Home ଜିଲ୍ଲା ପରିକ୍ରମା ତଳମୁଣ୍ଡରେ ବଢୁଛି ବୈତରଣୀ ନଦୀର ଜଳସ୍ତର,ଦୁର୍ବଳ ନଦୀବନ୍ଧକୁ ନେଇ ଆତଙ୍କିତ ନଦୀକୂଳିଆ ଗାଁ, ପୁଣି ୧ଶହ...

ତଳମୁଣ୍ଡରେ ବଢୁଛି ବୈତରଣୀ ନଦୀର ଜଳସ୍ତର,ଦୁର୍ବଳ ନଦୀବନ୍ଧକୁ ନେଇ ଆତଙ୍କିତ ନଦୀକୂଳିଆ ଗାଁ, ପୁଣି ୧ଶହ ଫୁଟ ଧସିଲା ନଦୀବନ୍ଧ

3

ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲଘୁଚାପ ପ୍ରଭାବରେ ଗତ ୪ଦିନ ହେବ ଉପରମୁଣ୍ଡ ଓ ତଳମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ନଦୀକୂଳରେ ଥିବା ଆରଡି ନିକଟ ମୁଁଆ ସମେତ ଷାଠିବାଙ୍କୁଡା, ବୋଡକ, ଅମୃତମଣୀ, ଦୋହରା ପାଟଣା, ସୁନ୍ଦରପୁର ଆଦି ଗାଁର ଲୋକ ଆତଙ୍କିତ ହୋଇପଡିଛନ୍ତି। ବିଶେଷକରି ମୁଁଆ ଗାଁ ନିକଟ କଜଳାମାହାରା ନିକଟରେ ଗତବର୍ଷ ୩ଶହ ଫୁଟର ନଦୀବନ୍ଧ ବୈତରଣୀକୁ ରହିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମରାମତି ହୋଇପାରି ନାହିଁ। ସେହିପରି ଷାଠିବାଙ୍କୁଡା ଗାଁ ଠାରୁ ବୋଡକ ଖେଳ ପଡିଆ ଯାଏଁ ଦୀର୍ଘ ୧କିମି ନଦୀ୍ୱନ୍ଧର ସୁଦୃଢିକରଣ ନିମନ୍ତେ ୯କୋଟିରୁ ଉର୍ଦ୍ଧ ଟଙ୍କାରେ ମାଟି ପକାଯିବା ସହ ପଥର ପ୍ୟାକିଙ୍ଗ କରାଯାଇଥିଲେ ମଧ୍ୟ ଠିକ ଭାବେ କାର୍ଯ୍ୟ ହୋଇନଥିବାରୁ ଗତ ରବିବାର ୨ଶହ ଫୁଟର ନଦୀବନ୍ଧର ମାଟି ଅତଡା ନଦୀ ଗର୍ଭକୁ ଚାଲିଯାଇଥିବା ବେଳେ ସୋମବାର ପୁଣି ଶହେ ଫୁଟ ଲମ୍ବର ନଦୀବନ୍ଧ ନଦୀ ଗର୍ଭରେ ଲିନ୍ନ ହୋଇଛି। ଏପରି ଘଟଣା ବାବଦରେ ଧାମନଗର ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ କୈଣସି ସନ୍ତୋଷଜନକ ଉତର ଦେଇନଥିଲେ। ଅନ୍ୟପଟେ ୍େୱ÷ତରଣୀନଦୀରେ ଦେଖା ଦେଇଥିବା ବନ୍ୟାରେ ଯଦି ବନ୍ଧ ଭାଙ୍ଗେ ତାହାଲେ ନଦୀକୂଳିଆ ବାସୀ ଆନ୍ଦୋଳନ ପନ୍ଥା ନେଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.