Home ଜିଲ୍ଲା ପରିକ୍ରମା ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବ ଅବସରରେ ପ୍ରତିଯୋଗୀତା

ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବ ଅବସରରେ ପ୍ରତିଯୋଗୀତା

3

ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୮ତମ ପୂର୍ଣ୍ଣତିଥି ଅବସରରେ ଭଦ୍ରକ ଜିଲ୍ଲା ବନ୍ତ ଶିଶୁ ମନ୍ଦିରରେ ଚିତ୍ରାଙ୍କନ ଓ ସାଧାରଣଜ୍ଞାନ ପ୍ରତିଯୋଗିତା ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଚିତ୍ରାଙ୍କନରେ ୪୪ ଓ ସାଧାରଣଜ୍ଞାନରେ ୫୫ କୁ ମିଶାଇ ମୋଟ ୯୯ ଜଣ ଛାତ୍ରଛାତ୍ରୀ ପ୍ରତି÷ଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଶିକ୍ଷକ ସୁକାନ୍ତ କୁମାର ବେହେରାଙ୍କ ତତ୍ୱାବଧାନରେ ସାହିତ୍ୟିକ ଜଗନ୍ନାଥ ପାତ୍ର ପୁରସ୍କାର ବିତରଣୀ ସଭାକୁ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ବନ୍ତ ଥାନା ଏସ.ଆଇ ଅସ୍ମିତା ପ୍ରଧାନ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷକ ଭାସ୍କର ଚନ୍ଦ୍ର ପାଢୀ, ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଦାମୋଦର ନାୟକ, ଶିକ୍ଷାବିତ ପ୍ରକାଶ ଚନ୍ଦ୍ର ସାହୁ , ସାହିତ୍ୟିକ ନାରାୟଣ ଚନ୍ଦ୍ର ଲେଙ୍କା, ଶିକ୍ଷକ ଶ୍ରୀକାନ୍ତ ପଣ୍ଡା, ସ୍ତମ୍ଭକାର ସୁବୋଧ ସାହୁ ଅତିଥି ଭାବେ ଯୋଗଦେଇ ସୁପ୍ତ ପ୍ରତିଭାକୁ ବିକଶିତ କରିବା ଓ ଉତ୍କଳମଣୀ ଗୋପବନ୍ଧୁଙ୍କ ଭଳି ସମାଜପ୍ରତି ଅଙ୍ଗିକାର ବଦ୍ଧତା ମୁହିଁତ ନୁହେଁ ମୋହରି ପାଇଁ ସବୁରି ପାଇଁ ମୋହରି ପ୍ରାଣ ଚେତନା ବଦ୍ଧ ଉଦ୍‌ଦୁଦ୍ଧ ହେବାକୁ କହିବା ସହ ଗୋପବନ୍ଧୁ ନାହାଁନ୍ତି ସତ ହେଲେ ସାଧାରଣ ଜୀବନରେ ତାଙ୍କର ଉପସ୍ଥିତି ବାରିହୋଇ ପଡ଼େ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ। ଏହି ଅବସରରେ ଚିତ୍ରାଙ୍କରେ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ନିମାପଡ଼ାର ବର୍ଷା ପ୍ରିୟଦର୍ଶନୀ ବିଶ୍ୱାଳ ପ୍ରଥମ, ସରକାରୀ ଉଚ୍ଚ ବିଦ୍ୟାଳୟ ଟିଲୋର ସାଇ ସମ୍ପୂର୍ଣ୍ଣା ସ୍ୱାଇଁ ଦ୍ୱିତୀୟ, ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ନିମାପଡ଼ାର ପ୍ରଭୁଦତ କରର୍ଶମା ତୃତୀୟ ଏବଂ କୁଇଜରେ ପଚାଂୟତ ହାଇସ୍କୁଲ ପଧାନପଡ଼ାର ବିଷ୍ଣୁପ୍ରିୟା ପଣ୍ଡା ପ୍ରଥମ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବନ୍ତର ସଂଦୀପ ଜେନା ଦ୍ୱିତୀୟ, ପଚାଂୟତ ହାଇସ୍କୁଲ ପଧାନପଡ଼ାର ରୀୟା ସେଠୀ ତୃତୀୟଙ୍କୁ ପ୍ରମାଣପତ୍ର ଓ ଅର୍ଥରାଶି ଅତିଥିମାନେ ପ୍ରଦାନ କରିଥିଲେ। ଶିକ୍ଷକ ରମାକାନ୍ତ ଜେନା ଅତିଥିଙ୍କୁ ମଂଚ ଆହ୍ୱାନ,ସାମ୍ବାଦିକ ହେମନ୍ତ ସିଂହ ସ୍ୱାଗତ ଭାଷଣ ଓ ଉଦେଶ୍ୟ ଜ୍ଞାପନ କରିଥିଲେ। କଳା ଶିକ୍ଷକ ରମେଶ ପ୍ରସାଦ କର ଓ ଚିତ୍ରଶିଳ୍ପୀ ନମିତା ବେହେରା ଚିତ୍ରାଙ୍କନ ଖାତାର ମୂଲ୍ୟାଙ୍କନ କରିଥିଲେ। ସଶ୍ମିତା ଦାସ ପଞ୍ଜିକରଣ ଦାୟିତ୍ୱ ତୁଳାଇଥିଲେ। କାର୍ଯ୍ୟକ୍ରମକୁ ଆଲୋକ ରଞ୍ଜନ ମୁଖାର୍ଜି ମାମାଲି ପତି, ଭରତ ଚନ୍ଦ୍ର ପଣ୍ଡା,ସୂର୍ଯ୍ୟମଣି ଜେନା,ଶଶ୍ମିତା ପଣ୍ଡା,ଆଶିଷ ସାହୁ ପରିଚାଳନାରେ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.