ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗ୍ରାମାଂଚଳରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜଣକଲ୍ୟାଣକାରୀ ଯୋଜନା ଗୁଡିକୁ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ସମୀକ୍ଷା କରିଛନ୍ତି। ଜିଲ୍ଲା ପରିଷଦ ସମ୍ମିଳନୀକକ୍ଷରେ ଆଜି ଅନୁଷ୍ଠିତ ଏହି ବୈଠକରେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ କହିଲେଯେ ଫାଇଲ ଚାଷ କୁ ଅଧିକ ଗୁରୁତ୍ୱ ନଦେଇ ପଂଚାୟତ ର ସମ୍ପତି କିଭଳି ବୃଦ୍ଧି ପାଇବ ଓ ଗ୍ରାମାଂଚଳ ଲୋକଙ୍କ ଆର୍ôଥକ ଉନ୍ନତି ଘଟିବ ସେ ଦିଗରେ ସୁତନ୍ତ୍ର ଦୃଷ୍ଟି ଦେବାକୁ ବ୍ଲକ କତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ବିଶେଷକରି ବ୍ଲକ୍ କିମ୍ବା ପଂଚାୟତ ପରିସରରେ,ଗ୍ରାମାଂଚଳ ରେ ଥିବା ଶୂନ୍ୟ ପଡ଼ିଥିବା ସ୍ଥାନ ମାନଙ୍କରେ ନଡ଼ିଆଗଛ ଲଗାଇବାକୁ ସେ ଗୁରୁତ୍ୱ ଆରୋପ କରିଥିଲେ।ଏଥିପାଇଁ ସୁତନ୍ତ୍ର ପ୍ଲାନ ପ୍ରସ୍ତୁତ କରି ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଥିଲେ।ସେହିପରି ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିବା ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକ ର ତୁରନ୍ତ ମତାମତି କିମ୍ବା ନୂଆ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବାକୁ ନିର୍ଦେଶ ଦେଇଥିଲେ।ଦୀର୍ଘବର୍ଷ ଧରି କାର୍ଯ୍ୟାଦେଶ ମିଳିଥିଲେ ମଧ୍ୟ ବହୁ ଅଙ୍ଗନବାଡି କେନ୍ଦ୍ର ଗୁଡିକର ନିର୍ମାଣ କାର୍ଯ୍ୟ ହୋଇପାରୁନାହିଁ।ଏହି ସବୁ କେନ୍ଦ୍ର ଗୁଡିକର ଏକ ତାଲିକା ପ୍ରସ୍ତୁତ କରି ୧୫ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଥିଲେ।ଏହା ବ୍ୟତୀତ ଗ୍ରାମାଂଚଳରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ ଯୋଜନା ଗୁଡିକର ସଫଳ ରୂପାୟନ ଉପରେ ଗୁରୁତ୍ୱ ଦେଇଥିଲେ।ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲଙ୍କ ସହ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ସମସ୍ତ ବ୍ଲକର ବିଡିଓ ସହକାରୀ ଯନ୍ତ୍ରୀମାନେ ଯୋଗଦେଇଥିଲେ।








