Home ଜିଲ୍ଲା ପରିକ୍ରମା ତିହିଡି଼ର ୨୧୮ ବୁଥରେ ପ୍ରକାଶ ପାଇଲା ଖସଡ଼ା ଭୋଟର ତାଲିକା, ତାଲିକାରୁ ବାଦ ଯୋଗ୍ୟ ଭୋଟର...

ତିହିଡି଼ର ୨୧୮ ବୁଥରେ ପ୍ରକାଶ ପାଇଲା ଖସଡ଼ା ଭୋଟର ତାଲିକା, ତାଲିକାରୁ ବାଦ ଯୋଗ୍ୟ ଭୋଟର ଅଗଷ୍ଟ ୪ମଧ୍ୟରେ ଅଭିଯୋଗ କରିବେ

1

ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକର ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)ଅବସରରେ ୨୨୮ବୁଥର ଖସଡ଼ା ଭୋଟର ତାଲିକା ପ୍ରକାଶ ପାଇଛି। ଧାମନଗର ନିର୍ବାଚନ ମଣ୍ଡଳୀ ଅଧୀନ ତିହିଡି଼ ବ୍ଲକର ୧୩ ପଂଚାୟତର ୯୧, ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଅଧୀନ ବ୍ଲକର ୯ ପଞ୍ଚାୟତର ୬୭ ଏବଂ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅଧୀନ ବ୍ଲକର ୯ ପଞ୍ଚାୟତର ୬୦ବୁଥରେ ଏହି ତାଲିକା ପ୍ରକାଶ ପାଇଥିବା ଜଣାଯାଇଛି । ବ୍ଲକର ୨୧୮ବୁଥରେ ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ବିଡ଼ିଓ ନିରଞ୍ଜନ ବାରିକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଏବଂ ବ୍ଲକସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଏସଆଇଆର କାର୍ଯ୍ୟ ଚାଲିଥିଲା । ତାଲିକାରେ ଯୋଗ୍ୟ ଭୋଟର ଅନ୍ତର୍ଭୁକ୍ତ ହେବା, ଅଯୋଗ୍ୟ ଭୋଟରଙ୍କୁ ବାଦ ଦିଆଯିବା, ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବାକୁ କାର୍ଯ୍ୟକ୍ରମରେ ଲକ୍ଷ୍ୟ ରଖାଯାଇଥିଲା । ତେବେ ତାଲିକାରୁ ଯଦି ଯୋଗ୍ୟ ଭୋଟର ବାଦ ପଡ଼ିଥାନ୍ତି ତେବେ ଆସନ୍ତା ମାସ ୪ତାରିଖ ମଧ୍ୟରେ ସେମାନେ ଅଭିଯୋଗ କରିପାରିବେ ବୋଲି ବିଡ଼ିଓ ବାରିକ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.