Home ଜିଲ୍ଲା ପରିକ୍ରମା ବାବା ସ୍ୱପ୍ନେଶ୍ୱରଙ୍କ ସହିତ ମାତା ପାର୍ବତୀଙ୍କ ବିବାହ ଉତ୍ସବ

ବାବା ସ୍ୱପ୍ନେଶ୍ୱରଙ୍କ ସହିତ ମାତା ପାର୍ବତୀଙ୍କ ବିବାହ ଉତ୍ସବ

8

ଭଦ୍ରକ, ୨୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ଶୀତଳ ଷଷ୍ଠୀ ଅବସରରେ ଭଦ୍ରକ ଜିଲ୍ଲା ତିହିଡି ଏନ୍‌ଏସି ଅଧିନ ତିହିଡି ଗ୍ରାମର ବାବା ସ୍ୱପ୍ନେଶ୍ୱରଙ୍କ ସହିତ ମାତା ପାର୍ବତୀଙ୍କ ବିବାହ ଉତ୍ସବ ବଡ଼ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ରାତି ସାଢେ ୪ ଟାରେ ଦେବଦମ୍ପତିଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି। ତିହିଡି ଗ୍ରାମର ଆରାଧ୍ୟ ଦେବତା ବାବା ସ୍ୱପ୍ନେଶ୍ୱର ଶୋଭାଯାତ୍ରାରେ ଯାଇ ତିହିଡି ଗ୍ରାମସ୍ଥିତ ଶ୍ରୀ ଦଧିବାମନ ଜୀଉଙ୍କ ମନ୍ଦିରରେ ପହଂଚିବା ପରେ ସେଠାରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା।ଏହି ବିବାହ ଉତ୍ସବରେ ବାଲେଶ୍ୱର ଜିଲ୍ଲା କୁପାରୀ ଗ୍ରାମର ମନୋରଂଜନ ରାଉତ ବରପିତା ଓ ତିହିଡି ଗ୍ରାମର ଅନାଥ ବନ୍ଧୁ ପାତ୍ର କନ୍ୟାପିତା ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ। ପୂର୍ବାହ୍ନରେ ଶ୍ରୀ ହନୁମାନ ବରଧରା ବେଶରେ ବାବା ସ୍ୱପ୍ନେଶ୍ୱର ପିତ୍ରାଳୟକୁ ଯାଇଥିଲେ।ସେଠାରେ କାର୍ଯ୍ୟ ସମ୍ପନ୍ନ କରି ଫେରିଲା ବେଳେ ବିବାହ କାର୍ଯ୍ୟରେ ଯୋଗଦେବା ପାଇଁ ସମସ୍ତ ଦେବାଦେବୀଙ୍କୁ ଶ୍ରୀ ହନୁମାନ ନିମନ୍ତ୍ରଣ କରିଥିଲେ। ସନ୍ଧ୍ୟାରେ ବାବା ସ୍ୱପ୍ନେଶ୍ୱରଙ୍କୁ ଆଡ଼ମ୍ବର ପୂର୍ଣ୍ଣ ଶୋଭାଯାତ୍ରାରେ ତିହିଡି ବଜାର ଓ ବିଭିନ୍ନଗ୍ରାମ ପରିକ୍ରମା କରାଯାଇଥିଲା। ପରେ ଶ୍ରୀଦଧିବାମନ ଜୀଉଙ୍କ ମନ୍ଦିରରେ ପହଂଚିଥିଲେ।ରାତ୍ରି ୪ଟା ସମୟରେ ବାବା ସ୍ୱପ୍ନେଶ୍ୱର ଏବଂ ମାତା ପାର୍ବତୀଙ୍କ ପାଣିଗ୍ରହଣ କାର୍ଯ୍ୟ ସମାପନ ହୋଇଥିଲା ।ବାବା ସ୍ୱପ୍ନଶ୍ୱରଙ୍କୁ ବୃଷଭ,ନାଗନାଗୁଣୀ,ଶ୍ମଶାନ ଜମି ପ୍ରଦାନ କରାଯାଇଥିଲା।ପଣ୍ଡିତ ଲକ୍ଷ୍ମୀଧର କର ଓ ନିରଞ୍ଜନ କର ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ। ଏହି ବିବାହ ଉତ୍ସବରେ ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ ବିଧାୟକଙ୍କ ପ୍ରତିନିଧି ସରୋଜ କୁମାର ଦାସ, ପୂର୍ବତନ ସରପଂଚ ମୀନକେତନ ସେନାପତି ଯୋଗ ଦେଇଥିଲେ। ଗ୍ରାମର ପାର୍ଥସାରଥୀ ନାୟକ,ଶରତ କର, ବିଷ୍ଣୁଚନ୍ଦ୍ର ଦାଶ, ରମାକାନ୍ତ ନାଥ, ପ୍ରଭାତ ରାଉଳ, ନୀଳମାଧବ ସେନାପତି, ରବିନ୍ଦ୍ର ପାତ୍ର, ବାଇଧର ହାତୀ, ପି. ଦୃଷିକେଶ,କୈଳାସ ପାତ୍ର, ବିବେକାନନ୍ଦ ନାୟକ, ରାଜେଶ ନାୟକ,ସରୋଜ କର, ହରିହର ନାୟକ, ହରିହର କର, ବ୍ରଜକିଶୋର ଓଝା,ମାଳତୀ ନାୟକ, ଲିଳାବତୀ ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ବର ମାତା ରଶ୍ମିତା ରାଉଳ, କନ୍ୟାମାତା ରାଜଶ୍ରୀ ପାତ୍ର, ସେବତୀ ରାଉଳ,ଜୟନ୍ତ କୁମାର ରାଉତ, ବାସନ୍ତୀଲତା ରାଉତ, ପ୍ରଫୁଲ୍ଲ କୁମାର ଜେନା, ଚିନ୍ମୟୀ ଜେନା, ସୁଲୋଚନା ପ୍ରଧାନ , ସସ୍ମିତା ବେହେରା, ସସ୍ମିତା ରାଉତ, ସସ୍ମିତା ରାଉଳ, ବିକାଶ ପାତ୍ର ପ୍ରମୁଖ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.