୍ରିଟଂ ମିଡ଼ିଆ ପକ୍ଷରୁ ବୃହତ ପୁସ୍ତକ ଉନ୍ମଚୋନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ବଂଶୀଧର ଜେନାଙ୍କ ପୌରହ୍ୟିତରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାସଂଦ ପ୍ରସନ୍ନ ପାଟ୍ଟସାଣି , ସଂସ୍କୃତ ବିଶ୍ୱ ବିଦ୍ୟାଳୟର କୁଳପତି ଡ଼ ପ୍ରଶନ୍ନ କୁମାର ସ୍ୱାଇଁ, ପ୍ରଫେସର ମନୀନ୍ଦ୍ର କୁମାର ମେହେର, କଳିଙ୍ଗ ଟି.ଭି ର ସମ୍ପାଦକ ଡ଼ ରକ୍ଷକ ନାୟକ, ସାହ୍ୟିତିକ କାଳିକିଂଙ୍କର ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସଭାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ସାରଶ୍ୱତ, ଲେଖକ, ପ୍ରକାଶକ, ସମୀକ୍ଷକ ଓ ସାମ୍ବାଦିକ ମାନେ ଯୋଗ ଦେଇଥିଲେ। ଏହି ଅବସରରେ ଭଦ୍ରକ ଜିଲ୍ଲା ବନ୍ତର ବିଶିଷ୍ଠ ଶିକ୍ଷାବିତ ତଥା ସମାଜସେବୀ ନାରାୟଣ ଚନ୍ଦ୍ର ସାମଲକୁ ଶ୍ରୀଲିପ୍ତା ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା। ଶ୍ରୀ ସାମଲଙ୍କୁ ମର୍ଯ୍ୟାଦା ଜନକ ରାଜ୍ୟ ପୁରସ୍କାର ମିଳିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.