Home ଜିଲ୍ଲା ପରିକ୍ରମା ତିଶଳପୁର ସରକାରୀ ଉପ୍ର ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ତିଶଳପୁର ସରକାରୀ ଉପ୍ର ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

2

ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ବ୍ଲକ ଅନ୍ତର୍ଗତ ରାହାଞ୍ଜ ପଂଚାୟତର ତିଶଳପୁର ସରକାରୀ ଉ.ପ୍ରା ବିଦ୍ୟାଳୟରେ “ବନ ମହୋତ୍ସବ” ସପ୍ତାହ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ବିଜୟ କୁମାର ଶୁକ୍ଳଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ଉତ୍ସବରେ ଆଦାନୀ ଫାଉଣ୍ଡେସନ ଧାମରାର ଏରିଆ ମ୍ୟାନେଜର ଭରତ ଚନ୍ଦ୍ର ରାଉତ ମୁଖ୍ୟ ଅତିଥି ରୂପେ ଯୋଗ ଦେବା ସଙ୍ଗେ ସଙ୍ଗେ ବିଦ୍ୟାଳୟ ପରିଚାଳନା କମିଟିର ସଭାଧକ୍ଷ ଗୌରୀ ବଲ୍ଲଭ ପାଢ଼ୀ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ବୃକ୍ଷ ରୋପଣ ତଥା ପରିବେଶ ସୁରକ୍ଷା ଦିଗରେ ପିଲାମାନଙ୍କୁ ଦିଗଦର୍ଶନ ଦେଇଥିଲେ । ବୃକ୍ଷ ବିନା ଏବେ ପରିବେଶ କିପରି ଦୂଷିତ ହେବା ସଙ୍ଗେ ସଙ୍ଗେ ଭୟଙ୍କର ହୋଇପଡୁଛି, ସେ ବିଷୟରେ ମୁଖ୍ୟ ଅତିଥି ପିଲାମାନଙ୍କୁ ଅବଗତ କରାଇଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ରଥମେ ବୃକ୍ଷରୋପଣ ସଚେତନତା ବାର୍ତାର ପ୍ଲା-କାର୍ଡ ଧରି ସ୍ଲୋଗାନ ପୂର୍ବକ ଗ୍ରାମ ପରିକ୍ରମା କରିବା ସଙ୍ଗେ ସଙ୍ଗେ ବିଦ୍ୟାଳୟ ଖେଳପଡିଆ ଚାରିପଟେ ନିମ୍ବ, ଆମ୍ବ, ଜାମୁ, ବର, ଅଶ୍ୱତଥ, ବେଲ ଆଦି ବିଭିନ୍ନ ବୃକ୍ଷ ରୋପଣ କରିଥିଲେ । ତତପରେ ବିଦ୍ୟାଳୟ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ବିଦ୍ୟାଳୟର ସୁରେନ୍ଦ୍ର ପଲ୍ଲାଇ, ମନୋଜ ଦାସ, ବଟକୃଷ୍ଣ ମହାପାତ୍ର, ଦୀପକ ନାଏକ, ମୀରାଲକ୍ଷ୍ମୀ ମହାନ୍ତି, ନିରୁପମା ପଣ୍ଡା ଓ ବିଜୟା ଭାରତୀ ପଣ୍ଡା ପ୍ରଭୃତି ଶିକ୍ଷକ-ଶିକ୍ଷୟିତ୍ରୀ ବୃକ୍ଷରୋପଣର ମହନୀୟତା ଉପରେ ଆଲୋକପାତ କରିଥିଲେ। ଉକ୍ତ ଉତ୍ସବରେ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଝୁରନବାଳା ଖୁଂଟିଆ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.