Home ଜିଲ୍ଲା ପରିକ୍ରମା ବ୍ରଜ ଦାସଙ୍କ ସ୍ମୃତି ସମାରୋହ

ବ୍ରଜ ଦାସଙ୍କ ସ୍ମୃତି ସମାରୋହ

3

ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ପଢୁଆଁସ୍ଥିତ ସୂର୍ଯ୍ୟମନ୍ଦିର ପରିସରରେ ବ୍ରଜ କିଶୋର ଦାସଙ୍କ ସ୍ମୃତି ସମାରୋହ ଡ.ନିତ୍ୟାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ବାସୁଦେବପୁରର ମାନ୍ୟବର ବିଧାୟକ ଅଶୋକ କୁମାର ଦାସ, ଆକାଶବାଣୀ ଓ ଦୂରଦର୍ଶନ ଗୀତିକାର ପିତାମ୍ବର ମିଶ୍ର, ଡା. ଶ୍ରୀକାନ୍ତ ମହାନ୍ତି, ମନୋରମା ଆଚାର୍ଯ୍ୟ, ଗଗନ ବିହାରୀ ମହାନ୍ତି, ଆଡ଼ଭୋକେଟ ଦିବାକର ଦାସ, ଚନ୍ଦ୍ର କୁମାର ପଟ୍ଟନାୟକ, ନିରୁଜା ପଟ୍ଟନାୟକ, ସୁଜାତା ପଟ୍ଟନାୟକ, ବୃନ୍ଦାବନ ଦାସ, ନିତ୍ୟାନନ୍ଦ ଦାସ, ଦେବାଶିଷ ମହାନ୍ତି ଓ ସହଦେବଖୁଣ୍ଟା ପୋଲିସ ଅଧିକାରୀ ମାନସ ଭାଇ ପ୍ରମୁଖ ଯୋଗଦାନ କରି ବ୍ରଜ ଦାସ ଜଣେ ଏକଧାରାରେ ସତ୍ୟନିଷ୍ଠ ପୋଲିସ ଅଫିସର , ମିଷ୍ଠଭାଷୀ, ଉଦାରବାଦୀ, ସମାଜସେବୀ ଓ ବସୁଧୈବ କୁଟୁମ୍ବକମ୍ ବିଚାରଧାରାର ମଣିଷ ବୋଲି ପୃଥକ ପୃଥକ ବକ୍ତବ୍ୟ ରଖିଥିଲେ । ପ୍ରଥମେ ବେଦପାଠ ସହିତ ଦୁଇ ମିନିଟ୍ ବ୍ରଜଦାସଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ଉକ୍ତ ସଭାକୁ ବୀର କିଶୋର ଦାସ, କୃତବିଦ୍ୟ ଦାସ, ଟିକନ ଦାସ, ଲିଟୁ ଦାସ, ଯଯାତି ଦାସ, ନବ ଦାସ, ବିଦ୍ୟାଧର ମିଶ୍ର ପ୍ରମୁଖ ସଂଚାଳନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.