Home ଜିଲ୍ଲା ପରିକ୍ରମା ଗଜଲକ୍ଷ୍ମୀ ପୂଜାରେ ବୈତରଣୀ ମହୋତ୍ସବ ଉଦ୍‌ଘାଟିତ

ଗଜଲକ୍ଷ୍ମୀ ପୂଜାରେ ବୈତରଣୀ ମହୋତ୍ସବ ଉଦ୍‌ଘାଟିତ

2

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ ମାଳଦା ଜଗନ୍ନାଥ ବଜାର ଠାରେ ବାର୍ଷିକ ଗଜଲକ୍ଷ୍ମୀ ପୂଜା ଓ ବୈତରଣୀ ମହୋତ୍ସବ ଉଦଘାଟିତ ହୋଇଛି। ମହୋତ୍ସବ କମିଟି ସଭାପତି ରବିନାରାୟଣ ଖିଲାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସାଂସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ଉଦଘାଟନ କରିଥିଲେ। ଉକ୍ତ ଅଂଚଳ ଟି ବନ୍ୟା ପ୍ରଭାବିତ ହୋଇଥିବା ବେଳେ ଅନେକ ଦୁଃଖ ଭିତରେ ମହୋତ୍ସବ ଲୋକଙ୍କ ମୁହଁରେ ହସ ଫୁଟାଉଛି ବୋଲି ମୁଖ୍ୟ ଅତିଥି ମତପ୍ରକାଶ କରିଥିଲେ। ଏହାଛଡା ବ୍ୟବସାୟୀ ସଂଘ ଓ ମହୋତ୍ସବ କମିଟି ମିଳିତ ଆନୁକୁଲ୍ୟରେ ଆୟୋଜିତ ହୋଇଥିବା ବୈଦିକ କାର୍ଯ୍ୟକ୍ରମ ଅଂଚଳର ଐତିହ୍ୟକୁ ଉଜ୍ଜୀବିତ କରି ପରସ୍ପର ମଧ୍ୟରେ ସମ୍ପର୍କର ସେତୁ କୁ ସୁଦୃଢ କରିଛି ବୋଲି ଶ୍ରୀ ମଲ୍ଲିକ ମତବ୍ୟକ୍ତ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ତଥା ମହୋତ୍ସବ କମିଟି ସଂଯୋଜକ ଉତ୍କଳ କେଶରୀ ମହାନ୍ତି, ବିଜେଡି ବ୍ଲକ ସଭାପତି ଲକ୍ଷ୍ମୀଧର ସାହୁ,ବରେଣ୍ୟ ଅତିଥି ସରପଂଚ ମିନତୀ ପରିଡା, ସମିତି ସଭ୍ୟା ରିତାଞ୍ଜଳୀ ସାମଲ, ପୂର୍ବତନ ସରପଂଚ ମୋହନ ରାୟ, ବିରେନ୍ଦ୍ର ନାୟକ, ଯୁବ ନେତା ଲଳିତ ରାଉତ, ପବିତ୍ର ପାଣିଗ୍ରାହୀ, ପ୍ରତ୍ୟୁଷ ସାମଲ, ଭାଗିରଥି ପରିଡା ପ୍ରମୁଖ ଯୋଗଦେଇ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ ବଜାର କମିଟି ସଭାପତି ଚନ୍ଦ୍ରଶେଖର ମହାନ୍ତି ଆଭିମୁଖ୍ୟ ପ୍ରଦାନ, ସଂପାଦକ ରାଜେନ୍ଦ୍ର ଶତପଥୀ ଅତିଥି ପରିଚୟ ପ୍ରଦାନ,ସହ ସଂଯୋଜକ ଦୁର୍ଯ୍ୟୋଧନ ଲେଙ୍କା ମାନପତ୍ର ପାଠ ଓ ଦେବବ୍ରତ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ଶିଶୁ ମନ୍ଦିର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ସଙ୍ଗୀତ ଓ ନାଟକ ପରିବେଷଣ ହୋଇଥିବା ବେଳେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲଭିଥିବା ବ୍ୟକ୍ତି ବିଶେଷଙ୍କୁ ଅନୁଷ୍ଠାନ ପକ୍ଷରୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମକୁ ବଣିକ ସଂଘ ଓ ମହୋତ୍ସବ କମିଟି ସଦସ୍ୟ ମାନେ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.