Home ଜିଲ୍ଲା ପରିକ୍ରମା ପଂଚମୁଖୀ ହନୁମାନ ମନ୍ଦିର ପାର୍ଶ୍ୱରେ ଉଚ୍ଛେଦ ଅଭିଯାନ,ଜିଲ୍ଲା ପ୍ରଶାସନର କଡ଼ା ପଦକ୍ଷେପ

ପଂଚମୁଖୀ ହନୁମାନ ମନ୍ଦିର ପାର୍ଶ୍ୱରେ ଉଚ୍ଛେଦ ଅଭିଯାନ,ଜିଲ୍ଲା ପ୍ରଶାସନର କଡ଼ା ପଦକ୍ଷେପ

2

ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ସାହାପୁରସ୍ଥିତ ପଂଚମୁଖୀ ହନୁମାନ ମନ୍ଦିର ପାର୍ଶ୍ୱବର୍ତୀ ଅଂଚଳରେ ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ଉଚ୍ଛେଦ ଅଭିଯାନ ଚାଲିଥିଲା। ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ତହସିଲଦାର ସଂଗ୍ରାମ ପ୍ରିୟଦର୍ଶୀ ଖୁଂଟିଆ, ଡିଆଇବି ଅଧିକାରୀ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଂଶୁମାନ ଦ୍ୱିବେଦୀ ଏବଂ ବିଭିନ୍ନ ବିଭାଗର ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ଏହି ଅଭିଯାନ ସମ୍ପନ୍ନ ହୋଇଥିଲା। ସୂଚନା ଅନୁଯାୟୀ, ପଂଚମୁଖୀ ହନୁମାନ ମନ୍ଦିର ପାର୍ଶ୍ୱରେ ସରକାରୀ ଜମି ଉପରେ କେତେକ ଘର ଓ ନିର୍ମାଣ ଦୀର୍ଘଦିନ ଧରି ଦଖଲ କରାଯାଇଥିବା ନେଇ ପ୍ରଶାସନ ନିକଟରେ ବିଭିନ୍ନ ସମୟରେ ଅଭିଯୋଗ ଆସୁଥିଲା। ଏହାର ଯାଂଚ ପରେ ପ୍ରଶାସନ ପକ୍ଷରୁ ଆଇନ ଅନୁଯାୟୀ ଉଚ୍ଛେଦ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଉଚ୍ଛେଦ ଅଭିଯାନ ସମୟରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ଏବଂ ସମଗ୍ର ପ୍ରକ୍ରିୟା ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଥିଲା। ପ୍ରଶାସନ ପକ୍ଷରୁ ସରକାରୀ ଜମିକୁ ଦଖଲମୁକ୍ତ କରିବା ଏବଂ ଆଇନର ଶାସନକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏଭଳି ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.