Home ଜିଲ୍ଲା ପରିକ୍ରମା ଲଘୁଚାପ ଜନିତ ଲଗାଣ ବର୍ଷାରେ ବୁଡିଲା ଶହଶହ ଏକର ଧାନ ତଳି,ପଚିସଢି ଯିବ ଗଜା ଧାନତଳି

ଲଘୁଚାପ ଜନିତ ଲଗାଣ ବର୍ଷାରେ ବୁଡିଲା ଶହଶହ ଏକର ଧାନ ତଳି,ପଚିସଢି ଯିବ ଗଜା ଧାନତଳି

5

ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲଘୁଚାପ ପ୍ରଭାବରେ ଗତ ୪ଦିନ ହେବ ଆରଡି ଅଂଚଳ ସମେତ ନାନ୍ଦପୁର, ସୁନ୍ଦରପୁର , ଓଳଗ, ଷାଠିବାଙ୍କୁଡା, ଅମୃତମଣୀ, ବୋଡକ ଗାଁ ଆଦି ସ୍ଥାନରେ ଲଗାଣ ବର୍ଷା ଲାଗି ରହିଥିବାରୁ ନଦୀକୂଳିଆ ଅଂଚଳ ସହିତ ତଳିଆ ଅଂଚଳରେ କୃତ୍ରିମ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ବିଶେଷକରି ଚାଷଜମିରେ ବର୍ଷାପାଣି ଜମି ରହିବା ଫଳରେ ଧାନ ତଳି ପଚିସଢି ନଷ୍ଟ ହେବ ବୋଲି ଚାଷୀ କହିଛନ୍ତି। ଅନ୍ୟପଟେ ଉପରମୁଣ୍ଡରେ ଲଗାଣ ବର୍ଷା ଓ ସମୁଦ୍ର ଜୁଆର ଢ଼େଉରେ ବୈତରଣୀ ନଦୀର ତଳମୁଣ୍ଡରେ ଜଳସ୍ତର ବୃଦ୍ଧି ପାଇବା ଲାଗିଛି। ଫଳରେ ବୈତରଣୀ କୂଳ ଲଙ୍ଘି ବିଭିନ୍ନ ଏସକେପ ମାହାରା ଦେଇ ଚାଷଜମୀକୁ ପାଣି ମାଡୁଥିବାରୁ ଚଳିତବର୍ଷ ଚାଷ ଉଜୁଡିଯିବାର ଆଶଙ୍କା ଦେଖାଦେଇଛି। ଚଳିତବର୍ଷ ବର୍ଷା ଅଭାବରୁ ଚାଷୀମାନେ ବିଳମ୍ବରେ ଧାନତଳି ପକାଇଥିଲେ। କେଉଁଠି ଧାନ ଗଜା ହୋଇଥିଲା ତ ଆଉ କେଉଁଠି ଛୋଟଛୋଟ ଧାନତଳି ଉଠିଥିଲା। ହେଲେ ଲଘୁଚାପ ପ୍ରଭାବରେ ଅବିଶ୍ରାନ୍ତ ବର୍ଷା ସେତକ ଉଜାଡିଦେବ ବୋଲି ଚାଷୀ କହିଛନ୍ତି। ଅନ୍ୟପଟେ ଚାଷୀଙ୍କ ପାଖରେ ଆଉ ବଳକା ବିହନ ନଥିବା ବେଳେ ଧାରକରଜ କରି ଯାହାକିଛି ଚାଷଜମୀରେ ଲଗାଇଥିଲେ ସେତକ ପଚି ସଢିଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.